Skip to content
JBR Samachar
Menu
  • ଖେଳ
  • ଅପରାଧ
  • ଏକ୍ସକ୍ଲୁସିଭ୍
  • ଦେଶ ବିଦେଶ
  • ମନୋରଞ୍ଜନ
  • ରାଜନୀତି
  • ରାଜ୍ୟ
  • ସ୍ପେଶାଲ୍ ରିପୋର୍ଟ
Menu

ସାମନ୍ଥାଙ୍କ ବିବାହ ଫଟୋ ଭାଇରାଲ: ନିର୍ଦ୍ଦେଶକ ରାଜ ନିଡିମୋରୁଙ୍କୁ କଲେ ବାହା

Posted on December 1, 2025

କୋଏମ୍ବାଟୁର: ଦୀର୍ଘ ଦିନର କଳ୍ପନାଜଳ୍ପନା ପରେ ଶେଷରେ ଅଭିନେତ୍ରୀ ସାମନ୍ଥା ରୁଥ୍ ପ୍ରଭୁ ଏବଂ ନିର୍ଦ୍ଦେଶକ ରାଜ ନିଡିମୋରୁ (ରାଜ ଏବଂ ଡି.କେ. ଯୋଡ଼ିର ଜଣେ ସଦସ୍ୟ) ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି। ଉଭୟ ଏକ ଅତ୍ୟନ୍ତ ନିରୋଳା ଏବଂ ନିରାଡ଼ମ୍ବର ଉତ୍ସବରେ ପରସ୍ପରକୁ ଜୀବନସାଥୀ ରୂପେ ଗ୍ରହଣ କରିଛନ୍ତି।
କୋଏମ୍ବାଟୁରର ଇଶା ଫାଉଣ୍ଡେସନ ପରିସରରେ ଥିବା ଲିଙ୍ଗ ଭୈରବୀ ମନ୍ଦିରରେ ଏହି ବିବାହ ସମାରୋହ ଅନୁଷ୍ଠିତ ହୋଇଥିଲା। ଉଭୟଙ୍କ ପରିବାର ଓ ଅତି ନିକଟତମ ସାଙ୍ଗମାନଙ୍କୁ ମିଶାଇ ମାତ୍ର ୩୦ ଜଣ ଅତିଥିଙ୍କ ଉପସ୍ଥିତିରେ ଏହି ଗୁପ୍ତ ବିବାହ ସମ୍ପନ୍ନ ହୋଇଥିଲା। ସୂତ୍ର ଅନୁସାରେ, ସାମନ୍ଥା ବିବାହ ସମୟରେ ଏକ ସୁନ୍ଦର ଲାଲ୍ ରଙ୍ଗର ଶାଢ଼ୀ ପିନ୍ଧିଥିବାବେଳେ ରାଜ ନିଡିମୋରୁ ପାରମ୍ପରିକ ପୋଷାକରେ ନଜର ଆସିଥିଲେ।
ଏହି ସ୍ୱତନ୍ତ୍ର ମୁହୂର୍ତ୍ତର ଫଟୋଗୁଡ଼ିକୁ ସାମନ୍ଥା ରୁଥ୍ ପ୍ରଭୁ ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ସେୟାର କରିଛନ୍ତି। ସେ କିଛି ଫଟୋ ଶେୟାର କରି ତାରିଖ ସହିତ ଦୁଇଟି ଧଳା ହୃଦୟର ଇମୋଜି ଦେଇଛନ୍ତି, ଯାହା ତାଙ୍କ ପ୍ରଶଂସକମାନଙ୍କ ମଧ୍ୟରେ ଖୁସିର ଲହରୀ ଖେଳାଇ ଦେଇଛି। ପେସାଗତ ସ୍ତରରେ ‘ଦ ଫ୍ୟାମିଲି ମ୍ୟାନ୍ ୨’ ଏବଂ ‘ସିଟାଡେଲ୍: ହନି ବନି’ ଭଳି ପ୍ରୋଜେକ୍ଟରେ ଏକାଠି କାମ କରିବା ପରେ ଉଭୟଙ୍କ ମଧ୍ୟରେ ଘନିଷ୍ଠତା ବଢ଼ିଥିଲା।
ତେବେ, ଏହି ବିବାହ ଖବର ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ରାଜ ନିଡିମୋରୁଙ୍କ ପୂର୍ବତନ ପତ୍ନୀ ଶ୍ୟାମଲୀ ଦେଙ୍କର ଏକ ଗୁପ୍ତ ପୋଷ୍ଟକୁ ନେଇ କିଛି ଚର୍ଚ୍ଚା ମଧ୍ୟ ଆରମ୍ଭ ହୋଇଛି।ବର୍ତ୍ତମାନ ଏହି କଳାକାର ଯୋଡ଼ି ଜୀବନର ଏକ ନୂଆ ଅଧ୍ୟାୟ ଆରମ୍ଭ କରିଛନ୍ତି।

Leave a Reply Cancel reply

Your email address will not be published. Required fields are marked *

Recent Posts

  • ବଡ଼ଯୋରଡ଼ା ଜମିହରା ପ୍ରଜାଙ୍କୁ ନିଯୁକ୍ତି ଓ ଥଇଥାନ ଦାବି
  • ସୁଦଶା ବ୍ରତ ପାଇଁ ପାଣି ଆଣିବାକୁ ଯାଇ କଟୁରୀ ଚୋଟ ଖାଇଲେ ମହିଳା
  • ଭାରସାମ୍ୟ ହରାଇ ପୋଲ ୱାଲ୍ ଉପରେ ଚଢ଼ିଗଲା ବସ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ସଟସର୍କିଟରୁ ଚଳନ୍ତା ଟ୍ରକରେ ଲାଗିଲା ନିଆଁ
  • ରିଲିଜ୍ ହେଲା ଫିଲ୍ମ ‘ଓ ରୋମିଓ’, ଦର୍ଶକ ଦେଖିବେ ଶାହିଦ-ତୃପ୍ତିଙ୍କ ଦମଦାର ଅଭିନୟ

Recent Comments

No comments to show.

Calender

September 2026
M T W T F S S
 123456
78910111213
14151617181920
21222324252627
282930  
« Feb    

Categories

  • Uncategorized (106)
  • ଅପରାଧ (213)
  • ଏକ୍ସକ୍ଲୁସିଭ୍ (28)
  • ଖେଳ (59)
  • ଦେଶ ବିଦେଶ (508)
  • ଭିଡିଓ (8)
  • ମନୋରଞ୍ଜନ (44)
  • ରାଜନୀତି (124)
  • ରାଜ୍ୟ (1,674)
  • ସ୍ପେଶାଲ୍ ରିପୋର୍ଟ (285)
©2026 JBR Samachar | Design: Newspaperly WordPress Theme