
ଗଞ୍ଜାମ ଜିଲ୍ଲା ଦିଗପହଣ୍ଡିର ରୋହିଗାଁ ଗ୍ରାମରେ ବିଲୁଆ ଆତଙ୍କ। ଜଙ୍ଗଲି ବିଲୁଆ ଆକ୍ରମଣରେ ୫ ଗ୍ରାମବାସୀ ଗୁରୁତର। ସମସ୍ତ ଗୁରୁତରଙ୍କୁ ବ୍ରହ୍ମପୁର ମେଡିକାଲରେ ଭର୍ତ୍ତି । ଗୁରୁତର ଆହାତ ମାନେ ହେଲେ ରୋହିଗାଁ ଗ୍ରାମର ସୁକୁନୁ ଜେନା, ସୋଲି ସ୍ୱାଇଁ ,ତପସ୍ପିନି ଜେନା, ସରମିଲା ଜେନା ଓ ଗୁରୁଦେବ ରଣା ବୋଲି ଜଣାପଡିଛି।
ସୂଚନା ମୁତାବକ, ରୋହିଗାଁ ଗ୍ରାମରେ ବାୟା ବିଲୁଆ ଆତଙ୍କରେ ଗ୍ରାମବାସୀ ଆତଙ୍କିତ । ବିଲୁଆ ଆକ୍ରମଣରେ ୫ଜଣ ଗ୍ରାମବାସୀ ଗୁରୁତର ଆହତ ହୋଇଥିବା ବେଳେ ସମସ୍ତ ଗୁରୁତର ମାନଙ୍କୁ ସ୍ଥାନୀୟ ଲୋକେ ଉଦ୍ଧାର କରି ଆଡପଡା ମେଡ଼ିକାଲରେ ଭର୍ତ୍ତି କରିଥିଲେ । ସେଠାରେ ପ୍ରାଥମିକ ଚିକିତ୍ସା ପରେ ବ୍ରହ୍ମପୁର ମେଡିକାଲ୍ ସ୍ଥାନାନ୍ତର କରାଯାଇଛି । ତେବେ ଏବେ ଧାନ ଫସଲ ଅମଳ ସମୟ ହୋଇଥିବା ହେତୁ ଲୋକମାନେ ଚାଷ ଜମିକୁ ଯାଇଥିବା ବେଳେ ଏହି ଜଙ୍ଗଲି ବିଲୁଆ ଆକ୍ରମଣର ଶିକାର ହୋଇଥିବା ଜଣାପଡିଛି।
