Skip to content
JBR Samachar
Menu
  • ଖେଳ
  • ଅପରାଧ
  • ଏକ୍ସକ୍ଲୁସିଭ୍
  • ଦେଶ ବିଦେଶ
  • ମନୋରଞ୍ଜନ
  • ରାଜନୀତି
  • ରାଜ୍ୟ
  • ସ୍ପେଶାଲ୍ ରିପୋର୍ଟ
Menu

ଥରୁଛି ସାରା ଓଡ଼ିଶା: ଦାରିଙ୍ଗିବାଡ଼ିରେ ପାଲଟିଲା ସବୁଠୁ ଥଣ୍ଡା ଅଞ୍ଚଳ

Posted on December 6, 2025

ରାଜ୍ୟରେ ହାଡ଼ଭଙ୍ଗା ଜାଡ଼ ଅନୁଭୂତ ହେବ । ଆଭ୍ୟନ୍ତରୀଣ ଓଡ଼ିଶା ଓ ଦକ୍ଷିଣ ଓଡ଼ିଶାରେ ଭୀଷଣ ଥଣ୍ଡା ରହିବ । ଅନ୍ୟ ସ୍ଥାନରେ ବି ଅସମ୍ଭାଳ ଶୀତ ହେବ । ଦେହ, ହାତ ଥରିଯିବ । ଝାରସୁଗୁଡ଼ା, ସୁନ୍ଦରଗଡ଼ ଓ ଅନୁଗୁଳରେ ଶୀତ ଲହରୀ ବହିବ । ଏଭଳି ଆକଳନ କରିଛି ପାଣିପାଗ ବିଭାଗ ।

ଶନିବାର ରାତିରେ ଫୁଲବାଣୀ ଓ ଝାରସୁଗୁଡ଼ାରେ ପାରଦ ୯ ଡିଗ୍ରୀ ରହିବ ବୋଲି ପାଣିପାଗ ବିଭାଗ ଆକଳନ କରିଛି । ବଲାଙ୍ଗୀର, ବୌଦ୍ଧ ଓ କେନ୍ଦୁଝରରେ ୧୧, ଢେଙ୍କାନାଳରେ ୧୨, ସୋନପୁର, ଟିଟିଲାଗଡ଼, ନବରଙ୍ଗପୁର, ବାଲେଶ୍ୱର, ବାରିପଦା, ଯାଜପୁର, କଟକ, କେନ୍ଦ୍ରାପଡ଼ା, ଭୁବନେଶ୍ୱରରେ ୧୩ ଡିଗ୍ରୀ ଅନୁଭୂତ ହୋଇପାରେ । ରବିବାର କୋରାପୁଟ, ଫୁଲବାଣୀ, ନବରଙ୍ଗପୁର, ଭବାନୀପାଟଣା, ଝାରସୁଗୁଡ଼ା, ସୁନ୍ଦରଗଡ଼ ଓ ରାଉରକେଲାରେ ରାତି ତାପମାତ୍ରା ୧୦ ଡିଗ୍ରୀ ରହିବ ବୋଲି ପୂର୍ବାନୁମାନ କରାଯାଇଛି ।

ରାଜ୍ୟରେ ଏଭଳି ଥଣ୍ଡା ଜାରି ରହିବ । ୯ ଓ ୧୦ ତାରିଖ ବେଳକୁ ଉତ୍ତର ଆଭ୍ୟନ୍ତରୀଣ ଓଡ଼ିଶା ଉପରେ ଏକ ଟ୍ରଫ୍ଲାଇନ୍ ରହିପାରେ । ତଥାପି ପ୍ରବଳ ଥଣ୍ଡା ହେବ ବୋଲି ସୋଆ ପରିବେଶ ଓ ଜଳବାୟୁ କେନ୍ଦ୍ର ନିର୍ଦ୍ଦେଶକ ଡ. ଶରତ ସାହୁ କହିଛନ୍ତି ।

ଗୁରୁବାର ଦାରିଙ୍ଗବାଡ଼ି ସବୁଠୁ ଥଣ୍ଡା ଅଞ୍ଚଳ ପାଲଟିଥିଲା । ଏଠାରେ ରାତି ତାପମାତ୍ରା ୮.୫ ଡିଗ୍ରୀ ରହିଥିଲା । ଅନୁଗୁଳରେ ୯ଡିଗ୍ରୀ, ଝାରସୁଗୁଡ଼ା ଓ ରାଉରକେଲାରେ ୯.୬, ଫୁଲବାଣୀରେ ୧୦, କୋରାପୁଟ ଓ କେନ୍ଦୁଝରରେ ୧୧.୪, ସୁନ୍ଦରଗଡ଼ରେ ୧୧.୬, ଭବାନୀପାଟଣାରେ ୧୧.୮, ବୌଦ୍ଧରେ ୧୨.୩, ବଲାଙ୍ଗୀରରେ ୧୨.୪, ଢେଙ୍କାନାଳରେ ୧୨.୬, କଟକରେ ୧୩.୨, ବାରିପଦା ଓ ନବରଙ୍ଗପୁରରେ ୧୩.୫, ସମ୍ବଲପୁରରେ ୧୩.୬, ସୋନପୁରରେ ୧୩.୭, ଟିଟିଲାଗଡ଼ ଓ କେନ୍ଦ୍ରାପଡ଼ାରେ ୧୩.୮, ଖୋର୍ଦ୍ଧା ଓ ଜଗତସିଂହପୁରରେ ୧୪, ରାୟଗଡ଼ାରେ ୧୪.୬ ଡିଗ୍ରୀ ରେକର୍ଡ ହୋଇଛି ।

Leave a Reply Cancel reply

Your email address will not be published. Required fields are marked *

Recent Posts

  • ସୁଦଶା ବ୍ରତ ପାଇଁ ପାଣି ଆଣିବାକୁ ଯାଇ କଟୁରୀ ଚୋଟ ଖାଇଲେ ମହିଳା
  • ଭାରସାମ୍ୟ ହରାଇ ପୋଲ ୱାଲ୍ ଉପରେ ଚଢ଼ିଗଲା ବସ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ସଟସର୍କିଟରୁ ଚଳନ୍ତା ଟ୍ରକରେ ଲାଗିଲା ନିଆଁ
  • ରିଲିଜ୍ ହେଲା ଫିଲ୍ମ ‘ଓ ରୋମିଓ’, ଦର୍ଶକ ଦେଖିବେ ଶାହିଦ-ତୃପ୍ତିଙ୍କ ଦମଦାର ଅଭିନୟ
  • କମିଛି ସୁନା ଓ ରୁପା ଦର, ସୁନାପ୍ରେମୀଙ୍କ ପାଇଁ ଖୁସି ଖବର

Recent Comments

No comments to show.

Calender

June 2026
M T W T F S S
1234567
891011121314
15161718192021
22232425262728
2930  
« Feb    

Categories

  • Uncategorized (105)
  • ଅପରାଧ (213)
  • ଏକ୍ସକ୍ଲୁସିଭ୍ (28)
  • ଖେଳ (59)
  • ଦେଶ ବିଦେଶ (508)
  • ଭିଡିଓ (8)
  • ମନୋରଞ୍ଜନ (44)
  • ରାଜନୀତି (124)
  • ରାଜ୍ୟ (1,674)
  • ସ୍ପେଶାଲ୍ ରିପୋର୍ଟ (285)
©2026 JBR Samachar | Design: Newspaperly WordPress Theme