
ଗଞ୍ଜାମ ଜିଲ୍ଲାର ସାନଖେମୁଣ୍ଡି ଖଣ୍ଡଅଧୀନ ଚୁଡ଼ଙ୍ଗପୁର ଗାଁରେ ଏକ ଦୁଃଖଦ ଘଟଣା ଘଟିଛି। ପୋଖରୀରେ ବୁଡି ଜଣେ ୮ ବର୍ଷୀୟା ନାବାଳିକା ସୋନାଲିଙ୍କ ମୃତ୍ୟୁ ଘଟିଛି।
ସ୍ଥାନୀୟ ସୂତ୍ର ଅନୁସାରେ, ସୋନାଲି ତାଙ୍କ ସାଙ୍ଗ ରାଜେଶ୍ୱରୀ ସହ ପୋଖରୀକୁ ଗାଧୋଇବା ପାଇଁ ଯାଇଥିଲେ। ଏହି ସମୟରେ ସୋନାଲି ପାଣିରେ ବୁଡିଯାଉଥିବା ବେଳେ ତାଙ୍କୁ ରକ୍ଷା କରିବାକୁ ଗଲା ରାଜେଶ୍ୱରୀ ମଧ୍ୟ ପାଣିରେ ତଳିଗଲା।
ସ୍ଥାନୀୟ ଲୋକେ ତୁରନ୍ତ ଉଦ୍ଧାର କାମରେ ଯୋଗଦେଇଥିବା ବେଳେ ରାଜେଶ୍ୱରୀଙ୍କୁ ଜୀବିତରେ ବାହାର କରାଯାଇଛି ଏବଂ ତାଙ୍କୁ ବ୍ରହ୍ମପୁର ଏମକେସିଜି ମେଡିକାଲରେ ଭର୍ତ୍ତି କରାଯାଇଛି। କିନ୍ତୁ ସୋନାଲିଙ୍କୁ ବଞ୍ଚାଇବା ସମ୍ଭବ ହୋଇନି।
ଘଟଣାସ୍ଥଳକୁ ପହଞ୍ଚିଥିବା ଦିଗପହଣ୍ଡି ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି।
