Skip to content
JBR Samachar
Menu
  • ଖେଳ
  • ଅପରାଧ
  • ଏକ୍ସକ୍ଲୁସିଭ୍
  • ଦେଶ ବିଦେଶ
  • ମନୋରଞ୍ଜନ
  • ରାଜନୀତି
  • ରାଜ୍ୟ
  • ସ୍ପେଶାଲ୍ ରିପୋର୍ଟ
Menu

ଟ୍ୟୁସନ୍ରୁ ଘରକୁ ଫେରୁଥିବା ନାବାଳିକାଙ୍କୁ କାରରେ ଉଠାଇ ଦୁଷ୍କର୍ମ : ବଡ଼ଗଡ଼ ପୁଲିସଙ୍କ ହାତରେ ୨ ଅଭିଯୁକ୍ତ

Posted on October 1, 2025

ଭୁବନେଶ୍ୱର: ଗତବର୍ଷ ଘଟିଥିବା ଜଣେ ନାବାଳିକାଙ୍କୁ ଅପହରଣ କରି ଦୁଷ୍କର୍ମ କରିଥିବା ମାମଲାରେ ବଡ଼ଗଡ଼ ଥାନା ପୁଲିସ ୨ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଅଭିଯୁକ୍ତଦ୍ବୟ ହେଲେ ପେସାଦାର ଅପରାଧୀ ଦେବୀପ୍ରସାଦ ଜେନା (ଓରଫ ବୁବୁ) ଓ ଅମ୍ଳାନ ମହାନ୍ତି। ପୁଲିସ ସୂତ୍ରରୁ ଜଣାପଡ଼ିଛି, ଏହି ଘଟଣାରେ ବୁବୁଙ୍କ କିଛି ସହଯୋଗୀ ଏପର୍ଯ୍ୟନ୍ତ ଫେରାର ଅଛନ୍ତି। ସୂଚନା ମୁତାବକ, ୨୦୨୪ ଜାନୁଆରିରେ ଜଣେ ନାବାଳିକା ଟ୍ୟୁସନ୍ ପଢ଼ି ଘରକୁ ଫେରୁଥିବା ବେଳେ, ବଡ଼ଗଡ଼ ଅଞ୍ଚଳରେ ଛକି ରହିଥିବା ବୁବୁ ଓ ତାଙ୍କ ସାଙ୍ଗମାନେ ତାଙ୍କୁ ଜୋର-ଜବରଦସ୍ତ କାରରେ ଟେକି ନେଇଥିଲେ। କାରକୁ ନେଇ ପୁରୀ ବାଇପାସ୍ ପହଞ୍ଚିବା ପରେ, ସେମାନେ ପୀଡିତାଙ୍କୁ ଜୋରପୂର୍ବକ ନିଶା ପିଇବାକୁ ଦେଇ ସଂଜ୍ଞାହୀନ କରିଥିଲେ। ଏହାପରେ ସେମାନେ କାର ଭିତରେ ନାବାଳିକାଙ୍କୁ ଦୁଷ୍କର୍ମ କରିଥିଲେ ଏବଂ ତାଙ୍କର ନଗ୍ନ ଭିଡିଓ ସୁଟ୍ କରିଥିଲେ। ସଂଜ୍ଞା ଫେରିଲାପରେ ପୀଡିତାଙ୍କୁ ଛାଡ଼ି ଦେଇଥିଲେ, କିନ୍ତୁ ଏହା କାହାକୁ କହିଲେ ଭିଡିଓ ଭାଇରାଲ୍ କରିବା ଏବଂ ହତ୍ୟା କରିଦେବା ଧମକ ଦେଇଥିଲେ।ପୀଡିତା ଭୟରେ ପ୍ରଥମେ କିଛି କହିପାରିନଥିଲେ। କିନ୍ତୁ ଅଭିଯୁକ୍ତମାନେ ତାଙ୍କୁ ସର୍ବଦା ମାନସିକ ନିର୍ଯାତନା ଦେଇ ଆସୁଥିବାରୁ, ବର୍ଷେକାଳ ନିରବ ରହିବା ପରେ ଶେଷରେ ସେ ନୂଆପଲ୍ଲୀ ଥାନାରେ ଅଭିଯୋଗ କଲେ। ପରବର୍ତ୍ତୀରେ ସେ ଡିସିପିଙ୍କ ଦ୍ୱାରସ୍ଥ ହୋଇଥିଲେ। ଘଟଣା ବଡ଼ଗଡ଼ ଥାନା ଅଞ୍ଚଳରେ ଘଟିଥିବାରୁ, ମାମଲାକୁ ସେଠାକୁ ସ୍ଥାନାନ୍ତର କରାଗଲା। ବଡ଼ଗଡ଼ ପୁଲିସ ତଦନ୍ତ ଆରମ୍ଭ କରି, ଦୁଇ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।

Leave a Reply Cancel reply

Your email address will not be published. Required fields are marked *

Recent Posts

  • ବଡ଼ଯୋରଡ଼ା ଜମିହରା ପ୍ରଜାଙ୍କୁ ନିଯୁକ୍ତି ଓ ଥଇଥାନ ଦାବି
  • ସୁଦଶା ବ୍ରତ ପାଇଁ ପାଣି ଆଣିବାକୁ ଯାଇ କଟୁରୀ ଚୋଟ ଖାଇଲେ ମହିଳା
  • ଭାରସାମ୍ୟ ହରାଇ ପୋଲ ୱାଲ୍ ଉପରେ ଚଢ଼ିଗଲା ବସ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ସଟସର୍କିଟରୁ ଚଳନ୍ତା ଟ୍ରକରେ ଲାଗିଲା ନିଆଁ
  • ରିଲିଜ୍ ହେଲା ଫିଲ୍ମ ‘ଓ ରୋମିଓ’, ଦର୍ଶକ ଦେଖିବେ ଶାହିଦ-ତୃପ୍ତିଙ୍କ ଦମଦାର ଅଭିନୟ

Recent Comments

No comments to show.

Calender

September 2026
M T W T F S S
 123456
78910111213
14151617181920
21222324252627
282930  
« Feb    

Categories

  • Uncategorized (106)
  • ଅପରାଧ (213)
  • ଏକ୍ସକ୍ଲୁସିଭ୍ (28)
  • ଖେଳ (59)
  • ଦେଶ ବିଦେଶ (508)
  • ଭିଡିଓ (8)
  • ମନୋରଞ୍ଜନ (44)
  • ରାଜନୀତି (124)
  • ରାଜ୍ୟ (1,674)
  • ସ୍ପେଶାଲ୍ ରିପୋର୍ଟ (285)
©2026 JBR Samachar | Design: Newspaperly WordPress Theme