Skip to content
JBR Samachar
Menu
  • ଖେଳ
  • ଅପରାଧ
  • ଏକ୍ସକ୍ଲୁସିଭ୍
  • ଦେଶ ବିଦେଶ
  • ମନୋରଞ୍ଜନ
  • ରାଜନୀତି
  • ରାଜ୍ୟ
  • ସ୍ପେଶାଲ୍ ରିପୋର୍ଟ
Menu

୪ରୁ ବଢ଼ିବ ଶୀତ, ୨ ରୁ ୪ ଡିଗ୍ରୀ ଖସିବ ରାତି ତାପମାତ୍ରା

Posted on December 2, 2025

ଆସନ୍ତା ୪ ତାରିଖରୁ ଥଣ୍ଡା ପୁଣି ବଢ଼ିବ । ରାତି ତାପମାତ୍ରା ୨ରୁ ୪ ଡିଗ୍ରୀ ଯାଏ ଖସିଯିବ । ଏବେ ପାରଦ ଉପରମୁହାଁ ହେବା ଯୋଗୁ ଅନେକ ସ୍ଥାନରୁ ଥଣ୍ଡା କମିଯାଇଛି । କିନ୍ତୁ ୨ଦିନ ପରେ ଥଣ୍ଡା ପୁଣି ବଢ଼ିଯିବ ବୋଲି ପାଣିପାଗ ବିଭାଗ ଆକଳନ କରିଛି । ୨ ଓ ୩ ତାରିଖ ରାତିରେ ରାଜ୍ୟର ଅଧିକାଂଶ ସ୍ଥାନରେ ରାତି ତାପମାତ୍ରା ୧୩ରୁ ୧୫ ଡିଗ୍ରୀ ଉପରେ ରହିବ । ଉପକୂଳ ଓଡ଼ିଶାର ବହୁ ସ୍ଥାନରେ ପାରଦ ୧୫ ଡିଗ୍ରୀ ବା ଏହାଠାରୁ ଅଧିକ ରହିପାରେ ବୋଲି ପାଣିପାଗ ବିଭାଗ ଆକଳନ କରିଛି ।

ଦାରିଙ୍ଗବାଡ଼ିରେ ରାତି ତାପମାତ୍ରା ସବୁଠୁ କମ୍ ବା ୧୧.୫ ଡିଗ୍ରୀ ଅନୁଭୂତ ହୋଇଛି । ଜି.ଉଦୟଗିରିରେ ୧୨.୪, ଝାରସୁଗୁଡ଼ାରେ ୧୩.୭, ବୌଦ୍ଧରେ ୧୩.୮, କେନ୍ଦୁଝର ଓ ଫୁଲବାଣୀରେ ୧୪, ରାଉରକେଲାରେ ୧୪.୫, ଢେଙ୍କାନାଳ ଓ ଅନୁଗୁଳରେ ୧୪.୬, ଝାରସୁଗୁଡ଼ାରେ ୧୩.୭, ଭଦ୍ରକରେ ୧୪, କଟକରେ ୧୫, ବଲାଙ୍ଗିରରେ ୧୫.୨, ସୁନ୍ଦରଗଡ଼ରେ ୧୫.୪, ନୂଆପଡ଼ା ଓ ନବରଙ୍ଗପୁରରେ ୧୫.୫ ଡିଗ୍ରୀ ରେକର୍ଡ ହୋଇଛି । ଫୁଲବାଣୀରେ ସ୍ୱାଭାବିକଠାରୁ ୩ ଡିଗ୍ରୀ ଅଧିକ ତାପମାତ୍ରା ରେକର୍ଡ ହୋଇଛି । ଟିଟିଲାଗଡ଼ରେ ସ୍ୱାଭାବିକଠାରୁ ୪.୨, ବଲାଙ୍ଗିରରେ ୨.୬, ସୁନ୍ଦରଗଡ଼ରେ ୨.୪ ଓ କେନ୍ଦୁଝରରେ ୧.୧ ଡିଗ୍ରୀ ଅଧିକ ରେକର୍ଡ ହୋଇଛି ।

ମଙ୍ଗଳବାର ଓ ବୁଧବାର ଦୁଇ ଦିନ ରାଜ୍ୟରେ ଘନ କୁହୁଡ଼ି ଦୃଶ୍ୟମାନ ହୋଇପାରେ । ଏ ନେଇ ପାଣିପାଗ ବିଭାଗ ସତର୍କ କରାଇଛି । ମଙ୍ଗଳବାର ସୁନ୍ଦରଗଡ଼ ଓ ଝାରସୁଗୁଡ଼ାର କିଛି ସ୍ଥାନରେ ଘନ କୁହୁଡ଼ି ଦିଶିପାରେ । ବୁଧବାର ସୁନ୍ଦରଗଡ଼ ଓ ଝାରସୁଗୁଡ଼ା ସମେତ କୋରାପୁଟ ଓ ଅନୁଗୁଳର କିଛି ସ୍ଥାନରେ ଘନ କୁହୁଡ଼ି ଦୃଶ୍ୟମାନ ହୋଇପାରେ ।

Leave a Reply Cancel reply

Your email address will not be published. Required fields are marked *

Recent Posts

  • ସୁଦଶା ବ୍ରତ ପାଇଁ ପାଣି ଆଣିବାକୁ ଯାଇ କଟୁରୀ ଚୋଟ ଖାଇଲେ ମହିଳା
  • ଭାରସାମ୍ୟ ହରାଇ ପୋଲ ୱାଲ୍ ଉପରେ ଚଢ଼ିଗଲା ବସ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ସଟସର୍କିଟରୁ ଚଳନ୍ତା ଟ୍ରକରେ ଲାଗିଲା ନିଆଁ
  • ରିଲିଜ୍ ହେଲା ଫିଲ୍ମ ‘ଓ ରୋମିଓ’, ଦର୍ଶକ ଦେଖିବେ ଶାହିଦ-ତୃପ୍ତିଙ୍କ ଦମଦାର ଅଭିନୟ
  • କମିଛି ସୁନା ଓ ରୁପା ଦର, ସୁନାପ୍ରେମୀଙ୍କ ପାଇଁ ଖୁସି ଖବର

Recent Comments

No comments to show.

Calender

June 2026
M T W T F S S
1234567
891011121314
15161718192021
22232425262728
2930  
« Feb    

Categories

  • Uncategorized (105)
  • ଅପରାଧ (213)
  • ଏକ୍ସକ୍ଲୁସିଭ୍ (28)
  • ଖେଳ (59)
  • ଦେଶ ବିଦେଶ (508)
  • ଭିଡିଓ (8)
  • ମନୋରଞ୍ଜନ (44)
  • ରାଜନୀତି (124)
  • ରାଜ୍ୟ (1,674)
  • ସ୍ପେଶାଲ୍ ରିପୋର୍ଟ (285)
©2026 JBR Samachar | Design: Newspaperly WordPress Theme