
ମହିଳାଙ୍କ ଠାରୁ ସୁନା ଅଳଙ୍କାର ଲୁଟ। ଚମ୍ପଟ ମାରିବା ବେଳେ କାବୁକରି ଛେଚିଲେ ଗ୍ରାମବାସୀ। ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଥାନା ନିକଟ ଗୋପାଳପୁର ରାସ୍ତାରେ ଏହି ଘଟଣା ଘଟିଛି । ସୂଚନା ମୁତାବକ, ଗୋପାଳପୁର ରାସ୍ତାରେ ମହିଳା ଜଣଙ୍କ ଯାଉଥିବା ବେଳେ ଦୁର୍ବୁତ୍ତ ଜଣକ ମହିଳାଙ୍କ ଠାରୁ ସୁନା ଅଳଙ୍କାର ଲୁଟ କରି ଚମ୍ପଟ ମାରିଥିଲେ । ସେହି ସମୟରେ ଗ୍ରାମବାସୀ ଯୁବକଙ୍କୁ କାବୁ କରିଥିଲେ। ଏହାପରେ ଯୁବକଙ୍କୁ ଏକ ଘରେ ତାଲା ପକାଇ ଅଟକ ରଖି ପୁଲିସକୁ ଖବର ଦେଇଥିଲେ । ଖବର ପାଇ ଦିଗପହଣ୍ଡି ପୁଲିସ ଘଟଣାସ୍ଥଳରେ ପହଞ୍ଚି ଯୁବକଙ୍କୁ ଉଦ୍ଧାର କରିବା ସହ ଅଧିକ ତଦନ୍ତ ଆରମ୍ଭ କରିଛି।
