Skip to content
JBR Samachar
Menu
  • ଖେଳ
  • ଅପରାଧ
  • ଏକ୍ସକ୍ଲୁସିଭ୍
  • ଦେଶ ବିଦେଶ
  • ମନୋରଞ୍ଜନ
  • ରାଜନୀତି
  • ରାଜ୍ୟ
  • ସ୍ପେଶାଲ୍ ରିପୋର୍ଟ
Menu

ଭାରତ ଆସୁଛନ୍ତି ପୁଟିନ: ପ୍ରତିରକ୍ଷା ଓ ବାଣିଜ୍ୟରେ ବଡ ଚୁକ୍ତି ସମ୍ଭାବନା

Posted on December 4, 2025

ଭାରତ ଆସୁଛନ୍ତି ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ । ୨୩ତମ ଭାରତ-ଋଷ ବାର୍ଷିକ ଶିଖର ସମ୍ମିଳନୀରେ ସେ ଯୋଗ ଦେବେ । ୟୁକ୍ରେନ ଯୁଦ୍ଧ ଓ ବିଶ୍ୱରେ ବଢ଼ୁଥିବା ଉତ୍ତେଜନା ସମୟରେ ପୁଟିନଙ୍କ ଏହି ଗସ୍ତ ଦ୍ୱିପାକ୍ଷିକ ସମ୍ପର୍କକୁ ଆହୁରି ମଜବୁତ କରିବ ବୋଲି ଆଶା କରାଯାଉଛି ।

ସମ୍ମିଳନୀ ବେଳେ ବାଣିଜ୍ୟ ଓ ପ୍ରତିରକ୍ଷା କ୍ଷେତ୍ରକୁ କେନ୍ଦ୍ର କରି ଗୁରୁତ୍ୱପୂର୍ଣ୍ଣ ଚୁକ୍ତି ହେବାର ଅପେକ୍ଷା । ଭାରତ ଏସ-୪୦୦ ଏୟାର ଡିଫେନ୍ସ ସିଷ୍ଟମ ଯୋଗାଣ ତ୍ୱରାନ୍ବିତ କରିବାକୁ ଋଷ ସହ ଆଲୋଚନା କରିବ । ୨୦୧୮ରେ ୪୫ ହଜାର କୋଟି ଟଙ୍କାରେ ୫ଟି ସ୍କ୍ୱାଡ୍ରନ ପାଇଁ ଭାରତ ଚୁକ୍ତି କରିଥିଲା । ୩ଟି ସ୍କ୍ୱାଡ୍ରନ ମିଳିସାରିଛି, ଅବଶିଷ୍ଟ ୨ଟି ୨୦୨୬ ମସିହା ସୁଦ୍ଧା ମିଳିବ ।

ସେହିପରି ଭାରତରେ ଅତ୍ୟାଧୁନିକ ପଞ୍ଚମ ପୀଢିର ସୁଖୋଇ-୫୭ ସ୍ଟିଲଥ ଫାଇଟର ଜେଟ HAL ନାସିକ କାରଖାନାରେ ନିର୍ମାଣ ପାଇଁ ମଧ୍ୟ ଦୁଇ ଦେଶ ଆଲୋଚନା କରିବେ । ବ୍ରହ୍ମୋସ ମିସାଇଲର ବିକାଶ ଓ ରପ୍ତାନୀ ନେଇ ମଧ୍ୟ ଆଲୋଚନା ହେବ ।

ଉଭୟ ଦେଶର ସେନା ଘାଟି ପରସ୍ପର ବ୍ୟବହାର ପାଇଁ RELOS ଚୁକ୍ତି ସ୍ୱାକ୍ଷର ହେବାର ସମ୍ଭାବନା ରହିଛି । ୨୦୨୧ ପରେ ପ୍ରଥମଥର ପାଇଁ ପୁଟିନଙ୍କ ଭାରତ ଗସ୍ତ ହେବ ।

Leave a Reply Cancel reply

Your email address will not be published. Required fields are marked *

Recent Posts

  • ଲକ୍ଷ୍ମୀ ବସ୍ ଚଳାଚଳକୁ ଘରୋଇ ବସ୍ ମାଲିକ ସଂଘର  ବିରୋଧ
  •  
  • ଦୁଇ ଗୋଷ୍ଠୀ ମୁହାଁମୁହିଁ , ୬ ଗିରଫ
  • ୩୧ରେ ଛତିଶଗଡ଼ ଯିବ ମହାନଦୀ କମିଟି
  • ମିଳିଲା ୨.୨୧ ଲକ୍ଷ କିଲୋ ସୁନା,୪ ଭିନ୍ନ ଭିନ୍ନ ସ୍ଥାନରେ ସୁନା ଖଣି ଠାବ

Recent Comments

No comments to show.

Calender

January 2026
M T W T F S S
 1234
567891011
12131415161718
19202122232425
262728293031  
« Dec    

Categories

  • Uncategorized (104)
  • ଅପରାଧ (197)
  • ଏକ୍ସକ୍ଲୁସିଭ୍ (28)
  • ଖେଳ (51)
  • ଦେଶ ବିଦେଶ (466)
  • ଭିଡିଓ (8)
  • ମନୋରଞ୍ଜନ (39)
  • ରାଜନୀତି (112)
  • ରାଜ୍ୟ (1,503)
  • ସ୍ପେଶାଲ୍ ରିପୋର୍ଟ (263)
©2026 JBR Samachar | Design: Newspaperly WordPress Theme