
ବାଲେଶ୍ବର ଜିଲ୍ଲା ସୋର ଥାନା ନଟାପଡ଼ା ଅଞ୍ଚଳରେ ଜଣେ ଦମ୍ପତି ନିଜର ଗରିବୀ ପାଇଁ ଜନ୍ମ କରିଥିବା ପୁଅକୁ ଭଦ୍ରକ ଅଞ୍ଚଳର ଜଣେ ଦମ୍ପତିଙ୍କୁ ଦାନ କରଥିବା ଜଣାପଡିଛି।
ସୂଚନା ଅନୁସାରେ, ନଟାପଡ଼ା ଗ୍ରାମର ସେଣ ସାହିର ପ୍ରଫୁଲ୍ଲ ଧଡା ଓ ଗାୟତ୍ରୀ ଧଡାଙ୍କ ଔରସରୁ ୫ ଜଣ ଝିଅ ଓ ଜଣେ ପୁଅ ଜନ୍ମିତ ହୋଇଥିବା ବେଳେ ଗତ ଚାରିବର୍ଷ ତଳେ ଜଣେ ଝିଅକୁ ଦାନ କରିଥିଲେ। ପରେ ଗତ ୩ ତାରିଖ ସକାଳେ ଅନ୍ୟଜଣେ ଶିଶୁ ପୁତ୍ର ଘରେ ଜନ୍ମ ହେବା ବେଳେ ଉକ୍ତ ଶିଶୁ ପୁତ୍ରକୁ ଈଶ୍ୱରପୁର ଡ଼ାକ୍ତରଖାନାକୁ ନେଇଥିଲେ।
ସେଠାରେ ପୂର୍ବ ପ୍ରସ୍ତୁତି ମୁତାବକ ଭଦ୍ରକ ଅଞ୍ଚଳର ଜଣେ ଦମ୍ପତିଙ୍କୁ ଦାନ ଦେଇଥିଲେ। ଏନେଇ କିଛି ଲୋକ ଶିଶୁପୁତ୍ରକୁ ବିକ୍ରି କରିଥିବା ଅଭିଯୋଗ ଆଣିଥିବା ବେଳେ ପ୍ରଫୁଲ୍ଲ ଓ ଗାୟତ୍ରୀ ନିଜ ଗରିବୀ ପାଇଁ ଶିଶୁପୁତ୍ରକୁ ଦାନ କରିଥିବା କହିଛନ୍ତି।
