Skip to content
JBR Samachar
Menu
  • ଖେଳ
  • ଅପରାଧ
  • ଏକ୍ସକ୍ଲୁସିଭ୍
  • ଦେଶ ବିଦେଶ
  • ମନୋରଞ୍ଜନ
  • ରାଜନୀତି
  • ରାଜ୍ୟ
  • ସ୍ପେଶାଲ୍ ରିପୋର୍ଟ
Menu

୪ ଦିନ ପରେ ପୁଣି ବଢ଼ିବ ଜାଡ଼, ୨ ରୁ ୩ ଡିଗ୍ରୀ କମିପାରେ ରାତି ତାପମାତ୍ରା

Posted on November 30, 2025

ରାଜ୍ୟରେ ବର୍ତ୍ତମାନ ଶୀତ ପ୍ରକୋପ ସାମାନ୍ୟ କମିଛି । ଅଧିକାଂଶ ସ୍ଥାନରେ ରାତି ତାପମାତ୍ରା କ୍ରମଶଃ ବୃଦ୍ଧି ପାଇଛି । ବର୍ତ୍ତମାନ ତାପମାତ୍ରାରେ ଆସନ୍ତା ୪ ଦିନ ପର୍ଯ୍ୟନ୍ତ ବିଶେଷ ପରିବର୍ତ୍ତନ ସମ୍ଭାବନା ନାହିଁ । ଏହାପରେ ପରବର୍ତ୍ତୀ ୪ ଦିନ ଭିତରେ ସର୍ବନିମ୍ନ ତାପମାତ୍ରା ବର୍ତ୍ତମାନ ତୁଳନାରେ ୨ରୁ ୩ ଡିଗ୍ରୀ କମିପାରେ । ଭୁବନେଶ୍ୱର ପାଣିପାଗ କେନ୍ଦ୍ର ଏଭଳି ପୂର୍ବାନୁମାନ କରିଛି ।

ରାଜ୍ୟରେ ପାଗ ବର୍ତ୍ତମାନ ଶୁଖିଲା ରହିଛି । ଆସନ୍ତା ଡିସେମ୍ବର ୬ ତାରିଖ ପର୍ଯ୍ୟନ୍ତ ଜାରି ହୋଇଥିବା ପୂର୍ବାନୁମାନରେ ପାଗ ଶୁଖିଲା ରହିବ । ଏବେ ବର୍ଷା ନେଇ କୌଣସି ସୂଚନା ଦିଆଯାଇନାହିଁ । ଅର୍ଥାତ୍ ଡିସେମ୍ବର ପ୍ରଥମ ସପ୍ତାହରେ ପାଗ ଶୁଖିଲା ହିଁ ରହିବ ।

ଶୁକ୍ରବାର ରାତିରେ ଜି.ଉଦୟଗିରିରେ ସର୍ବନିମ୍ନ ତାପମାତ୍ରା ୮.୩ ଡିଗ୍ରୀ ସେଲସିୟସ୍ ଓ ସେମିଳିଗୁଡ଼ାରେ ୯.୬ ଡିଗ୍ରୀ ରେକର୍ଡ ହୋଇଥିବାବେଳେ ବାକି କୌଣସି ସ୍ଥାନରେ ପାରଦ ୧୦ ଡିଗ୍ରୀ ତଳେ ନଥିଲା । ଦାରିଙ୍ଗିବାଡ଼ି ତାପମାତ୍ରା ୧୦ ଡିଗ୍ରୀ, ଫୁଲବାଣୀ ୧୦, କୋରାପୁଟ ୧୦.୨, ଝାରସୁଗୁଡ଼ା ୧୦.୪, ନବରଙ୍ଗପୁର ୧୦.୮, ରାଉରକେଲା ୧୧, ଚିପିଲିକା ୧୧.୪, କିରେଇ ୧୧.୬, ସୁନ୍ଦରଗଡ଼ ୧୨.୨, କେନ୍ଦୁଝର ୧୨.୮ ଡିଗ୍ରୀ ଥିଲା । ଉପକୂଳ ଅଞ୍ଚଳରେ ତାପମାତ୍ରା ବଢ଼ିଥିବାବେଳେ ଭୁବନେଶ୍ୱର ୧୭.୨ ଓ କଟକ ୧୬ ଡିଗ୍ରୀରେ ପହଞ୍ଚିଥିଲା ଶୁକ୍ରବାର ରାତିରେ ।

Leave a Reply Cancel reply

Your email address will not be published. Required fields are marked *

Recent Posts

  • ଲକ୍ଷ୍ମୀ ବସ୍ ଚଳାଚଳକୁ ଘରୋଇ ବସ୍ ମାଲିକ ସଂଘର  ବିରୋଧ
  •  
  • ଦୁଇ ଗୋଷ୍ଠୀ ମୁହାଁମୁହିଁ , ୬ ଗିରଫ
  • ୩୧ରେ ଛତିଶଗଡ଼ ଯିବ ମହାନଦୀ କମିଟି
  • ମିଳିଲା ୨.୨୧ ଲକ୍ଷ କିଲୋ ସୁନା,୪ ଭିନ୍ନ ଭିନ୍ନ ସ୍ଥାନରେ ସୁନା ଖଣି ଠାବ

Recent Comments

No comments to show.

Calender

January 2026
M T W T F S S
 1234
567891011
12131415161718
19202122232425
262728293031  
« Dec    

Categories

  • Uncategorized (104)
  • ଅପରାଧ (197)
  • ଏକ୍ସକ୍ଲୁସିଭ୍ (28)
  • ଖେଳ (51)
  • ଦେଶ ବିଦେଶ (466)
  • ଭିଡିଓ (8)
  • ମନୋରଞ୍ଜନ (39)
  • ରାଜନୀତି (112)
  • ରାଜ୍ୟ (1,503)
  • ସ୍ପେଶାଲ୍ ରିପୋର୍ଟ (263)
©2026 JBR Samachar | Design: Newspaperly WordPress Theme