Skip to content
JBR Samachar
Menu
  • ଖେଳ
  • ଅପରାଧ
  • ଏକ୍ସକ୍ଲୁସିଭ୍
  • ଦେଶ ବିଦେଶ
  • ମନୋରଞ୍ଜନ
  • ରାଜନୀତି
  • ରାଜ୍ୟ
  • ସ୍ପେଶାଲ୍ ରିପୋର୍ଟ
Menu

ଆଜିଠୁ ସଂସଦର ଶୀତ ଅଧିବେଶନ, ଦିଲ୍ଲୀ ବ୍ଲାଷ୍ଟକୁ ନେଇ କମ୍ପିବ ଗୃହ

Posted on December 1, 2025

ଆଜିଠୁ ସଂସଦର ଶୀତ ଅଧିବେଶନ। SIR ଓ ଦିଲ୍ଲୀ ବ୍ଲାଷ୍ଟକୁ ନେଇ କମ୍ପିବ ଗୃହ । ଶୀତକାଳୀନ ଅଧିବେଶନରେ ୧୨ଟି ବିଲ୍ ଆଗତ ହେବ । ଆଗତ ଏବଂ ଆଲୋଚନା ହେବାକୁ ଥିବା ପ୍ରମୁଖ ବିଲ ଗୁଡ଼ିକ ଭିତରେ ରହିଛି ପ୍ରସ୍ତାବିତ ଆଣବିକ ଶକ୍ତି ବିଲ୍-୨୦୨୫। ସେହିପରି ଶୀତ ଅଧିବେଶନରେ ଭାରତୀୟ ଉଚ୍ଚ ଶିକ୍ଷା କମିଶନ ବିଲ୍, ୨୦୨୫ ଆଗତ ହେବ । ବିଶ୍ୱବିଦ୍ୟାଳୟଗୁଡ଼ିକର ମାନ ନିର୍ଦ୍ଧାରଣ ପାଇଁ ଏକ କେନ୍ଦ୍ରୀୟ ସଂସ୍ଥା ଗଠନ କରାଯିବ। ଅନ୍ୟ ପ୍ରମୁଖ ବିଲ୍ ମଧ୍ୟରେ ରହିଛି ସିକ୍ୟୁରିଟି ମାର୍କେଟ କୋଡ୍ ବିଲ୍, ୨୦୨୫ । ନିବେଶକଙ୍କ ସୁରକ୍ଷା ପାଇଁ ସେବି ଓ ଅନ୍ୟାନ୍ୟ ଆର୍ଥିକ ନିୟମଗୁଡ଼ିକୁ ଏକାଠି କରି ଗୋଟିଏ ଆଇନ କରିବାକୁ କେନ୍ଦ୍ର ସରକାରଙ୍କ ଯୋଜନା ରହିଛି । ତେବେ ଅଧିବେଶନରେ ଏସଆଇଆର ପ୍ରସଙ୍ଗରେ କମ୍ପିପାରେ ଗୃହ ।

୧୨ ରାଜ୍ୟରେ ଚାଲିଥିବା ଭୋଟର ତାଲିକା ସଂଶୋଧନରେ ଅନିୟମିତତା ଅଭିଯୋଗ ଆଣି ବିରୋଧୀ ଦଳ ଆଲୋଚନା ପାଇଁ ଦାବି କରୁଛନ୍ତି । ଏଥି ସହ ଲାଲକିଲ୍ଲା ବ୍ଲାଷ୍ଟ, ଅପରେସନ ସିନ୍ଦୂର ନେଇ ଟ୍ରମ୍ପଙ୍କ ମନ୍ତବ୍ୟ ନେଇ ସରକାରଙ୍କୁ ଘେରି ପାରନ୍ତି ବିରୋଧୀ । ସେହିପରି ଦିଲ୍ଲୀର ବାୟୁ ପ୍ରଦୂଷଣ ଏବଂ ଚୀନ୍ ସୀମା ବିବାଦ ମଧ୍ୟ ମୁଖ୍ୟ ପ୍ରସଙ୍ଗ ରହିପାରେ । ଡିସେମ୍ବର ୧୯ ତାରିଖରେ ସରିବ ସଂସଦର ଶୀତକାଳୀନ ଅଧିବେଶନ। ଏହି ଅଧିବେଶନରେ ୧୫ଟି ସିଟିଂ ରହିଛି । ଡିସେମ୍ବର ୧୯ ଯାଏଁ ଚାଲିବ ସଂସଦର ଶୀତ ଅଧିବେଶନ ।

Leave a Reply Cancel reply

Your email address will not be published. Required fields are marked *

Recent Posts

  • ସୁଦଶା ବ୍ରତ ପାଇଁ ପାଣି ଆଣିବାକୁ ଯାଇ କଟୁରୀ ଚୋଟ ଖାଇଲେ ମହିଳା
  • ଭାରସାମ୍ୟ ହରାଇ ପୋଲ ୱାଲ୍ ଉପରେ ଚଢ଼ିଗଲା ବସ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ସଟସର୍କିଟରୁ ଚଳନ୍ତା ଟ୍ରକରେ ଲାଗିଲା ନିଆଁ
  • ରିଲିଜ୍ ହେଲା ଫିଲ୍ମ ‘ଓ ରୋମିଓ’, ଦର୍ଶକ ଦେଖିବେ ଶାହିଦ-ତୃପ୍ତିଙ୍କ ଦମଦାର ଅଭିନୟ
  • କମିଛି ସୁନା ଓ ରୁପା ଦର, ସୁନାପ୍ରେମୀଙ୍କ ପାଇଁ ଖୁସି ଖବର

Recent Comments

No comments to show.

Calender

May 2026
M T W T F S S
 123
45678910
11121314151617
18192021222324
25262728293031
« Feb    

Categories

  • Uncategorized (105)
  • ଅପରାଧ (213)
  • ଏକ୍ସକ୍ଲୁସିଭ୍ (28)
  • ଖେଳ (59)
  • ଦେଶ ବିଦେଶ (508)
  • ଭିଡିଓ (8)
  • ମନୋରଞ୍ଜନ (44)
  • ରାଜନୀତି (124)
  • ରାଜ୍ୟ (1,674)
  • ସ୍ପେଶାଲ୍ ରିପୋର୍ଟ (285)
©2026 JBR Samachar | Design: Newspaperly WordPress Theme