Skip to content
JBR Samachar
Menu
  • ଖେଳ
  • ଅପରାଧ
  • ଏକ୍ସକ୍ଲୁସିଭ୍
  • ଦେଶ ବିଦେଶ
  • ମନୋରଞ୍ଜନ
  • ରାଜନୀତି
  • ରାଜ୍ୟ
  • ସ୍ପେଶାଲ୍ ରିପୋର୍ଟ
Menu

ଦିଲ୍ଲୀରେ ବାୟୁପ୍ରଦୂଷଣ ସାମାନ୍ୟ କମିଲେ ମଧ୍ୟ AQI ‘ଅତି ଖରାପ’ ଶ୍ରେଣୀରେ

Posted on November 30, 2025

ଦିଲ୍ଲୀ NCR ବାୟୁପ୍ରଦୂଷଣରେ ସାମାନ୍ୟ ଉନ୍ନତି ହୋଇଛି । ଗତକାଲି ସନ୍ଧ୍ୟାରେ ପବନର ବେଗ ଯୋଗୁଁ ଦିଲ୍ଲୀ AQI ଆଜି ସକାଳେ ବହୁତ ଖରାପରେ ରହିଛି । ଦିଲ୍ଲୀରେ AQI ସକାଳ ପ୍ରାୟ ୭ଟାରେ ୩୦୦ରେ ଥିଲା । ଯାହା ବର୍ତ୍ତମାନ ପାଖାପାଖି ୨୭୦ରେ ରହିଛି । ମନିଟରିଂ ଷ୍ଟେସନରେ ଆଜି AQI ୩୦୦ରୁ କମ୍ ବୋଲି ରେକର୍ଡ କରାଯାଇଛି ।

ସୂଚନାନୁଯାୟୀ, ସନ୍ଧ୍ୟା ୬ ଟାରେ ଦିଲ୍ଲୀର ଅଧିକାଂଶ ଅଞ୍ଚଳରେ AQI “ଅତି ଖରାପ” ଥିଲା ଯାହାର ସୂଚନା କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଦେଇଛନ୍ତି । ଯାହା ଜନସ୍ୱାସ୍ଥ୍ୟ ପାଇଁ ମଧ୍ୟ ଏକ ଗମ୍ଭୀର ବିପଦ ସୃଷ୍ଟି କରୁଛି । ଦିଲ୍ଲୀର କିଛି ସ୍ଥାନରେ ପ୍ରଦୂଷଣ ସ୍ତର ସାମାନ୍ୟ କମିଥିଲେ ମଧ୍ୟ ବର୍ତ୍ତମାନ ସୁଦ୍ଧା ପରିସ୍ଥିତି ଚିନ୍ତାଜନକ ରହିଛି । ଆଜି RK ପୁରମ ସବୁଠାରୁ ପ୍ରଦୂଷିତ ଅଞ୍ଚଳ ମଧ୍ୟରେ ରହିଛି । ଯାହାର AQI ୩୦୮ ଥିଲା । ଏହାରି ମଧ୍ୟରେ ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ କହିଛନ୍ତି ଯେ, ଏହି ପ୍ରଦୂଷଣ ପରିସ୍ଥିତିକୁ ଆହୁରି ବିପଦପୂର୍ଣ୍ଣ କରିଥାଏ । ଆହୁରି ମଧ୍ୟ କହିଛନ୍ତି ଯେ ଏହି ପ୍ରଦୂଷଣ ବୃଦ୍ଧ, ଶିଶୁ, ଗର୍ଭବତୀ ମହିଳା ଏବଂ ଶ୍ୱାସକ୍ରିୟା ସମସ୍ୟା ଥିବା ଲୋକଙ୍କ ପାଇଁ ଅଧିକ ବିପଦପୂର୍ଣ୍ଣ ।

Leave a Reply Cancel reply

Your email address will not be published. Required fields are marked *

Recent Posts

  • ସୁଦଶା ବ୍ରତ ପାଇଁ ପାଣି ଆଣିବାକୁ ଯାଇ କଟୁରୀ ଚୋଟ ଖାଇଲେ ମହିଳା
  • ଭାରସାମ୍ୟ ହରାଇ ପୋଲ ୱାଲ୍ ଉପରେ ଚଢ଼ିଗଲା ବସ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ସଟସର୍କିଟରୁ ଚଳନ୍ତା ଟ୍ରକରେ ଲାଗିଲା ନିଆଁ
  • ରିଲିଜ୍ ହେଲା ଫିଲ୍ମ ‘ଓ ରୋମିଓ’, ଦର୍ଶକ ଦେଖିବେ ଶାହିଦ-ତୃପ୍ତିଙ୍କ ଦମଦାର ଅଭିନୟ
  • କମିଛି ସୁନା ଓ ରୁପା ଦର, ସୁନାପ୍ରେମୀଙ୍କ ପାଇଁ ଖୁସି ଖବର

Recent Comments

No comments to show.

Calender

March 2026
M T W T F S S
 1
2345678
9101112131415
16171819202122
23242526272829
3031  
« Feb    

Categories

  • Uncategorized (105)
  • ଅପରାଧ (213)
  • ଏକ୍ସକ୍ଲୁସିଭ୍ (28)
  • ଖେଳ (59)
  • ଦେଶ ବିଦେଶ (508)
  • ଭିଡିଓ (8)
  • ମନୋରଞ୍ଜନ (44)
  • ରାଜନୀତି (124)
  • ରାଜ୍ୟ (1,674)
  • ସ୍ପେଶାଲ୍ ରିପୋର୍ଟ (285)
©2026 JBR Samachar | Design: Newspaperly WordPress Theme