
ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଥାନା ୫୩ ନଂ ଜାତୀୟ ରାଜପଥର ଜିରିଡାମାଳି ଏବଂ ନୂଆପାଣି ଗାଁ ନିକଟରୁ ୨ଟି ଗୋରୁ ବୋଝେଇ ବୋଲେରୋ ଗାଡିକୁ ଧରି ପୋଲିସର ଜିମା ଦେଇଛନ୍ତି ବଜରଙ୍ଗ ଦଳର ସଦସ୍ୟ। ଭୋର ସମୟରେ ୪ଟି ବୋଲେରୋ ଗାଡିରେ ଜିରାଳ ଅଞ୍ଚଳରୁ ଗୋରୁ ଗୁଡିକ ଭୁବନ ଆଡକୁ ଚାଲାଣ ହେଉଥିବା ବେଳେ କାମାକ୍ଷାନଗର ବଜରଙ୍ଗ ଦଳର ସଦସ୍ୟ ମାନେ ଗାଡି ଗୁଡିକୁ ପିଛା କରିଥିଲେ। ସେମାନେ ୪ ଟି ଗୋରୁ ବୋଝେଇ ବୋଲେରୋ ମଧ୍ୟରୁ ୨ଟି ଗାଡିକୁ ଧରିବାରେ ସକ୍ଷମ ହୋଇଥିଲେ। ସେଥିରେ ୧୧ ଗୋଟି ଗୋରୁ ଥିବା ଜଣାପଡିଛି। ଅନ୍ୟ ଦୁଇ ବୋଲେରୋ ଗାଡି ସହ ଗୋରୁ ମାଫିଆ ମାନେ ଫେରାର ମାରିଥିଲେ। ବଜରଙ୍ଗ ଦଳର ସଦସ୍ୟ ମାନଙ୍କ ଦ୍ୱାରା ଉଦ୍ଧାର ହୋଇଥିବା ଗାଡି ଓ ଗୋରୁଙ୍କୁ ପୋଲିସର ଜିମା ଦେଇଛନ୍ତି। ତୁରନ୍ତ ଅଞ୍ଚଳରେ ଗୋଚାଲାଣ ରୋକିବା ସହ ଗୋ -ମାଫିଆଙ୍କ ପ୍ରତି ଦୃଷ୍ଟାନ୍ତ ମୂଳକ ପଦକ୍ଷେପ ନେବାକୁ ବଜରଙ୍ଗ ଦଳର ସଦସ୍ୟ ମାନେ ଦାବି କରିଛନ୍ତି।
