Skip to content
JBR Samachar
Menu
  • ଖେଳ
  • ଅପରାଧ
  • ଏକ୍ସକ୍ଲୁସିଭ୍
  • ଦେଶ ବିଦେଶ
  • ମନୋରଞ୍ଜନ
  • ରାଜନୀତି
  • ରାଜ୍ୟ
  • ସ୍ପେଶାଲ୍ ରିପୋର୍ଟ
Menu

ଲଞ୍ଚ୍‌ ହେଲା ‘ମାନବ ୱାଶିଂ ମେସିନ୍‌’, ୧୫ ମିନିଟ୍‌ ମଧ୍ୟରେ ସଫା କରିବ ଶରୀର

Posted on December 1, 2025

ଜାପାନରେ ଏବେ ‘ମାନବ ୱାଶିଂ ମେସିନ୍‌’ ଲଞ୍ଚ୍‌ ହୋଇଛି । ଏହି କ୍ୟାପ୍‌ସୁଲ ଭଳି ମେସିନ୍‌ ମଧ୍ୟରେ ଶୋଇବା ପରେ ମାତ୍ର ୧୫ ମିନିଟ୍‌ ମଧ୍ୟରେ ଜଣେ ବ୍ୟକ୍ତିଙ୍କର ପୂରା ଶରୀର ସଫା ହୋଇଯାଇଥାଏ । ଏଥିସହ ସେ ତାଜାପଣ ଅନୁଭବ କରିଥାନ୍ତି । ହାଇଟେକ୍‌ ଟେକ୍ନୋଲୋଜିଯୁକ୍ତ ଏହି ମେସିନ୍‌ ମଣିଷର ମୁଣ୍ଡରୁ ନେଇ ପାଦ ଯାଏ ସଫା କରିବାକୁ ଗରମ ବାୟୁ, ମାଇକ୍ରୋ ବବଲ୍‌ସ ଏବଂ ୱାଟର ଜେଟ୍‌ସର ବ୍ୟବହାର କରିଥାଏ । ମେସିନ୍‌କୁ ‘ଫ୍ୟୁଚର ହ୍ୟୁମାନ ୱାଶର’ ବୋଲି ମଧ୍ୟ କୁହାଯାଉଛି ।

ସେଠାକାର ଏକ ଟେକ୍‌ କମ୍ପାନି ‘ସାଇନ୍ସ’ ଏହି ଉତ୍ପାଦକୁ ବଜାର ପ୍ରବେଶ କରାଇଛି । ଅକ୍ଟୋବର ମାସରେ ଓସାକାରେ ଶେଷ ହୋଇଥିବା ୱାର୍ଲଡ ଏକ୍ସପୋରେ ଏହାକୁ ପ୍ରଦର୍ଶନ କରାଯାଇଥିଲା । ଛଅ ମାସ ଧରି ଚାଲିଥିବା ସେହି ଏକ୍ସପୋରେ ଏହି ମେସିନ୍‌ ବହୁ ଲୋକଙ୍କ ଆକର୍ଷଣର କେନ୍ଦ୍ରବିନ୍ଦୁ ସାଜିଥିଲା । ଏହାପରେ ଆମେରିକାର ଏକ ରିସୋର୍ଟ କମ୍ପାନି ସମେତ କିଛି ଅନ୍ତର୍ଜାତୀୟ ବ୍ୟବସାୟ ସଂସ୍ଥା ଏହାର ପ୍ରୋଟୋଟାଇପ୍‌କୁ ବ୍ୟବସାୟୀକରଣ କରିବାକୁ ‘ସାଇନ୍ସ’କୁ ପ୍ରେରିତ କରିଥିଲେ ।

​

ଏହି କ୍ୟାପସୁଲ ମଧ୍ୟରେ ବ୍ୟବହାରକାରୀ ଏକ ୨.୩ ମିଟର ଲମ୍ବା ପଡ୍‌ ଭଳି ମେସିନ୍‌ରେ ଶୋଇଥାନ୍ତି । ଏହାପରେ ତାର ଢାଙ୍କୁଣୀ ବନ୍ଦ ହୋଇଯାଏ । ଏଥିସହ ମେସିନ୍‌ ଧୀରେ ଧୀରେ ବ୍ୟକ୍ତିଙ୍କ ଶରୀରକୁ ସଫା କରିବା ଆରମ୍ଭ କରେ । ଏହି ସମୟରେ ହାଲ୍‌କା ସଙ୍ଗୀତ ମଧ୍ୟ କ୍ୟାପସୁଲ ମଧ୍ୟରେ ବାଜିଥାଏ । ସେଥିଯୋଗୁ ବ୍ୟକ୍ତିଙ୍କୁ ସ୍ପା’ ଭଳି ଅନୁଭବ ହୋଇଥାଏ ।

ସାଇନ୍ସ କମ୍ପାନିର ମୁଖପାତ୍ରଙ୍କ ଅନୁସାରେ, ଏହି ନୂଆ ମେସିନ୍‌ କେବଳ ଲୋକଙ୍କ ଶରୀରରୁ ମଇଳା ସଫା କରିବ ନାହିଁ, ସେମାନଙ୍କ ମନକୁ ମଧ୍ୟ ସତେଜ ଅନୁଭବ କରାଇବ । ଶରୀରକୁ ସଫା କରିବା ସମୟରେ ସେନ୍ସର ମାଧ୍ୟମରେ ଏହା ବ୍ୟବହାରକାରୀଙ୍କ ହୃଦ୍‌ସ୍ପନ୍ଦନ ଏବଂ ଅନ୍ୟ ଗୁରୁତ୍ୱପୂର୍ଣ୍ଣ ସଙ୍କେତକୁ ନିରୀକ୍ଷଣ କରିଥାଏ । ‘ମାନବ ୱାଶିଂ ମେସିନ୍‌’ର ନୂତତତ୍ୱ ଯୋଗୁ କମ୍ପାନି ଏହାର ମାତ୍ର ୫୦ଟି ୟୁନିଟ୍‌ ପ୍ରସ୍ତୁତ କରିବାକୁ ଯୋଜନା ରଖିଥିବା ସେ ପ୍ରକାଶ କରିଛନ୍ତି । ଏହି ମେସିନ୍‌ର ଦାମ୍‌ ୩.୮୫ ଲକ୍ଷ ଡଲାର ହେବ ବୋଲି କୁହାଯାଉଛି । ଓସାକାର ଏକ ହୋଟେଲ୍‌ ଏହାର ପ୍ରଥମ ୟୁନିଟ୍‌କୁ କିଣିଛି ।

Leave a Reply Cancel reply

Your email address will not be published. Required fields are marked *

Recent Posts

  • ପହିଲାରୁ ନୂଆ ନିୟମ : ବନ୍ଦ ହେବ ନଗଦ ପେମେଣ୍ଟ
  • ୪୭ ଲକ୍ଷ ସୋସିଆଲ ମିଡିଆ ଆକାଉଣ୍ଟ ଡିଆକ୍ଟିଭ୍, ୫ ଲକ୍ଷରୁ ଅଧିକ ଆକାଉଣ୍ଟ ହଟାଇଲା ମେଟା
  •  ବିଜାପୁରରେ ଏନକାଉଣ୍ଟର, ୨ ନିହତ
  • ରବିବାରଠୁ ପକ୍ଷୀ ଗଣନା
  • ଆଜି ଥରାଇବ ଶୀତ, ରବିବାରଠୁ କମିବ ଜାଡ଼ର ପ୍ରକୋପ

Recent Comments

No comments to show.

Calender

January 2026
M T W T F S S
 1234
567891011
12131415161718
19202122232425
262728293031  
« Dec    

Categories

  • Uncategorized (104)
  • ଅପରାଧ (197)
  • ଏକ୍ସକ୍ଲୁସିଭ୍ (27)
  • ଖେଳ (51)
  • ଦେଶ ବିଦେଶ (464)
  • ଭିଡିଓ (8)
  • ମନୋରଞ୍ଜନ (39)
  • ରାଜନୀତି (112)
  • ରାଜ୍ୟ (1,497)
  • ସ୍ପେଶାଲ୍ ରିପୋର୍ଟ (262)
©2026 JBR Samachar | Design: Newspaperly WordPress Theme