
ବୁଧବାର ପ୍ରକାଶ ପାଇବ ଯୁକ୍ତ ଦୁଇ ପରୀକ୍ଷା ସୂଚୀ। ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପରିଚାଳିତ ଯୁକ୍ତ ଦୁଇ ପରୀକ୍ଷା ପାଇଁ ପରୀକ୍ଷା ସୂଚୀ ପ୍ରକାଶ ପାଇବ । କେଉଁ ଦିନ କେଉଁ ପରୀକ୍ଷା ହେବ ତାହାର କାର୍ଯ୍ୟ ସୂଚୀ ବାହାରିବ।
ଉଭୟ ରେଗୁଲାର ଓ ଏକ୍ସ ରେଗୁଲାର ପରୀକ୍ଷାର୍ଥୀଙ୍କୁ ମିଶାଇ ମୋଟ ୪ ଲକ୍ଷରୁ ଅଧିକ ପିଲା ଫର୍ମ ପୂରଣ କରିଛନ୍ତି । ଆଜି ସିଏଚ୍ଏସ୍ଇ ଏକ କମିଟିର ବୈଠକ ଅନୁଷ୍ଠିତ ହେବ । ଏହି କମିଟିର ବୈଠକରେ ସିଏଚ୍ଏସ୍ଇ ପକ୍ଷରୁ ପ୍ରସ୍ତୁତ ହୋଇଥିବା ପରୀକ୍ଷା ସୂଚୀକୁ ଅନୁମୋଦନ ମିଳିବ । ବିଶେଷ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଫେବ୍ରୁଆରୀ ମାସରୁ ହିଁ ଯୁକ୍ତ ଦୁଇ ପରୀକ୍ଷା ଆରମ୍ଭ ହେବ ।
