Skip to content
JBR Samachar
Menu
  • ଖେଳ
  • ଅପରାଧ
  • ଏକ୍ସକ୍ଲୁସିଭ୍
  • ଦେଶ ବିଦେଶ
  • ମନୋରଞ୍ଜନ
  • ରାଜନୀତି
  • ରାଜ୍ୟ
  • ସ୍ପେଶାଲ୍ ରିପୋର୍ଟ
Menu

ବିଜୁଳି ଚୋରଙ୍କୁ TPNODLର ଚେତାବନୀ: କଠୋର କାର୍ଯ୍ୟାନୁଷ୍ଠାନ ସହ ଗୋପନରେ ଅଭିଯୋଗ ପାଇଁ ହେଲ୍ପଲାଇନ୍ ନମ୍ବର ଜାରି

Posted on December 7, 2025

ବିଦ୍ୟୁତ୍ ଚୋରିକୁ ତୃଣମୂଳ ସ୍ତରରୁ ରୋକିବା ପାଇଁ ଟିପିଏନଓଡିଏଲ (TPNODL) ପକ୍ଷରୁ ବିଶେଷ ଗୁରୁତ୍ୱ ଦିଆଯାଉଛି। ଏହି କ୍ରମରେ, ବାଲେଶ୍ଵର ବୈଦ୍ୟୁତିକ ମଣ୍ଡଳ ଅନ୍ତର୍ଗତ ବିଇଡି ଡିଭିଜନର ବିଭିନ୍ନ ସ୍ଥାନରେ ବିଦ୍ୟୁତ୍ ଚୋରି ରୋକିବା ପାଇଁ କମ୍ପାନୀର ଚଢାଉ ଅଭିଯାନ ଜାରି ରହିଛି। ଗତ ଡିସେମ୍ବର ୪ ତାରିଖରେ ଟିପିଏନଓଡିଏଲର ପ୍ରବର୍ତ୍ତନ ବିଭାଗ କର୍ମଚାରୀଙ୍କ ଏକ ଦଳ ସ୍ଥାନୀୟ ବିଦ୍ୟୁତ ଉପଖଣ୍ଡ ଅଧିକାରୀ, ସେକ୍ସନ ଅଧିକାରୀ ଏବଂ ପୋଲିସ ଅଧିକାରୀଙ୍କ ଉପସ୍ଥିତିରେ ପୁରୁଣା ବାଲେଶ୍ଵର, ବଡଖୁଆ, ତୁଳସୀପଦା, ଫୁଲବଜାର, କଂସେଇମହଲା ବସ୍ତି ଏବଂ ଦର୍ଘାମଇଦାନ ଭଳି ଅଞ୍ଚଳରେ ଚଢାଉ କରିଥିଲେ। ଏହି ଚଢାଉରେ ମୋଟ ୧୨୧ କିଲୋୱାଟର ବିଦ୍ୟୁତ୍ ଚୋରି ରୋକାଯାଇ ପାରିଛି। ଏହି ଅସାଧୁ କାର୍ଯ୍ୟରେ ସମ୍ପୃକ୍ତ ଥିବା ୩୦ ଜଣଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି।

ବାଲେଶ୍ଵର ମଣ୍ଡଳରେ ବିଦ୍ୟୁତ୍ ଚୋରି ରୋକିବାରେ ଟିପିଏନଓଡିଏଲ ଏକ ବଡ଼ ସଫଳତା ହାସଲ କରିଛି। ଆର୍ଥିକ ବର୍ଷ ୨୦୨୨ରୁ ୨୦୨୫ ମଧ୍ୟରେ ଏହି ମଣ୍ଡଳରେ ୧୧୭.୮୮ ମେଗାୱାଟ ବିଦ୍ୟୁତ୍ ଚୋରି ରୋକାଯାଇଥିବା ବେଳେ, ଆର୍ଥିକ ବର୍ଷ ୨୦୨୬ରେ ଏଯାବତ୍ ୨୭.୫୨ ମେଗାୱାଟରୁ ଅଧିକ ବିଜୁଳି ଚୋରି ରୋକାଯାଇ ପାରିଛି। ସମୁଦାୟ ପ୍ରାୟତଃ ୪୦,୦୦୦ରୁ ଉର୍ଦ୍ଧ୍ଵ ମାମଲା ମଧ୍ୟ ରୁଜୁ କରାଯାଇଛି। କମ୍ପାନୀ ପକ୍ଷରୁ ସେକ୍ସନ ଠାରୁ ଆରମ୍ଭ କରି ବୈଦ୍ୟୁତିକ ମଣ୍ଡଳ କାର୍ଯ୍ୟାଳୟ ପର୍ଯ୍ୟନ୍ତ, ଏପରିକି ବିଶେଷ କେନ୍ଦ୍ରୀୟ ଟିମ୍ ଗଠନ କରି ଯାଞ୍ଚ ବ୍ୟବସ୍ଥାକୁ ଆହୁରି କଡାକଡି କରାଯାଇଛି ଏବଂ ଅଭିଯୁକ୍ତଙ୍କ ବିରୋଧରେ କଠୋର ଆଭିମୁଖ୍ୟ ଗ୍ରହଣ କରାଯାଉଛି।

ବିଦ୍ୟୁତ୍ ଚୋରି ଦ୍ଵାରା କେବଳ କମ୍ପାନୀର କ୍ଷତି ହୁଏ ତାହା ନୁହେଁ, ଏହା ବିଦ୍ୟୁତ୍ ସରବରାହର ଗୁଣବତ୍ତା ଉପରେ କୁପ୍ରଭାବ ପକାଇଥାଏ। ଫଳରେ ସଚ୍ଚୋଟ ଉପଭୋକ୍ତାମାନେ ମଧ୍ୟ ଅଧିକ ପ୍ରଭାବିତ ହୋଇଥାନ୍ତି। ଏହି କାରଣରୁ ଟ୍ରାନ୍ସଫର୍ମରରେ ଅଧିକ ଲୋଡ୍ ବୃଦ୍ଧି ହୋଇ ବାରମ୍ବାର ବିଦ୍ୟୁତ୍ ବିଭ୍ରାଟ ଦେଖାଯିବା ସହ ବିଦ୍ୟୁତ୍ ସୁରକ୍ଷା ପ୍ରତି ବିପଦ ସୃଷ୍ଟି ହୋଇଥାଏ।

ଏହି ସମସ୍ୟାକୁ ଦୃଷ୍ଟିରେ ରଖି ଟିପିଏନଓଡିଏଲ ବିଭିନ୍ନ ପଦକ୍ଷେପ ଗ୍ରହଣ କରିବା ସହ ସାଧାରଣ ଲୋକଙ୍କ ସହଯୋଗ ମଧ୍ୟ ଲୋଡ଼ିଛି। ସାଧାରଣ ନାଗରିକମାନେ ନିଜ ନଜରରେ କେହି ବିଦ୍ୟୁତ୍ ଚୋରି କରୁଥିବାର ଦେଖିଲେ ୯୪୩୮୯-୦୬୦୦୨ ନମ୍ବର ଯୋଗେ ଟିପିଏନଓଡିଏଲର ପ୍ରବର୍ତ୍ତନ ବିଭାଗ ନିକଟରେ ଅଭିଯୋଗ ଦାଖଲ କରିପାରିବେ। ଅଭିଯୋଗକାରୀଙ୍କ ନାମ ଗୋପନ ରଖାଯିବ ବୋଲି କମ୍ପାନୀ ପକ୍ଷରୁ ସୂଚନା ଦିଆଯାଇଛି।

Leave a Reply Cancel reply

Your email address will not be published. Required fields are marked *

Recent Posts

  • ସୁଦଶା ବ୍ରତ ପାଇଁ ପାଣି ଆଣିବାକୁ ଯାଇ କଟୁରୀ ଚୋଟ ଖାଇଲେ ମହିଳା
  • ଭାରସାମ୍ୟ ହରାଇ ପୋଲ ୱାଲ୍ ଉପରେ ଚଢ଼ିଗଲା ବସ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ସଟସର୍କିଟରୁ ଚଳନ୍ତା ଟ୍ରକରେ ଲାଗିଲା ନିଆଁ
  • ରିଲିଜ୍ ହେଲା ଫିଲ୍ମ ‘ଓ ରୋମିଓ’, ଦର୍ଶକ ଦେଖିବେ ଶାହିଦ-ତୃପ୍ତିଙ୍କ ଦମଦାର ଅଭିନୟ
  • କମିଛି ସୁନା ଓ ରୁପା ଦର, ସୁନାପ୍ରେମୀଙ୍କ ପାଇଁ ଖୁସି ଖବର

Recent Comments

No comments to show.

Calender

August 2026
M T W T F S S
 12
3456789
10111213141516
17181920212223
24252627282930
31  
« Feb    

Categories

  • Uncategorized (105)
  • ଅପରାଧ (213)
  • ଏକ୍ସକ୍ଲୁସିଭ୍ (28)
  • ଖେଳ (59)
  • ଦେଶ ବିଦେଶ (508)
  • ଭିଡିଓ (8)
  • ମନୋରଞ୍ଜନ (44)
  • ରାଜନୀତି (124)
  • ରାଜ୍ୟ (1,674)
  • ସ୍ପେଶାଲ୍ ରିପୋର୍ଟ (285)
©2026 JBR Samachar | Design: Newspaperly WordPress Theme