Skip to content
JBR Samachar
Menu
  • ଖେଳ
  • ଅପରାଧ
  • ଏକ୍ସକ୍ଲୁସିଭ୍
  • ଦେଶ ବିଦେଶ
  • ମନୋରଞ୍ଜନ
  • ରାଜନୀତି
  • ରାଜ୍ୟ
  • ସ୍ପେଶାଲ୍ ରିପୋର୍ଟ
Menu

ଟ୍ରକ୍ ବାଇକ୍ ମୁହାଁମୁହିଁ ଧକ୍କା, ୨ ମୃତ

Posted on November 29, 2025

କଟକ-ପାରାଦ୍ୱୀପ ରାସ୍ତାରେ ଦୁର୍ଘଟଣା। ରଘୁନାଥପୁର ବଜାର ମେଡିକାଲ ସମ୍ମୁଖରେ ଟ୍ରକ୍ ବାଇକ୍ ମୁହାଁମୁହିଁ ଧକ୍କା। ୨ ବାଇକ୍ ଆରୋହୀଙ୍କ ମୃତ୍ୟୁ। ମୃତକମାନେ କନ୍ଦ୍ରାପଟି ଗ୍ରାମର କେ ସଞ୍ଜୟ ସେଠି ମୁନା ଓ ରେଢ଼ୁଆ ଗ୍ରାମର ଶୁଭ୍ରାକାନ୍ତ ସେଠି ବୋଲି ଜଣା ପଡିଛି।

ସୂଚନାନୁଯାୟୀ, ଶୁକ୍ରବାର ରାତି ପ୍ରାୟ ସାଢେ ୧୦ଟା ବେଳେ ରଘୁନାଥପୁର ବଜାର ମେଡିକାଲ ନିକଟରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। କନ୍ଦରା ପଟି ଗ୍ରାମର ସଞ୍ଜୟ ସେଠି ଓ ରେଢ଼ୁଆ ଗ୍ରାମର ଶୁଭ୍ରକାନ୍ତ ସେଠି ବାଇକ ଯୋଗେ କଟକରୁ ରଘୁନାଥପୁର ଆସୁଥିବା ବେଳେ ଦୁର୍ଘଟଣାଗ୍ରସ୍ତ ହୋଇଛନ୍ତି। ରଘୁନାଥପୁର ବଜାରରେ ନୂତନ କରି ନିର୍ମିତ ହୋଇଥିବା ଏକ ହମ୍ପସ୍ ଥିବା ଜାଣି ନପାରି ବିପରୀତ ଦିଗରୁ ଆସୁଥିବା ଟ୍ରକ୍ ସହ ମୁହାଁମୁହିଁ ଧକ୍କା ହୋଇଥିଲେ। ସ୍ଥାନୀୟ ଲୋକେ ଦୁହିଁଙ୍କୁ ଉଦ୍ଧାର କରି ରଘୁନାଥପୁର ମେଡିକାଲରେ ଭର୍ତ୍ତି କରିଥିଲେ। ହେଲେ ଡାକ୍ତର ସଞ୍ଜୟଙ୍କୁ ମୃତ ଘୋଷଣା କରି ଗୁରୁତର ଥିବା ଶୁଭକାନ୍ତକୁ ୧୦୮ ଆମ୍ବୁଲାନ୍ସ ଯୋଗେ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତରିତ କରିଥିଲେ। କଟକ ମେଡିକାଲରେ ପହଞ୍ଚିଲା ବେଳକୁ ଶୁଭକାନ୍ତଙ୍କର ମୃତ୍ୟୁ ହୋଇସାରିଥିଲା। ଘଟଣାକୁ ନେଇ ଲୋକେ ରାସ୍ତା ଅବରୋଧ କରିଥିଲେ। ଖବର ପାଇ ରଘୁନାଥପୁର ଥାନା ଅଧିକାରୀ ସୁଶାନ୍ତ କୁମାର ସେଠି ଘଟଣାସ୍ଥଳରେ ପହଞ୍ଚି ଲୋକଙ୍କୁ ବୁଝାସୁଝା କରି ରସ୍ତା ଅବରୋଧ ହଟାଇଥିଲେ।

ହମ୍ପସ୍ ପାଇଁ ୨ ଯୁବକଙ୍କ ମୃତ୍ୟୁ ଘଟିଥିବାରୁ ପୂର୍ତ୍ତ ବିଭାଗ ଦୁଇ ମୃତକଙ୍କ ପରିବାରକୁ କ୍ଷତିପୂରଣ ଦେଉ ବୋଲି ଦାବି ହୋଇଛି। ରଘୁନାଥପୁର ଅତିରିକ୍ତ ତହସିଲଦାର ଘଟଣାସ୍ଥଳରେ ପହଞ୍ଚି ୨ ପରିବାରକୁ ରେଡକ୍ରସ୍ ପାଣ୍ଠିରୁ ୩୦ ହଜାରେ ଲେଖାଏ ୬୦ ହଜାର ଯୋଗେଇ ଦେବେ ବୋଲି ପ୍ରତିଶୃତି ଦେଇଛନ୍ତି। ପୁଲିସ ସଞ୍ଜୟଙ୍କ ଶବ ବ୍ୟବଚ୍ଛେଦ କରିବା ପାଇଁ ଜଗତସିଂହପୁର ମେଡିକାଲକୁ ପଠାଇଛି।

Leave a Reply Cancel reply

Your email address will not be published. Required fields are marked *

Recent Posts

  • ସୁଦଶା ବ୍ରତ ପାଇଁ ପାଣି ଆଣିବାକୁ ଯାଇ କଟୁରୀ ଚୋଟ ଖାଇଲେ ମହିଳା
  • ଭାରସାମ୍ୟ ହରାଇ ପୋଲ ୱାଲ୍ ଉପରେ ଚଢ଼ିଗଲା ବସ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ସଟସର୍କିଟରୁ ଚଳନ୍ତା ଟ୍ରକରେ ଲାଗିଲା ନିଆଁ
  • ରିଲିଜ୍ ହେଲା ଫିଲ୍ମ ‘ଓ ରୋମିଓ’, ଦର୍ଶକ ଦେଖିବେ ଶାହିଦ-ତୃପ୍ତିଙ୍କ ଦମଦାର ଅଭିନୟ
  • କମିଛି ସୁନା ଓ ରୁପା ଦର, ସୁନାପ୍ରେମୀଙ୍କ ପାଇଁ ଖୁସି ଖବର

Recent Comments

No comments to show.

Calender

June 2026
M T W T F S S
1234567
891011121314
15161718192021
22232425262728
2930  
« Feb    

Categories

  • Uncategorized (105)
  • ଅପରାଧ (213)
  • ଏକ୍ସକ୍ଲୁସିଭ୍ (28)
  • ଖେଳ (59)
  • ଦେଶ ବିଦେଶ (508)
  • ଭିଡିଓ (8)
  • ମନୋରଞ୍ଜନ (44)
  • ରାଜନୀତି (124)
  • ରାଜ୍ୟ (1,674)
  • ସ୍ପେଶାଲ୍ ରିପୋର୍ଟ (285)
©2026 JBR Samachar | Design: Newspaperly WordPress Theme