Skip to content
JBR Samachar
Menu
  • ଖେଳ
  • ଅପରାଧ
  • ଏକ୍ସକ୍ଲୁସିଭ୍
  • ଦେଶ ବିଦେଶ
  • ମନୋରଞ୍ଜନ
  • ରାଜନୀତି
  • ରାଜ୍ୟ
  • ସ୍ପେଶାଲ୍ ରିପୋର୍ଟ
Menu

ସକାଳୁ ଥରିଲା ମିଆଁମାର, ନିଦରୁ ଉଠି ଦୌଡ଼ିଲେ ଲୋକ

Posted on September 30, 2025

ସକାଳୁ ସକାଳୁ ଥରିଲା ମିଆଁମାର । ରିକ୍ଟର ସ୍କେଲରେ ଏହାର ତୀବ୍ରତା ୪.୭ ରେକର୍ଡ କରାଯାଇଛି । ମଣିପୁର, ନାଗାଲାଣ୍ଡ ସମେତ ଆସାମ ଯାଏଁ ଏହାର ଝଟ୍କା ଅନୁଭୂତ ହୋଇଛି । ନ୍ୟାସନାଲ ସେଣ୍ଟର ଫର ସିସ୍ମୋଲୋଜି ବିଭାଗ ପକ୍ଷରୁ ଏନେଇ ସୂଚନା ମିଳିଛି । ଭୂମିକମ୍ପ ପ୍ରଭାବରେ କୌଣସି କ୍ଷୟକ୍ଷତି ହୋଇନଥିବା ବେଳେ ଲୋକମାନଙ୍କୁ ସତର୍କ ରହିବାକୁ ପ୍ରଶାସନ ପକ୍ଷରୁ ପରାମର୍ଶ ଦିଆଯାଇଛି ।

ଏନସିଏସ ମୁତାବକ, ମଙ୍ଗଳବାର ସକାଳ ପ୍ରାୟ ୬ଟା ୧୦ରେ ମିଆଁମାରରେ ଭୂକମ୍ପ ଝଟ୍କା ଅନୁଭୂତ ହୋଇଛି । ଭୂମିକମ୍ପର ଗଭୀରତା ୧୫ କିଲୋମିଟର ଥିଲା । NCS ଅନୁଯାୟୀ, ଭୂମିକମ୍ପର ସଠିକ୍ ନିର୍ଦ୍ଦେଶାଙ୍କ ୨୪.୭୩ ଡିଗ୍ରୀ ଉତ୍ତର ଅକ୍ଷାଂଶ ଏବଂ ୯୪.୬୩ ଡିଗ୍ରୀ ପୂର୍ବ ଦ୍ରାଘିମାରେ ଥିଲା । ଏପର୍ଯ୍ୟନ୍ତ, କୌଣସି ମୃତାହତ କିମ୍ବା ସମ୍ପତ୍ତି କ୍ଷତିର ରିପୋର୍ଟ ଆସିନାହିଁ ।

ସୂଚନାଯୋଗ୍ୟ, ସେପ୍ଟେମ୍ଵର ୨୭ରେ ଭାରତର ପଡୋଶୀ ଦେଶ ବାଂଲାଦେଶରେ ୩.୫ ତୀବ୍ରତାର ଭୂକମ୍ପ ଅନୁଭୂତ ହୋଇଥିଲା । ଏହାର ତିନି ଦିନ ପରେ ମିଆଁମାରରେ ଭୂକମ୍ପ ଝଟ୍କା ଲାଗିଛି । ଏହାର ଉତ୍ପତ୍ତି ସ୍ଥଳ ପଶ୍ଚିମବଙ୍ଗର ରାଜଧାନୀ କଲିକତା ଠାରୁ ମାତ୍ର ୮୯ କିମି ଦୂର ପୂର୍ବ-ଉତ୍ତର-ପୂର୍ବରେ ଥିଲା ।

Leave a Reply Cancel reply

Your email address will not be published. Required fields are marked *

Recent Posts

  • ଲକ୍ଷ୍ମୀ ବସ୍ ଚଳାଚଳକୁ ଘରୋଇ ବସ୍ ମାଲିକ ସଂଘର  ବିରୋଧ
  •  
  • ଦୁଇ ଗୋଷ୍ଠୀ ମୁହାଁମୁହିଁ , ୬ ଗିରଫ
  • ୩୧ରେ ଛତିଶଗଡ଼ ଯିବ ମହାନଦୀ କମିଟି
  • ମିଳିଲା ୨.୨୧ ଲକ୍ଷ କିଲୋ ସୁନା,୪ ଭିନ୍ନ ଭିନ୍ନ ସ୍ଥାନରେ ସୁନା ଖଣି ଠାବ

Recent Comments

No comments to show.

Calender

January 2026
M T W T F S S
 1234
567891011
12131415161718
19202122232425
262728293031  
« Dec    

Categories

  • Uncategorized (104)
  • ଅପରାଧ (197)
  • ଏକ୍ସକ୍ଲୁସିଭ୍ (28)
  • ଖେଳ (51)
  • ଦେଶ ବିଦେଶ (466)
  • ଭିଡିଓ (8)
  • ମନୋରଞ୍ଜନ (39)
  • ରାଜନୀତି (112)
  • ରାଜ୍ୟ (1,503)
  • ସ୍ପେଶାଲ୍ ରିପୋର୍ଟ (263)
©2026 JBR Samachar | Design: Newspaperly WordPress Theme