Skip to content
JBR Samachar
Menu
  • ଖେଳ
  • ଅପରାଧ
  • ଏକ୍ସକ୍ଲୁସିଭ୍
  • ଦେଶ ବିଦେଶ
  • ମନୋରଞ୍ଜନ
  • ରାଜନୀତି
  • ରାଜ୍ୟ
  • ସ୍ପେଶାଲ୍ ରିପୋର୍ଟ
Menu
ଚିକିଟି

ନବରାତ୍ର ପୂଜା ଦେଖି ଫେରିବା ବେଳେ ୩ ମୃତ

Posted on October 1, 2025

ବାହୁଦା ନଦୀ ରେ ବୁଡି ମା, ଝିଅ, ନାତି, ମୃତ ନାତୁଣୀ ଗୁରୁତର

ଚିକିଟି : କେ. ନୂଆଗାଁ ନିକଟସ୍ଥ ମା ରତ୍ନେଶ୍ୱରୀ ଙ୍କ ନବରାତ୍ରି ପୂଜା ଦେଖିବାକୁ ଆସି ବାହୁଦା ନଦୀ ପାର ହୋଇ ନିଜ ଗାଁ କଳିଙ୍ଗଦଳା ଫେରୁଥିବା ବେଳେ ନଦୀରେ ମା, ଝିଅ, ନାତି ମୃତ୍ୟୁ ବରଣ କରିଛନ୍ତିl ନାତୁଣୀ ଗୁରୁତର ଅବସ୍ଥାରେ ବ୍ରହ୍ମପୁର ବଡ଼ ମେଡିକାଲକୁ ଚିକିତ୍ସା ନିମନ୍ତେ ପଠାଯାଇଛିl

ସୂଚନା ମୁତାବକ ଦୁର୍ଗା ପୂଜା ଦେଖିବା ପାଇଁ ଦିଗପହଣ୍ଡି ବ୍ଲକ ଗଡ଼ଗୋବିନ୍ଦ ପୁର ପଂଚାୟତର କଳିଙ୍ଗଦଳା ଗାଁରୁ ମା’ ଉଷା ବେହେରା (୫୦), ଝିଅ ଅନୁସୟା ବେହେରା( ୩୫)ଏବଂ ସାତ ବର୍ଷ ର ନାତୁଣୀ ଏବଂ ପାଞ୍ଚ ବର୍ଷ ର ନାତି କୁ ଧରି ମହା ଅଷ୍ଟମୀ ପୂଜା ଦେଖିବା ପାଇଁ ଆସିଥିଲେ l ନବରାତ୍ରି ପୂଜା ଅବସରରେ ମା’ଙ୍କ ଦର୍ଶନ ସାରି ପ୍ରସାଦ ସେବନ କରି ନିଜ ଗାଁ କଳିଙ୍ଗଦଳାକୁ ଫେରିବା ପାଇଁ ବlହୁଦା ନଦୀ ପାର ହେଉଥିବା ବେଳେ ସମସ୍ତ ୪ ଜଣ ବlହୁଦା ନଦୀ ସ୍ରୋତ ରେ ଭାସି ବୁଡି ଯାଇଥିଲେl ଖବର ପାଇ ନଦୀ ତଟରେ ରହିଥିବା କଳିଙ୍ଗଦଳା ଗ୍ରାମବାସୀ ବାହୁଦା ନଦୀରୁ ସେମାନଙ୍କୁ ଉଦ୍ଧାର କରି ବାଇକ ଏବଂ ୧୦୮ ଆମ୍ବୁଲାନ୍ସ ଯୋଗେ ଚିକିଟି ମେଡିକାଲକୁ ଚିକିତ୍ସା ପାଇଁ ପଠାଇଥିଲେl ଚିକିଟି ମେଡିକାଲରେ ମା, ଝିଅ, ନାତିଙ୍କ ମୃତ୍ୟୁ ହୋଇଥିବା ଡାକ୍ତର ଘୋଷଣା କରିଥିଲେ l ନାତୁଣୀ ଙ୍କୁ ଗୁରୁତର ଅବସ୍ଥାରେ ବ୍ରହ୍ମପୁର ବଡ଼ ମେଡିକାଲ କୁ ଚିକିତ୍ସା ପାଇଁ ସ୍ଥାନାନ୍ତର କରାଯାଇଛି l ଧାନଘର ଫାଣ୍ଡି ପୁଲିସ ଶବକୁ ଜବତ କରି ପୋଷ୍ଟମାର୍ଟମ ପାଇଁ ବ୍ରହ୍ମପୁର ପଠାଇଛି l ମୃତ୍ୟୁ ଖବର ଅଞ୍ଚଳ ରେ ଶୋକାକୁଳ ପରିବେଶ ସୃଷ୍ଟି କରିଛି।

Leave a Reply Cancel reply

Your email address will not be published. Required fields are marked *

Recent Posts

  • ବଡ଼ଯୋରଡ଼ା ଜମିହରା ପ୍ରଜାଙ୍କୁ ନିଯୁକ୍ତି ଓ ଥଇଥାନ ଦାବି
  • ସୁଦଶା ବ୍ରତ ପାଇଁ ପାଣି ଆଣିବାକୁ ଯାଇ କଟୁରୀ ଚୋଟ ଖାଇଲେ ମହିଳା
  • ଭାରସାମ୍ୟ ହରାଇ ପୋଲ ୱାଲ୍ ଉପରେ ଚଢ଼ିଗଲା ବସ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ସଟସର୍କିଟରୁ ଚଳନ୍ତା ଟ୍ରକରେ ଲାଗିଲା ନିଆଁ
  • ରିଲିଜ୍ ହେଲା ଫିଲ୍ମ ‘ଓ ରୋମିଓ’, ଦର୍ଶକ ଦେଖିବେ ଶାହିଦ-ତୃପ୍ତିଙ୍କ ଦମଦାର ଅଭିନୟ

Recent Comments

No comments to show.

Calender

September 2026
M T W T F S S
 123456
78910111213
14151617181920
21222324252627
282930  
« Feb    

Categories

  • Uncategorized (106)
  • ଅପରାଧ (213)
  • ଏକ୍ସକ୍ଲୁସିଭ୍ (28)
  • ଖେଳ (59)
  • ଦେଶ ବିଦେଶ (508)
  • ଭିଡିଓ (8)
  • ମନୋରଞ୍ଜନ (44)
  • ରାଜନୀତି (124)
  • ରାଜ୍ୟ (1,674)
  • ସ୍ପେଶାଲ୍ ରିପୋର୍ଟ (285)
©2026 JBR Samachar | Design: Newspaperly WordPress Theme