Skip to content
JBR Samachar
Menu
  • ଖେଳ
  • ଅପରାଧ
  • ଏକ୍ସକ୍ଲୁସିଭ୍
  • ଦେଶ ବିଦେଶ
  • ମନୋରଞ୍ଜନ
  • ରାଜନୀତି
  • ରାଜ୍ୟ
  • ସ୍ପେଶାଲ୍ ରିପୋର୍ଟ
Menu

୬୨ ବର୍ଷ ବୟସରେ ବିବାହ କଲେ ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ଆନ୍ଥୋନୀ ଆଲବାନିଜ

Posted on November 29, 2025

ବାହା ହେଲେ ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ଆନ୍ଥୋନୀ ଆଲବାନିଜ। ପଦବୀରେ ଥାଇ ବିବାହ କରିବାରେ ପ୍ରଥମ ଅଷ୍ଟ୍ରେଲୀୟ ପ୍ରଧାନମନ୍ତ୍ରୀ । ଆନ୍ଥୋନୀ ଆଲବାନିଜ ୬୨ ବର୍ଷ ବୟସରେ ବିବାହ କରିଛନ୍ତି । ତାଙ୍କ ଦୀର୍ଘ ଦିନର ବାନ୍ଧବୀ ୪୫ ବର୍ଷିୟା ଜୋଡି ହେଡନ ଙ୍କ ସହ ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି । କାନବେରାର ‘ଦ ଲଜ୍’ ଠାରେ ଆୟୋଜିତ ଏକ ଘରୋଇ ଉତ୍ସବରେ ଏହି ବିବାହ ସମ୍ପନ୍ନ ହୋଇଛି ।

ଅଷ୍ଟ୍ରେଲିଆ ଇତିହାସରେ ଏହା ପ୍ରଥମ ଘଟଣା । ଯେଉଁଠାରେ ଜଣେ ପ୍ରଧାନମନ୍ତ୍ରୀ ନିଜ କାର୍ଯ୍ୟକାଳ ମଧ୍ୟରେ ବିବାହ କରିଛନ୍ତି । ତେବେ ଏହି ବାହାଘର ଉତ୍ସବରେ ମାତ୍ର ୨୦ରୁ ୩୦ ଜଣ ଘନିଷ୍ଠ ବନ୍ଧୁ ଓ ପରିବାର ସଦସ୍ୟ ଯୋଗ ଦେଇଥିଲେ । ଜୋଡି ହେଡନ୍ ସିଡନୀର ଡିଜାଇନର୍ ‘ରୋମାନ୍ସ ୱାଜ୍ ବର୍ନ’ ଙ୍କ ଦ୍ୱାରା ପ୍ରସ୍ତୁତ ଧଳା ଗାଉନ୍ ପିନ୍ଧିଥିଲେ। ଆଲବାନିଜ ଏକ ସୁଟ୍ ପିନ୍ଧିଥିଲେ। ପ୍ରଧାନମନ୍ତ୍ରୀଙ୍କ ପୋଷା କୁକୁର ‘ଟୋଟୋ’ ମୁଦି ବାହକ ସାଜି ସମସ୍ତଙ୍କ ମନ ଜିଣି ନେଇଥିଲା । ସୁରକ୍ଷା କାରଣରୁ ବିବାହ ଯୋଜନାକୁ ଗୋପନ ରଖାଯାଇଥିଲା । କୌଣସି ଅନ୍ତର୍ଜାତୀୟ ଅତିଥିଙ୍କୁ ନିମନ୍ତ୍ରଣ କରାଯାଇ ନଥିଲା । ୨୦୨୦ ମସିହାରେ ଏକ ମେସେଜ୍ ଜରିଆରେ ଉଭୟଙ୍କ ସମ୍ପର୍କ ଆରମ୍ଭ ହୋଇଥିଲା । ୨୦୨୪ ‘ଭାଲେଣ୍ଟାଇନ୍ସ ଡେ’ରେ ଆଲବାନିଜ ଜୋଡିଙ୍କୁ ବିବାହ ପ୍ରସ୍ତାବ ଦେଇଥିଲେ । ବିବାହ ପରେ ଆଲବାନିଜ ସୋସିଆଲ ମିଡିଆ ‘ଏକ୍ସ’ ରେ ଏକ ଫଟୋ ପୋଷ୍ଟ କରି ନିଜର ଖୁସି ବ୍ୟକ୍ତ କରିଛନ୍ତି ।

Leave a Reply Cancel reply

Your email address will not be published. Required fields are marked *

Recent Posts

  • ସୁଦଶା ବ୍ରତ ପାଇଁ ପାଣି ଆଣିବାକୁ ଯାଇ କଟୁରୀ ଚୋଟ ଖାଇଲେ ମହିଳା
  • ଭାରସାମ୍ୟ ହରାଇ ପୋଲ ୱାଲ୍ ଉପରେ ଚଢ଼ିଗଲା ବସ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ସଟସର୍କିଟରୁ ଚଳନ୍ତା ଟ୍ରକରେ ଲାଗିଲା ନିଆଁ
  • ରିଲିଜ୍ ହେଲା ଫିଲ୍ମ ‘ଓ ରୋମିଓ’, ଦର୍ଶକ ଦେଖିବେ ଶାହିଦ-ତୃପ୍ତିଙ୍କ ଦମଦାର ଅଭିନୟ
  • କମିଛି ସୁନା ଓ ରୁପା ଦର, ସୁନାପ୍ରେମୀଙ୍କ ପାଇଁ ଖୁସି ଖବର

Recent Comments

No comments to show.

Calender

March 2026
M T W T F S S
 1
2345678
9101112131415
16171819202122
23242526272829
3031  
« Feb    

Categories

  • Uncategorized (105)
  • ଅପରାଧ (213)
  • ଏକ୍ସକ୍ଲୁସିଭ୍ (28)
  • ଖେଳ (59)
  • ଦେଶ ବିଦେଶ (508)
  • ଭିଡିଓ (8)
  • ମନୋରଞ୍ଜନ (44)
  • ରାଜନୀତି (124)
  • ରାଜ୍ୟ (1,674)
  • ସ୍ପେଶାଲ୍ ରିପୋର୍ଟ (285)
©2026 JBR Samachar | Design: Newspaperly WordPress Theme