Skip to content
JBR Samachar
Menu
  • ଖେଳ
  • ଅପରାଧ
  • ଏକ୍ସକ୍ଲୁସିଭ୍
  • ଦେଶ ବିଦେଶ
  • ମନୋରଞ୍ଜନ
  • ରାଜନୀତି
  • ରାଜ୍ୟ
  • ସ୍ପେଶାଲ୍ ରିପୋର୍ଟ
Menu

ପାନ-ଗୁଟ୍‌ଖା ଛେପରେ ବେହାଲ ଲଣ୍ଡନ, ସଫେଇରେ ବର୍ଷକୁ ଖର୍ଚ୍ଚ ୩୫ ଲକ୍ଷ

Posted on November 30, 2025

ପାନ-ଗୁଟ୍‌ଖା ଖାଇ ସାର୍ବଜନୀନ ସ୍ଥାନରେ ଛେପ ପକାଇବା ସମଗ୍ର ଦକ୍ଷିଣ ଏସିଆରେ ସାଧାରଣ କଥା । ରାସ୍ତାଠୁ ସିଡ଼ି, ଏମିତି କୌଣସି ସର୍ବସାଧାରଣ ସ୍ଥାନ ନାହିଁ, ଯେଉଁଠି ପାନ-ଗୁଟ୍‌ଖା ଛେପର ଚିହ୍ନ ନାହିଁ । ଯେତେ ଖରାପ, ଅସ୍ୱଚ୍ଛ ଓ ଅପ୍ରୀତିକର ମନେହେଲେ ବି ଲୋକଙ୍କର ଏହି ଅଭ୍ୟାସ ସମୟ ସହିତ ସ୍ୱାଭାବିକ ହୋଇଗଲାଣି । ଏହି ଅଭ୍ୟାସ ଏବେ ସୀମା-ସରହଦ ଟପିଛି । ବିଦେଶରେ ଏହି ଅଭ୍ୟାସକୁ ଜାରି ରଖିଥିବା ଲୋକଙ୍କ ପାଇଁ ବଡ଼ ସମସ୍ୟାର ସମ୍ମୁଖୀନ ହେଉଛି ବ୍ରିଟେନ ।

ଇଭନିଙ୍ଗ୍ ଷ୍ଟାଣ୍ଡାର୍ଡର ଏକ ରିପୋର୍ଟ ଅନୁସାରେ, ଏଠାରେ ସାଧାରଣତଃ ଦକ୍ଷିଣ ଏସୀୟ ସମୁଦାୟ ସହିତ ସଂଶ୍ଳିଷ୍ଟ ଦୋକାନ, ପେଭ୍‌ମେଣ୍ଟ୍ ଓ ଅଟ୍ଟାଳିକାଗୁଡ଼ିକରୁ ପାନ-ଗୁଟ୍‌ଖାର ନାଲି ଛେପ ଦାଗ ସଫା କରିବାରେ ନର୍ଥ ଲଣ୍ଡନ କାଉନ୍‌ସିଲ ପ୍ରତି ବର୍ଷ ୩୫ ଲକ୍ଷରୁ ଅଧିକ ଟଙ୍କା ଖର୍ଚ୍ଚ କରୁଛି । ବ୍ରେଣ୍ଟ୍‌ର କେତେକ ସ୍ଥାନରେ ଲୋକଙ୍କ ପାନ ଖାଇବା ସାଧାରଣ କଥା । ଖାସ୍‌କରି ୱେମ୍ବଲିରେ ରାସ୍ତାଘାଟ, ସିଡ଼ି, ଟେଲିଫୋନ୍ ବୁଥ୍, ଏପରିକି ଫୁଲ ଗାଲିଚାରେ ମଧ୍ୟ ପାନ ଛେପ ଦେଖିବାକୁ ମିଳେ ।

ଏହି ସମସ୍ୟାର ମୁକାବିଲା ଲାଗି ବ୍ରେଣ୍ଟ୍ କାଉନସିଲ୍ ଏବେ ଶୂନ୍ୟ-ସହନଶୀଳ ନୀତି ଗ୍ରହଣ କରିଛି । ଏହା ଅନୁସାରେ, ଅପରିଷ୍କାର ପାନ-ଗୁଟ୍‌ଖା ଛେପ କେବଳ ସ୍ୱାସ୍ଥ୍ୟ ଓ ପରିବେଶର ଗମ୍ଭୀର କ୍ଷତି କରୁଛି ତାହା ନୁହେଁ, ଏହାକୁ ସଫା କରିବା ଲାଗି ମୋଟା ଅଙ୍କର ଅର୍ଥ ମଧ୍ୟ ଖର୍ଚ୍ଚ ହେଉଛି । ସର୍ବଶ୍ରେଷ୍ଠ ପ୍ରୟାସ ସତ୍ତେ୍ୱ ରାସ୍ତାଘାଟରୁ ଏହି ଚିହ୍ନକୁ ସମ୍ପୂର୍ଣ୍ଣ ହଟାଇବା ଅସମ୍ଭବ ହେଉଛି । ସ୍ଥାନୀୟ କର୍ତ୍ତୃପକ୍ଷଙ୍କ ଅନୁସାରେ, ଉଚ୍ଚ-ଶକ୍ତିସମ୍ପନ୍ନ କ୍ଲିନିଂ ଜେଟ୍ ମଧ୍ୟ ଏହାକୁ ହଟାଇ ପାରୁନାହାନ୍ତି ।

ସମସ୍ୟାର ସମାଧାନ ଲାଗି ବ୍ରେଣ୍ଟ୍ କାଉନ୍ସିଲ ବୋରୋଗର ୩ଟି ମୁଖ୍ୟ ସ୍ଥାନରେ ବ୍ୟାନର୍ ଲଗାଇଛି, ଯେଉଁଠି ପାନ ଛେପ ପକାଇବା ଏକ ବଡ଼ ସମସ୍ୟା ହୋଇଛି । ଏ ସମସ୍ତ ଅଞ୍ଚଳରେ ଏଣିକି ଏନ୍‌ଫୋର୍ସମେଣ୍ଟ୍ ଅଧିକାରୀମାନେ ପାଟ୍ରୋଲିଂ କରିବେ । ପାନ ଛେପ ପକାଉଥିବା ଲୋକଙ୍କୁ ୧୨ ହଜାର ଟଙ୍କା ଜରିମାନା ଗଣିବାକୁ ପଡ଼ିବ ।

Leave a Reply Cancel reply

Your email address will not be published. Required fields are marked *

Recent Posts

  • ସୁଦଶା ବ୍ରତ ପାଇଁ ପାଣି ଆଣିବାକୁ ଯାଇ କଟୁରୀ ଚୋଟ ଖାଇଲେ ମହିଳା
  • ଭାରସାମ୍ୟ ହରାଇ ପୋଲ ୱାଲ୍ ଉପରେ ଚଢ଼ିଗଲା ବସ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ସଟସର୍କିଟରୁ ଚଳନ୍ତା ଟ୍ରକରେ ଲାଗିଲା ନିଆଁ
  • ରିଲିଜ୍ ହେଲା ଫିଲ୍ମ ‘ଓ ରୋମିଓ’, ଦର୍ଶକ ଦେଖିବେ ଶାହିଦ-ତୃପ୍ତିଙ୍କ ଦମଦାର ଅଭିନୟ
  • କମିଛି ସୁନା ଓ ରୁପା ଦର, ସୁନାପ୍ରେମୀଙ୍କ ପାଇଁ ଖୁସି ଖବର

Recent Comments

No comments to show.

Calender

March 2026
M T W T F S S
 1
2345678
9101112131415
16171819202122
23242526272829
3031  
« Feb    

Categories

  • Uncategorized (105)
  • ଅପରାଧ (213)
  • ଏକ୍ସକ୍ଲୁସିଭ୍ (28)
  • ଖେଳ (59)
  • ଦେଶ ବିଦେଶ (508)
  • ଭିଡିଓ (8)
  • ମନୋରଞ୍ଜନ (44)
  • ରାଜନୀତି (124)
  • ରାଜ୍ୟ (1,674)
  • ସ୍ପେଶାଲ୍ ରିପୋର୍ଟ (285)
©2026 JBR Samachar | Design: Newspaperly WordPress Theme