Skip to content
JBR Samachar
Menu
  • ଖେଳ
  • ଅପରାଧ
  • ଏକ୍ସକ୍ଲୁସିଭ୍
  • ଦେଶ ବିଦେଶ
  • ମନୋରଞ୍ଜନ
  • ରାଜନୀତି
  • ରାଜ୍ୟ
  • ସ୍ପେଶାଲ୍ ରିପୋର୍ଟ
Menu

ଦୁଇ ଗୋରୁ ବୋଝେଇ ବୋଲେରୋ ଗାଡିକୁ ଧରି ପୋଲିସର ଜିମା ଦେଲେ ବଜରଙ୍ଗ ଦଳର ସଦସ୍ୟ।

Posted on November 29, 2025

ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଥାନା ୫୩ ନଂ ଜାତୀୟ ରାଜପଥର ଜିରିଡାମାଳି ଏବଂ ନୂଆପାଣି ଗାଁ ନିକଟରୁ ୨ଟି ଗୋରୁ ବୋଝେଇ ବୋଲେରୋ ଗାଡିକୁ ଧରି ପୋଲିସର ଜିମା ଦେଇଛନ୍ତି ବଜରଙ୍ଗ ଦଳର ସଦସ୍ୟ। ଭୋର ସମୟରେ ୪ଟି ବୋଲେରୋ ଗାଡିରେ ଜିରାଳ ଅଞ୍ଚଳରୁ ଗୋରୁ ଗୁଡିକ ଭୁବନ ଆଡକୁ ଚାଲାଣ ହେଉଥିବା ବେଳେ କାମାକ୍ଷାନଗର ବଜରଙ୍ଗ ଦଳର ସଦସ୍ୟ ମାନେ ଗାଡି ଗୁଡିକୁ ପିଛା କରିଥିଲେ। ସେମାନେ ୪ ଟି ଗୋରୁ ବୋଝେଇ ବୋଲେରୋ ମଧ୍ୟରୁ ୨ଟି ଗାଡିକୁ ଧରିବାରେ ସକ୍ଷମ ହୋଇଥିଲେ। ସେଥିରେ ୧୧ ଗୋଟି ଗୋରୁ ଥିବା ଜଣାପଡିଛି। ଅନ୍ୟ ଦୁଇ ବୋଲେରୋ ଗାଡି ସହ ଗୋରୁ ମାଫିଆ ମାନେ ଫେରାର ମାରିଥିଲେ। ବଜରଙ୍ଗ ଦଳର ସଦସ୍ୟ ମାନଙ୍କ ଦ୍ୱାରା ଉଦ୍ଧାର ହୋଇଥିବା ଗାଡି ଓ ଗୋରୁଙ୍କୁ ପୋଲିସର ଜିମା ଦେଇଛନ୍ତି। ତୁରନ୍ତ ଅଞ୍ଚଳରେ ଗୋଚାଲାଣ ରୋକିବା ସହ ଗୋ -ମାଫିଆଙ୍କ ପ୍ରତି ଦୃଷ୍ଟାନ୍ତ ମୂଳକ ପଦକ୍ଷେପ ନେବାକୁ ବଜରଙ୍ଗ ଦଳର ସଦସ୍ୟ ମାନେ ଦାବି କରିଛନ୍ତି।

Leave a Reply Cancel reply

Your email address will not be published. Required fields are marked *

Recent Posts

  • ସୁଦଶା ବ୍ରତ ପାଇଁ ପାଣି ଆଣିବାକୁ ଯାଇ କଟୁରୀ ଚୋଟ ଖାଇଲେ ମହିଳା
  • ଭାରସାମ୍ୟ ହରାଇ ପୋଲ ୱାଲ୍ ଉପରେ ଚଢ଼ିଗଲା ବସ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ସଟସର୍କିଟରୁ ଚଳନ୍ତା ଟ୍ରକରେ ଲାଗିଲା ନିଆଁ
  • ରିଲିଜ୍ ହେଲା ଫିଲ୍ମ ‘ଓ ରୋମିଓ’, ଦର୍ଶକ ଦେଖିବେ ଶାହିଦ-ତୃପ୍ତିଙ୍କ ଦମଦାର ଅଭିନୟ
  • କମିଛି ସୁନା ଓ ରୁପା ଦର, ସୁନାପ୍ରେମୀଙ୍କ ପାଇଁ ଖୁସି ଖବର

Recent Comments

No comments to show.

Calender

March 2026
M T W T F S S
 1
2345678
9101112131415
16171819202122
23242526272829
3031  
« Feb    

Categories

  • Uncategorized (105)
  • ଅପରାଧ (213)
  • ଏକ୍ସକ୍ଲୁସିଭ୍ (28)
  • ଖେଳ (59)
  • ଦେଶ ବିଦେଶ (508)
  • ଭିଡିଓ (8)
  • ମନୋରଞ୍ଜନ (44)
  • ରାଜନୀତି (124)
  • ରାଜ୍ୟ (1,674)
  • ସ୍ପେଶାଲ୍ ରିପୋର୍ଟ (285)
©2026 JBR Samachar | Design: Newspaperly WordPress Theme