Skip to content
JBR Samachar
Menu
  • ଖେଳ
  • ଅପରାଧ
  • ଏକ୍ସକ୍ଲୁସିଭ୍
  • ଦେଶ ବିଦେଶ
  • ମନୋରଞ୍ଜନ
  • ରାଜନୀତି
  • ରାଜ୍ୟ
  • ସ୍ପେଶାଲ୍ ରିପୋର୍ଟ
Menu

 ନଦୀରେ ବୁଡ଼ି ନବମ ଶ୍ରେଣୀ ଛାତ୍ର ମୃତ

Posted on December 6, 2025

ଖରସ୍ରୋତା ନଦୀରେ ବୁଡ଼ି ନବମ ଶ୍ରେଣୀ ଛାତ୍ର ମୃତ। କୁଆଖିଆ ଥାନା ଅନ୍ତର୍ଗତ ମୁଗୁପାଳ ପଞ୍ଚାୟତ ବରାଂଶ ଗ୍ରାମରେ ଏହି ଘଟଣା ଘଟିଛି। ମୃତକ ଜଣଙ୍କ ରାଜେନ୍ଦ୍ର କଣ୍ଠଙ୍କ ପୁଅ ସାଇ ସାରଥି କଣ୍ଠ ବୋଲି ଜଣାପଡ଼ିଛି। ଘଟଣାସ୍ଥଳରେ ଶୋକାକୁଳ ପରିସ୍ଥିତି ସୃଷ୍ଟି ହୋଇଛି।

ସୂଚନାନୁଯାୟୀ, ଶନିବାର ମୁଗୁପାଳ ପଞ୍ଚାୟତ ବରାଂଶ ଗ୍ରାମର ନବମ ଶ୍ରେଣୀ ଛାତ୍ର ସାଇ ସାରଥି କଣ୍ଠ ସାଙ୍ଗମାନଙ୍କ ସହ ସ୍କୁଲ ଯାଇଥିଲେ। ବାହାଦଲାପୁର ଗ୍ରାମ ନିକଟ ଖରସ୍ରୋତା ନଦୀରେ ଗାଧୋଉଥିବା ବେଳେ ନଦୀରେ ବୁଡ଼ିଯାଇଥିଲେ। ଖବର ପାଇ କୁଆଖିଆ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଛାତ୍ରଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ସ୍ଥାନୀୟ ମଧୁବନ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ। ହେଲେ ସେତେବେଳକୁ ଛାତ୍ରଙ୍କ ମୃତ୍ୟୁ ହୋଇସାରିଥିଲା। ଘଟଣାସ୍ଥଳରେ ଶୋକାକୁଳ ପରିସ୍ଥିତି ସୃଷ୍ଟି ହୋଇଛି। ସାଇ ଘରୁ ସ୍କୁଲ୍ ଯିବାକୁ କହି ସାଙ୍ଗମାନଙ୍କ ସହ ନଦୀକୁ ପଳାଇଥିଲେ। ସେ ମୁଗୁପାଳ ହାଇସ୍କୁଲର ନବମ ଶ୍ରେଣୀରେ ପାଠ ପଢୁଥିଲେ।

Leave a Reply Cancel reply

Your email address will not be published. Required fields are marked *

Recent Posts

  • ସୁଦଶା ବ୍ରତ ପାଇଁ ପାଣି ଆଣିବାକୁ ଯାଇ କଟୁରୀ ଚୋଟ ଖାଇଲେ ମହିଳା
  • ଭାରସାମ୍ୟ ହରାଇ ପୋଲ ୱାଲ୍ ଉପରେ ଚଢ଼ିଗଲା ବସ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ସଟସର୍କିଟରୁ ଚଳନ୍ତା ଟ୍ରକରେ ଲାଗିଲା ନିଆଁ
  • ରିଲିଜ୍ ହେଲା ଫିଲ୍ମ ‘ଓ ରୋମିଓ’, ଦର୍ଶକ ଦେଖିବେ ଶାହିଦ-ତୃପ୍ତିଙ୍କ ଦମଦାର ଅଭିନୟ
  • କମିଛି ସୁନା ଓ ରୁପା ଦର, ସୁନାପ୍ରେମୀଙ୍କ ପାଇଁ ଖୁସି ଖବର

Recent Comments

No comments to show.

Calender

July 2026
M T W T F S S
 12345
6789101112
13141516171819
20212223242526
2728293031  
« Feb    

Categories

  • Uncategorized (105)
  • ଅପରାଧ (213)
  • ଏକ୍ସକ୍ଲୁସିଭ୍ (28)
  • ଖେଳ (59)
  • ଦେଶ ବିଦେଶ (508)
  • ଭିଡିଓ (8)
  • ମନୋରଞ୍ଜନ (44)
  • ରାଜନୀତି (124)
  • ରାଜ୍ୟ (1,674)
  • ସ୍ପେଶାଲ୍ ରିପୋର୍ଟ (285)
©2026 JBR Samachar | Design: Newspaperly WordPress Theme