
ଆଜି ଭୋର୍ ୫ ଘଟିକା ସମୟରେ ୫୨୦ ନମ୍ୱର୍ ଜାତୀୟ ରାଜପଥ, ଭଦ୍ରାସାହି ନିକଟ ରୋଇଡ଼ା ଛକ ନିକଟରେ ଏକ ଟ୍ରକ୍ ରାସ୍ତାରେ ଯାଉଥିବା ସମୟରେ ୩ ଜଣ ଦୁର୍ବୃତ୍ତ ଗାଡ଼ିକୁ ଅଟକାଇ ଥିଲେ। ଭୁଜାଲି ଓ ମାରଣାସ୍ତ୍ର ଦେଖାଇ ଚାଳକ ସତ୍ୟନାରାୟଣ ବିଶ୍ଵକର୍ମାଙ୍କ ପାଖରେ ଥିବା କିଛି ଟଙ୍କା ଓ ତାଙ୍କ ମୋବାଇଲ ଛଡ଼ାଇ ନେବା ସହ ତାଙ୍କୁ ମରଣାନ୍ତକ ଆକ୍ରମଣ କରିଥିଲେ।
ଦୁର୍ବୃତ୍ତଙ୍କ ଆକ୍ରମଣରେ ଚାଳକ ସତ୍ୟନାରାୟଣଙ୍କ ବାମ ଗୋଡ଼ ଭାଙ୍ଗି ଯାଇଥିବାବେଳେ, ମୁଣ୍ଡରେ ଆଘାତ ଲାଗିଥିବା ଜଣାଯାଇଛି। ଏନେଇ ବଡ଼ବିଲ ଥାନାରେ ଲିଖିତ ଅଭିଯୋଗ ପରେ ପୁଲିସ ଗୁରୁତର ଆହତ ଚାଳକକୁ ଡାକ୍ତରଖାନାରେ ଭର୍ତ୍ତି କରାଇ ଘଟଣାର ତଦନ୍ତ କରୁଥିବା ଜଣାଯାଇଛି।
