Skip to content
JBR Samachar
Menu
  • ଖେଳ
  • ଅପରାଧ
  • ଏକ୍ସକ୍ଲୁସିଭ୍
  • ଦେଶ ବିଦେଶ
  • ମନୋରଞ୍ଜନ
  • ରାଜନୀତି
  • ରାଜ୍ୟ
  • ସ୍ପେଶାଲ୍ ରିପୋର୍ଟ
Menu

ଦିଲ୍ଲୀରେ ଦ୍ୱିଗୁଣିତ ପ୍ରଦୂଷଣ-ଶୀତ ଲହରୀ; ୨୪ଟି ଅଞ୍ଚଳରେ ଏକ୍ୟୁଆଇ ୩୦୦ ପାର

Posted on December 4, 2025

ବିଷ ବଳୟରେ ଜର୍ଜରିତ ଦିଲ୍ଲୀବାସୀ । ଜାତୀୟ ରାଜଧାନୀରେ ବାୟୁ ପ୍ରଦୂଷଣର ମାତ୍ରା ବୃଦ୍ଧି ହେଉଥିବା ବେଳେ ଚିନ୍ତାରେ ଦିଲ୍ଲୀବାସୀ । ଗତ କିଛି ମାସ ଧରି ଦିଲ୍ଲୀର ବିଷାକ୍ତ ବାୟୁ ଯୋଗୁଁ ସ୍ୱାସ୍ଥ୍ୟ ସମସ୍ୟା ସୃଷ୍ଟି କରୁଛି।  ଏବେ, କେବଳ ବାୟୁ ଗୁଣବତ୍ତା ସୂଚକାଙ୍କ ଅଧିକ ନୁହେଁ, ବରଂ ଶୀତ ଋତୁ ମଧ୍ୟ ଆରମ୍ଭ ହୋଇଛି। ପାଣିପାଗ ବିଭାଗ ଅନୁଯାୟୀ, ଆଗାମୀ ତିନିରୁ ଚାରି ଦିନ ମଧ୍ୟରେ ତାପମାତ୍ରା ହ୍ରାସ ପାଇପାରେ। ତେବେ ଗୁରୁବାର ସକାଳେ, ଦିଲ୍ଲୀର ଅଧିକାଂଶ ଅଞ୍ଚଳ ପ୍ରଦୂଷଣ ରେଡ୍ ଜୋନରେ ଥିଲା,ଏକ୍ୟୁଆଇ ୩୦୦ ଅତିକ୍ରମ କରିଥିଲା।

ଦିଲ୍ଲୀ ଏକ୍ୟୁଆଇ ବିପଦପୂର୍ଣ୍ଣ ବର୍ଗରେ ରହିଛି। ୨୪ଟି ଅଞ୍ଚଳ ପାଇଁ ରେଡ ଆଲର୍ଟ ଜାରି କରାଯାଇଛି ଯେଉଁଠାରେ ଏକ୍ୟୁଆଇ ୩୦୦ ରୁ ୪୦୦ ମଧ୍ୟରେ ରେକର୍ଡ କରାଯାଇଛି। ପରିସ୍ଥିତି ଖରାପ ହେବା ଦ୍ୱାରା ଜନସ୍ୱାସ୍ଥ୍ୟ ଉପରେ ପ୍ରତିକୂଳ ପ୍ରଭାବ ପଡ଼ିଛି। ପିଲା, ବୃଦ୍ଧ ଏବଂ ଶ୍ୱାସକ୍ରିୟା ରୋଗରେ ପୀଡିତ ଲୋକମାନେ ବିଶେଷ ଭାବରେ ପ୍ରଭାବିତ ହେଉଛନ୍ତି। ସେମାନେ ଆଖି ଜ୍ୱଳନ, ଗଳା ଯନ୍ତ୍ରଣା ଏବଂ ନିଶ୍ୱାସ ନେବାରେ କଷ୍ଟ ଅନୁଭବ କରୁଛନ୍ତି। ଗୁରୁବାର ସକାଳ ୬ଟାରେ ନେହେରୁ ନଗରରେ ସର୍ବାଧିକ ଏକ୍ୟୁଆଇ ୩୫୫ ରେକର୍ଡ କରାଯାଇଛି, ଯାହା ବିପଜ୍ଜନକ ବର୍ଗରେ ରହିଛି। ସେହିପରି ମନ୍ଦିର ମାର୍ଗରେ ଆଜି ସର୍ବନିମ୍ନ ଏକ୍ୟୁଆଇ ୨୭୯ ରେକର୍ଡ କରାଯାଇଛି। ସେହିପରି ଦିଲ୍ଲୀରେ ଆଜି ସର୍ବାଧିକ ତାପମାତ୍ରା ୨୩ ଡିଗ୍ରୀ ସେଲସିୟସ୍ ଏବଂ ସର୍ବନିମ୍ନ ତାପମାତ୍ରା ୬ ଡିଗ୍ରୀ ସେଲସିୟସ୍ ପହଞ୍ଚିବ ବୋଲି ଅନୁମାନ କରାଯାଉଛି। ଏହା ଅନ୍ୟ ଦିନ ତୁଳନାରେ ଅଧିକ ଥଣ୍ଡା ରହିବ।

ସେହିପରି ଦିଲ୍ଲୀ ଏବଂ ଏନସିଆରର ଅନ୍ୟାନ୍ୟ ଅଞ୍ଚଳରେ ଏକ୍ୟୁଆଇ ଅନେକ ପ୍ରଦୂଷଣ ରେକର୍ଡ ଭାଙ୍ଗିଛି। ନୋଏଡାର ଏକ୍ୟୁଆଇ ୩୧୨, ଗ୍ରେଟର ନୋଏଡାର ଏକ୍ୟୁଆଇ ୨୯୦, ଗାଜିଆବାଦର ଏକ୍ୟୁଆଇ ୩୧୦ ଏବଂ ଗୁରୁଗ୍ରାମର ଏକ୍ୟୁଆଇ ୨୭୮ ଥିବା ରେକର୍ଡ କରାଯାଇଛି। ଯାହା ଫଳରେ ଲୋକଙ୍କ ପାଇଁ ଘରୁ ବାହାରିବା ମଧ୍ୟ କଷ୍ଟକର ହୋଇପଡ଼ିଛି। କୋଭିଡ୍ ପରେ ପ୍ରଦୂଷଣ ଯୋଗୁଁ ମାସ୍କ ପିନ୍ଧିବା କ୍ରମଶଃ ସାଧାରଣ ହୋଇଗଲାଣି।

Leave a Reply Cancel reply

Your email address will not be published. Required fields are marked *

Recent Posts

  • ବଡ଼ଯୋରଡ଼ା ଜମିହରା ପ୍ରଜାଙ୍କୁ ନିଯୁକ୍ତି ଓ ଥଇଥାନ ଦାବି
  • ସୁଦଶା ବ୍ରତ ପାଇଁ ପାଣି ଆଣିବାକୁ ଯାଇ କଟୁରୀ ଚୋଟ ଖାଇଲେ ମହିଳା
  • ଭାରସାମ୍ୟ ହରାଇ ପୋଲ ୱାଲ୍ ଉପରେ ଚଢ଼ିଗଲା ବସ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ସଟସର୍କିଟରୁ ଚଳନ୍ତା ଟ୍ରକରେ ଲାଗିଲା ନିଆଁ
  • ରିଲିଜ୍ ହେଲା ଫିଲ୍ମ ‘ଓ ରୋମିଓ’, ଦର୍ଶକ ଦେଖିବେ ଶାହିଦ-ତୃପ୍ତିଙ୍କ ଦମଦାର ଅଭିନୟ

Recent Comments

No comments to show.

Calender

September 2026
M T W T F S S
 123456
78910111213
14151617181920
21222324252627
282930  
« Feb    

Categories

  • Uncategorized (106)
  • ଅପରାଧ (213)
  • ଏକ୍ସକ୍ଲୁସିଭ୍ (28)
  • ଖେଳ (59)
  • ଦେଶ ବିଦେଶ (508)
  • ଭିଡିଓ (8)
  • ମନୋରଞ୍ଜନ (44)
  • ରାଜନୀତି (124)
  • ରାଜ୍ୟ (1,674)
  • ସ୍ପେଶାଲ୍ ରିପୋର୍ଟ (285)
©2026 JBR Samachar | Design: Newspaperly WordPress Theme