Skip to content
JBR Samachar
Menu
  • ଖେଳ
  • ଅପରାଧ
  • ଏକ୍ସକ୍ଲୁସିଭ୍
  • ଦେଶ ବିଦେଶ
  • ମନୋରଞ୍ଜନ
  • ରାଜନୀତି
  • ରାଜ୍ୟ
  • ସ୍ପେଶାଲ୍ ରିପୋର୍ଟ
Menu

ଭାରତ vs ଦକ୍ଷିଣଆଫ୍ରିକା: ବିଜୟ ମିଶନ୍‌ରେ ଟିମ୍ ଇଣ୍ଡିଆ

Posted on November 30, 2025

ଆଜିଠୁ ଭାରତ-ଦକ୍ଷିଣଆଫ୍ରିକା ଦିନିକିଆ ସିରିଜ । ରାଞ୍ଚିରେ ଖେଳାଯିବ ପ୍ରଥମ ମ୍ୟାଚ । ଲୋକେଶ ରାହୁଲଙ୍କ ନେତୃତ୍ବରେ ପଡିଆକୁ ଓହ୍ଲାଇବ ଟିମ ଇଣ୍ଡିଆ । ରୋହିଓ ଶର୍ମା ଓ ବିରାଟ କୋହଲିର ପଦର୍ଶନ ଉପରେ ନଜର । ଲଗାତାର ଦୁଇଟି ଟେଷ୍ଟ ହାରିବା ପରେ ଦିନିକିଆରେ ବିଜୟରୁ ଅଭିଯାନ ଆରମ୍ଭ କରିବାକୁ ଟିମ ଇଣ୍ଡିଆର ଲକ୍ଷ ରଖିଛି ।

ଆଜିଠୁ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ୩ ମ୍ୟାଚ୍‌ ବିଶିଷ୍ଟ ଦିନିକିଆ ଶୃଙ୍ଖଳା ଆରମ୍ଭ ହେବ । ଭାରତୀୟ ଦଳର ଚୂଡାନ୍ତ ଏକାଦଶ କଥା ଆସିବାବେଳେ ଉପଅଧିନାୟକ ଶ୍ରେୟସ ଆୟରଙ୍କ ଫିଟ୍‌ନେସ୍‌ ଚର୍ଚ୍ଚା ବଢ଼ିଛି । ଅଷ୍ଟ୍ରେଲିଆ ଗସ୍ତ ବେଳେ ପିଞ୍ଜରା ହାଡ଼ରେ ଆଘାତ ଲାଗିଥିଲା । ଏବେ ସେ ସମ୍ପୂର୍ଣ୍ଣ ଫିଟ୍‌ ହୋଇଛନ୍ତି କି ନା ସ୍ପଷ୍ଟ କରାଯାଇନାହିଁ । ଅର୍ଥାତ୍ ଭାରତୀୟ ଦଳର ଅଧିନାୟକ ଓ ଉପ ଅଧିନାୟକ ଫିଟ୍‌ନେସ୍‌ ସମସ୍ୟାରେ ରହିବା ମଧ୍ୟ ବିରଳ ସଂଯୋଗ ହୋଇଛି । ଚାମ୍ପିଅନ୍ସ ଟ୍ରଫି, ଏସିଆ କପ୍ ବିଜୟ ସହିତ ଭାରତୀୟ ଦଳ ସାମ୍ପ୍ରତିକ ସମୟରେ ଅପ୍ରତିଦ୍ବନ୍ଦ୍ବୀ ରହିଛି । ୨୦୨୩ ଦିନିକିଆ ବିଶ୍ବକପ୍ ହାରିବା ପରଠାରୁ ଭାରତ ଏହି ଫର୍ମାଟ୍‌ରେ ପ୍ରାଧାନ୍ୟ ବିସ୍ତାର କରିଛି । ୨୦୨୭ ବିଶ୍ବକପ୍‌ ପର୍ଯ୍ୟନ୍ତ ରୋହିତ ଶର୍ମା ଓ ବିରାଟ କୋହଲି ଖେଳିପାରିବେ କି ନା ନିଶ୍ଚିତ ଏହି ଶୃଙ୍ଖଳା ସେମାନଙ୍କ ପାଇଁ ନିର୍ଣ୍ଣାୟକ ହେବ । ଏହି ଦୁହିଁଙ୍କ ଭଳି ଦକ୍ଷିଣ ଆଫ୍ରିକା ଦୃଷ୍ଟିକୋଣରୁ ମାଥ୍ୟୁ ବ୍ରିଜ୍‌କେଙ୍କ ଉପରେ ବି ନଜର ରହିଛି ।

Leave a Reply Cancel reply

Your email address will not be published. Required fields are marked *

Recent Posts

  • ସୁଦଶା ବ୍ରତ ପାଇଁ ପାଣି ଆଣିବାକୁ ଯାଇ କଟୁରୀ ଚୋଟ ଖାଇଲେ ମହିଳା
  • ଭାରସାମ୍ୟ ହରାଇ ପୋଲ ୱାଲ୍ ଉପରେ ଚଢ଼ିଗଲା ବସ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ସଟସର୍କିଟରୁ ଚଳନ୍ତା ଟ୍ରକରେ ଲାଗିଲା ନିଆଁ
  • ରିଲିଜ୍ ହେଲା ଫିଲ୍ମ ‘ଓ ରୋମିଓ’, ଦର୍ଶକ ଦେଖିବେ ଶାହିଦ-ତୃପ୍ତିଙ୍କ ଦମଦାର ଅଭିନୟ
  • କମିଛି ସୁନା ଓ ରୁପା ଦର, ସୁନାପ୍ରେମୀଙ୍କ ପାଇଁ ଖୁସି ଖବର

Recent Comments

No comments to show.

Calender

March 2026
M T W T F S S
 1
2345678
9101112131415
16171819202122
23242526272829
3031  
« Feb    

Categories

  • Uncategorized (105)
  • ଅପରାଧ (213)
  • ଏକ୍ସକ୍ଲୁସିଭ୍ (28)
  • ଖେଳ (59)
  • ଦେଶ ବିଦେଶ (508)
  • ଭିଡିଓ (8)
  • ମନୋରଞ୍ଜନ (44)
  • ରାଜନୀତି (124)
  • ରାଜ୍ୟ (1,674)
  • ସ୍ପେଶାଲ୍ ରିପୋର୍ଟ (285)
©2026 JBR Samachar | Design: Newspaperly WordPress Theme