Skip to content
JBR Samachar
Menu
  • ଖେଳ
  • ଅପରାଧ
  • ଏକ୍ସକ୍ଲୁସିଭ୍
  • ଦେଶ ବିଦେଶ
  • ମନୋରଞ୍ଜନ
  • ରାଜନୀତି
  • ରାଜ୍ୟ
  • ସ୍ପେଶାଲ୍ ରିପୋର୍ଟ
Menu

ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନାକୁ ମିଳିଲା ମଞ୍ଜୁରୀ: ମିଳିବ ₹୫୧ ହଜାର ସହାୟତା

Posted on December 6, 2025

ରାଜ୍ୟ ସରକାରଙ୍କ ବହୁପ୍ରତୀକ୍ଷିତ ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା (MKBBY)କୁ ମଞ୍ଜୁରୀ ମିଳିଛି। ଏହି ଯୋଜନା ଅଧୀନରେ କନ୍ୟାମାନଙ୍କୁ ବିବାହ ପାଇଁ ମୋଟ ୫୧ ହଜାର ଟଙ୍କାର ଆର୍ଥିକ ସହାୟତା ମିଳିବ। ଏ ନେଇ ମହିଳା ଓ ଶିଶୁ ବିକାଶ ବିଭାଗ ପକ୍ଷୁରୁ ସମସ୍ତ ଜିଲ୍ଲାପାଳମାନଙ୍କୁ ଗାଇଡ୍ ଲାଇନ୍ (ମାର୍ଗଦର୍ଶିକା) ଜାରି କରି ଚିଠି ଲେଖାଯାଇଛି।

ଏହି ୫୧ ହଜାର ଟଙ୍କାର ସହାୟତାକୁ ତିନୋଟି ଭାଗରେ ବଣ୍ଟନ କରାଯାଇଛି। ବିବାହ ପାଇଁ କନ୍ୟାଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଡିବିଟି (DBT) ମାଧ୍ୟମରେ ସିଧାସଳଖ ୩୫ ହଜାର ଟଙ୍କା ଯିବ। ଏହା ବ୍ୟତୀତ ବିବାହ ଉପହାର ବାବଦରେ ୧୦ ହଜାର ଟଙ୍କା ଏବଂ ଆୟୋଜନ ପାଇଁ ସଂସ୍ଥାକୁ ୬ ହଜାର ଟଙ୍କା ମିଳିବାର ବ୍ୟବସ୍ଥା ରହିଛି।

ଯୋଗ୍ୟତା ଏବଂ ଉଦ୍ଦେଶ୍ୟ:
ଏହି ଯୋଜନାରେ ସମାଜର ଆର୍ଥିକ ଅନଗ୍ରସର ଓ ସାମାଜିକ ଭାବେ ଅବହେଳିତ ଗୋଷ୍ଠୀର କନ୍ୟାମାନଙ୍କୁ ସାମିଲ କରାଯିବ। ଏଥିପାଇଁ କନ୍ୟାଙ୍କ ବୟସ ୧୮ ବର୍ଷରୁ ୩୫ ବର୍ଷ ଏବଂ ବରଙ୍କ ବୟସ ୨୧ ବର୍ଷରୁ ୩୫ ବର୍ଷ ମଧ୍ୟରେ ହୋଇଥିବା ଆବଶ୍ୟକ। ଯୋଜନାର ଅନ୍ୟତମ ମୁଖ୍ୟ ଉଦ୍ଦେଶ୍ୟ ହେଉଛି ବିଧବାଙ୍କ ଦ୍ୱିତୀୟ ବିବାହକୁ ପ୍ରୋତ୍ସାହନ ଦେବା ସହିତ ୧୮ ବର୍ଷରୁ କମ୍ ବୟସର ବାଲ୍ୟ ବିବାହକୁ ରୋକିବା।

Leave a Reply Cancel reply

Your email address will not be published. Required fields are marked *

Recent Posts

  • ସୁଦଶା ବ୍ରତ ପାଇଁ ପାଣି ଆଣିବାକୁ ଯାଇ କଟୁରୀ ଚୋଟ ଖାଇଲେ ମହିଳା
  • ଭାରସାମ୍ୟ ହରାଇ ପୋଲ ୱାଲ୍ ଉପରେ ଚଢ଼ିଗଲା ବସ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ସଟସର୍କିଟରୁ ଚଳନ୍ତା ଟ୍ରକରେ ଲାଗିଲା ନିଆଁ
  • ରିଲିଜ୍ ହେଲା ଫିଲ୍ମ ‘ଓ ରୋମିଓ’, ଦର୍ଶକ ଦେଖିବେ ଶାହିଦ-ତୃପ୍ତିଙ୍କ ଦମଦାର ଅଭିନୟ
  • କମିଛି ସୁନା ଓ ରୁପା ଦର, ସୁନାପ୍ରେମୀଙ୍କ ପାଇଁ ଖୁସି ଖବର

Recent Comments

No comments to show.

Calender

May 2026
M T W T F S S
 123
45678910
11121314151617
18192021222324
25262728293031
« Feb    

Categories

  • Uncategorized (105)
  • ଅପରାଧ (213)
  • ଏକ୍ସକ୍ଲୁସିଭ୍ (28)
  • ଖେଳ (59)
  • ଦେଶ ବିଦେଶ (508)
  • ଭିଡିଓ (8)
  • ମନୋରଞ୍ଜନ (44)
  • ରାଜନୀତି (124)
  • ରାଜ୍ୟ (1,674)
  • ସ୍ପେଶାଲ୍ ରିପୋର୍ଟ (285)
©2026 JBR Samachar | Design: Newspaperly WordPress Theme