Skip to content
JBR Samachar
Menu
  • ଖେଳ
  • ଅପରାଧ
  • ଏକ୍ସକ୍ଲୁସିଭ୍
  • ଦେଶ ବିଦେଶ
  • ମନୋରଞ୍ଜନ
  • ରାଜନୀତି
  • ରାଜ୍ୟ
  • ସ୍ପେଶାଲ୍ ରିପୋର୍ଟ
Menu

ରଙ୍କନାଥ ମନ୍ଦିରରୁ ଚୋରି ଘଟଣା, ତିନି ଗିରଫ

Posted on December 7, 2025

ଖୋର୍ଦ୍ଧା ଜିଲ୍ଲା ବାଣପୁର ସ୍ଥିତ ପ୍ରସିଦ୍ଧ ଶ୍ରୀ ରଙ୍କନାଥ ଦେବଙ୍କ ମନ୍ଦିର କାର୍ଯ୍ୟାଳୟ ଗୃହର ତାଲା ଭାଙ୍ଗି କିଛି ଦୃର୍ବୁତ୍ତ ମୂର୍ତ୍ତି, ଅଳଙ୍କାର ସହିତ ୨୫୦୦ ଟଙ୍କା ଲୁଟି ନେଇ ଫେରାର ହୋଇ ଯାଇଥିଲେ । ଏନେଇ ମନ୍ଦିର ପରିଚାଳନା କମିଟିର ସଭାପତି ଦାଶରଥି ସାହୁ ବାଣପୁର ଥାନାରେ ଏକ ଲିଖିତ ଅଭିଯୋଗ କରିଥିଲେ । ଅଭିଯୋଗ ଆଧାରରେ ବାଣପୁର ପୋଲିସ ୪୬୪/୨୫ ଏକ ମାମଲା ରୁଜୁ କରି ଏକ ସ୍ୱତନ୍ତ୍ର ଟିମ ଗଠନ କରି ତଦନ୍ତ ଜାରି ରଖିଥିଲା ।

୨୪ ଘଣ୍ଟା ଭିତରେ ତିନି ଜଣ ଅଭିଯୁକ୍ତ ଙ୍କୁ ଧରିବାରେ ବାଣପୁର ପୋଲିସ ସକ୍ଷମ ହୋଇଛି । ସେମାନଙ୍କ ଠାରୁ ରୁପା ଅଳଙ୍କାର, ପିତଳ ମୂର୍ତ୍ତି ସହିତ ୧୫୦୦ ଟଙ୍କା ଜବତ କରିବା ସହିତ ତିନି ଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ବାଣପୁର ପୋଲିସ । ସମସ୍ତ ଗିରଫ ଅଭିଯୁକ୍ତମାନେ ହେଲେ ବାଣପୁର ଥାନା ଅଞ୍ଚଳର ଶ୍ରୀନିବାସପୁର ଗ୍ରାମର ସୁସାନ୍ତ ସାସମଲ, ବଳରାମ ସାସମଲ ଓ ଅଚ୍ୟୁତରାଜପୁର ସସନ ଗ୍ରାମର ଅମ୍ବିକା ହୋତା । ଏନେଇ ବାଣପୁର ଥାନା IIC ଗଣମାଧ୍ୟମଙ୍କୁ ସୂଚନା ଦେଇଛନ୍ତି ।

Leave a Reply Cancel reply

Your email address will not be published. Required fields are marked *

Recent Posts

  • ସୁଦଶା ବ୍ରତ ପାଇଁ ପାଣି ଆଣିବାକୁ ଯାଇ କଟୁରୀ ଚୋଟ ଖାଇଲେ ମହିଳା
  • ଭାରସାମ୍ୟ ହରାଇ ପୋଲ ୱାଲ୍ ଉପରେ ଚଢ଼ିଗଲା ବସ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ସଟସର୍କିଟରୁ ଚଳନ୍ତା ଟ୍ରକରେ ଲାଗିଲା ନିଆଁ
  • ରିଲିଜ୍ ହେଲା ଫିଲ୍ମ ‘ଓ ରୋମିଓ’, ଦର୍ଶକ ଦେଖିବେ ଶାହିଦ-ତୃପ୍ତିଙ୍କ ଦମଦାର ଅଭିନୟ
  • କମିଛି ସୁନା ଓ ରୁପା ଦର, ସୁନାପ୍ରେମୀଙ୍କ ପାଇଁ ଖୁସି ଖବର

Recent Comments

No comments to show.

Calender

August 2026
M T W T F S S
 12
3456789
10111213141516
17181920212223
24252627282930
31  
« Feb    

Categories

  • Uncategorized (105)
  • ଅପରାଧ (213)
  • ଏକ୍ସକ୍ଲୁସିଭ୍ (28)
  • ଖେଳ (59)
  • ଦେଶ ବିଦେଶ (508)
  • ଭିଡିଓ (8)
  • ମନୋରଞ୍ଜନ (44)
  • ରାଜନୀତି (124)
  • ରାଜ୍ୟ (1,674)
  • ସ୍ପେଶାଲ୍ ରିପୋର୍ଟ (285)
©2026 JBR Samachar | Design: Newspaperly WordPress Theme