Skip to content
JBR Samachar
Menu
  • ଖେଳ
  • ଅପରାଧ
  • ଏକ୍ସକ୍ଲୁସିଭ୍
  • ଦେଶ ବିଦେଶ
  • ମନୋରଞ୍ଜନ
  • ରାଜନୀତି
  • ରାଜ୍ୟ
  • ସ୍ପେଶାଲ୍ ରିପୋର୍ଟ
Menu

ଜାତୀୟ ଉଦ୍ୟାନରେ ପଡ଼ିରହିଛି ୫୦ରୁ ଅଧିକ ହରିଣ ଶିଙ୍ଗ, ବେଧଡ଼କ ଶିକାର ଆଶଙ୍କା

Posted on December 4, 2025

ଭିତରକନିକା ଜାତୀୟ ଉଦ୍ୟାନ ଭିତରେ ପଡ଼ିରହିଛି ୫୦ରୁ ଅଧିକ ହରିଣ ଶିଙ୍ଗ। ଅଧିକାଂଶ ଶିଙ୍ଗ ହରିଣ ଦେହରୁ ଓପଡ଼ା ଯାଇଥିବା ଜଣାପଡ଼ୁଛି। ଜାତୀୟ ଉଦ୍ୟାନର ଗୋଟିଏ ସ୍ଥାନକୁ ଏତେ ସଂଖ୍ୟାରେ ହରିଣ ଶିଙ୍ଗ କେଉଁଠୁ ଆସିଲା ତାହା ପ୍ରଶ୍ନବାଚୀ ସୃଷ୍ଟି କରିଥିଲା ବେଳେ ଭିତରକନିକରେ ଜୀବଜନ୍ତୁଙ୍କ ଶିକାର ବେଧଡ଼କ ଭାବେ ଚାଲିଥିବା ସନ୍ଦେହ ବଢ଼ିବାରେ ଲାଗିଛି।

ଭିତରକନିକା ଜାତୀୟ ଉଦ୍ୟାନର ରାଜନଗର ରେଞ୍ଜ ଅନ୍ତର୍ଗତ ଦୋବନ୍ଧିଠାରେ ଜଙ୍ଗଲ ଭିତରେ ୫୦ରୁ ଅଧିକ ହରିଣ ଶିଙ୍ଗ ଗୋଟିଏ ସ୍ଥାନରେ ଗଦା ହୋଇଥିବା ଦେଖିବାକୁ ମିଳିଛି। ସେଠାରେ କାର୍ଯ୍ୟରତ ବନ କର୍ମଚାରୀଙ୍କ ସୂଚନା ମୁତାବକ ହରିଣର ଶିଙ୍ଗ ଆପେଆପେ ଖସିବା ପରେ ନୂଆ ଶିଙ୍ଗ ସୃଷ୍ଟି ହୋଇଥାଏ। ତେବେ ଜଙ୍ଗଲରେ ଗଦା ହୋଇଥିବା ଶିଙ୍ଗଗୁଡ଼ିକରେ ମାଂସ ଓ ହାଡ଼ ଲାଗିଥିବା ଦେଖାଯାଇଛି।

ଫଳରେ ଅଧିକାଂଶ ଶିଙ୍ଗ ହରିଣ ଶରୀରରୁ ଓପଡ଼ା ଯାଇଥିବା ଭଳି ଜଣାପଡ଼ୁଛି। ଏହା ଶିକାର ପରବର୍ତ୍ତୀ ହରିଣ ଶିଙ୍ଗ ବୋଲି ସମ୍ପୃକ୍ତ କର୍ମଚାରୀ କହିଛନ୍ତି। ଅନ୍ୟପଟେ ଶିଙ୍ଗ ନିକଟରେ ଜାଲ ମଧ୍ୟ ଗଦା ହୋଇଥିବାରୁ ତାହା ଶିକାରୀଙ୍କଠାରୁ ବନ ବିଭାଗ ଜବତ କରିଥିବା ସନ୍ଦେହ କରାଯାଉଛି। ତେବେ କେଉଁ ସ୍ଥାନରେ ହରିଣ ଶିକାର ହୋଇଥିଲା, ଏହି ଘଟଣାରେ ଶିକାରୀ ଗିରଫ ହୋଇଛନ୍ତି କି’ ନାହିଁ, ତାହାକୁ ନେଇ ପ୍ରଶ୍ନ ଉଠିଛି। ଭିତରକନିକରେ ଜୀବଜନ୍ତୁ ସୁରକ୍ଷିତ ବୋଲି ଡିଣ୍ଡିମ ପିଟା ଯାଉଥିଲା ବେଳେ କିପରି ଏତେସଂଖ୍ୟକ ହରିଣ ଶିଙ୍ଗ ଜଙ୍ଗଲକୁ ଆସିଲା ତାହା ମଧ୍ୟ ପ୍ରଶ୍ନବାଚୀ ସୃଷ୍ଟି କରିଛି।

Leave a Reply Cancel reply

Your email address will not be published. Required fields are marked *

Recent Posts

  • ସୁଦଶା ବ୍ରତ ପାଇଁ ପାଣି ଆଣିବାକୁ ଯାଇ କଟୁରୀ ଚୋଟ ଖାଇଲେ ମହିଳା
  • ଭାରସାମ୍ୟ ହରାଇ ପୋଲ ୱାଲ୍ ଉପରେ ଚଢ଼ିଗଲା ବସ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ସଟସର୍କିଟରୁ ଚଳନ୍ତା ଟ୍ରକରେ ଲାଗିଲା ନିଆଁ
  • ରିଲିଜ୍ ହେଲା ଫିଲ୍ମ ‘ଓ ରୋମିଓ’, ଦର୍ଶକ ଦେଖିବେ ଶାହିଦ-ତୃପ୍ତିଙ୍କ ଦମଦାର ଅଭିନୟ
  • କମିଛି ସୁନା ଓ ରୁପା ଦର, ସୁନାପ୍ରେମୀଙ୍କ ପାଇଁ ଖୁସି ଖବର

Recent Comments

No comments to show.

Calender

August 2026
M T W T F S S
 12
3456789
10111213141516
17181920212223
24252627282930
31  
« Feb    

Categories

  • Uncategorized (105)
  • ଅପରାଧ (213)
  • ଏକ୍ସକ୍ଲୁସିଭ୍ (28)
  • ଖେଳ (59)
  • ଦେଶ ବିଦେଶ (508)
  • ଭିଡିଓ (8)
  • ମନୋରଞ୍ଜନ (44)
  • ରାଜନୀତି (124)
  • ରାଜ୍ୟ (1,674)
  • ସ୍ପେଶାଲ୍ ରିପୋର୍ଟ (285)
©2026 JBR Samachar | Design: Newspaperly WordPress Theme