Skip to content
JBR Samachar
Menu
  • ଖେଳ
  • ଅପରାଧ
  • ଏକ୍ସକ୍ଲୁସିଭ୍
  • ଦେଶ ବିଦେଶ
  • ମନୋରଞ୍ଜନ
  • ରାଜନୀତି
  • ରାଜ୍ୟ
  • ସ୍ପେଶାଲ୍ ରିପୋର୍ଟ
Menu

୪ ଦିନ ଯାଏ କମିବ ଥଣ୍ଡା : ୪ ଜିଲ୍ଲାକୁ ଘନ କୁହୁଡ଼ି ଆଶଙ୍କା

Posted on November 29, 2025

ରାଜ୍ୟରେ ଶୀତ ପ୍ରକୋପରୁ  ମିଳିବ ଆଶ୍ୱସ୍ତି । ଉପରମୁହାଁ ହେବ ରାତି ତାପମାତ୍ରା । କମିବ  ଶୀତର ପ୍ରଭାବ । ଆସନ୍ତା ୪ ଦିନ ଭିତରେ ରାଜ୍ୟରେ ସର୍ବନିମ୍ନ  ତାପମାତ୍ରା ୨ରୁ ୪ ଡିଗ୍ରୀ ସେଲସିୟସ୍‌ ବଢ଼ିପାରେ । ଏଭଳି  ପୂର୍ବାନୁମାନ ଦେଖାଇଛି ପାଣିପାଗ ବିଭାଗ । ଗତ କିଛିଦିନ  ଧରି ଲାଗି ରହିଥିବା ବର୍ଷା ଆଶଙ୍କା ଦୂର ହୋଇଛି । ଆସନ୍ତା  ୬ ଦିନ ପର୍ଯ୍ୟନ୍ତ ବର୍ଷାର କୌଣସି ସମ୍ଭାବନା ନାହିଁ । ପାଗ  ମୁଖ୍ୟତଃ ଶୁଖିଲା ରହିବ ବୋଲି ପୂର୍ବାନୁମାନରେ କୁହାଯାଇଛି ।  

ଗତ ୨/୩ ଦିନ ହେବ ରାଜ୍ୟରେ ଶୀତ ବଢ଼ିଛି ।  ଗୁରୁବାର ରାତିରେ ଜି.ଉଦୟଗିରି ପୂରା କାଲୁଆ ପାଲଟି  ଯାଇଥିଲା । ପାରଦ ଖସି ପହଞ୍ଚିଥିଲା ୫.୪ ଡିଗ୍ରୀ  ସେଲସିୟସରେ। ଫୁଲବାଣୀ ଓ ଦାରିଙ୍ଗିବାଡ଼ିରେ  ତାପମାତ୍ରା ଥିଲା ୮.୫ ଡିଗ୍ରୀ । ଝାରସୁଗୁଡ଼ା ୯.୨,  ଭବାନୀପାଟଣା ୯.୮, ଅନୁଗୁଳ ୯.୬ ଡିଗ୍ରୀ ଥିଲା ।  ପ୍ରାୟତଃ ତାପମାତ୍ରା ୧୫ ଡିଗ୍ରୀ ଭିତରେ ଥିଲା । ଏପରିକି  କଟକ ୧୩.୨ ଓ ଭୁବନେଶ୍ୱର ୧୪.୩ ଡିଗ୍ରୀ ରେକର୍ଡ  ହୋଇଥିଲା । ପାଣିପାଗ ବିଭାଗର ପୂର୍ବାନୁମାନ ହେଲା,  ଶନିବାର ସକାଳେ ସୁନ୍ଦରଗଡ଼, କନ୍ଧମାଳ, କୋରାପୁଟ,  କଳାହାଣ୍ଡିରେ ଘନ କୁହୁଡ଼ି ଆଶଙ୍କା ଅଛି ।

ସେହିପରି  ଶନିବାର ରାତି ଓ ରବିବାର ସକାଳେ ମଧ୍ୟ ଏସବୁ ଜିଲ୍ଲାରେ  ଘନ କୁହୁଡ଼ି ନେଇ ସତର୍କ ସୂଚନା ଜାରି କରାଯାଇଛି । ଶ୍ରୀଲଙ୍କା ଉପକୂଳ ନିକଟରେ ଥିବା ବାତ୍ୟା ଉତ୍ତର  ତାମିଲନାଡ଼ୁ, ପୁଡୁଚେରୀ ଏବଂ ପାଶ୍ୱର୍ବର୍ତ୍ତୀ ଦକ୍ଷିଣ ଆନ୍ଧ୍ର  ଉପକୂଳ ନିକଟରେ ୩୦ ତାରିଖ ଭୋର ସମୟରେ  ପହଞ୍ଚିପାରେ । ତେବେ ପାଣିପାଗ ବିଭାଗ ପକ୍ଷରୁ ଜାରି ସୂଚନା  ଅନୁସାରେ ଓଡ଼ିଶାରେ ବର୍ତ୍ତମାନ ପାଗ ଶୁଖିଲା ରହିବ । ୫  ତାରିଖ ପର୍ଯ୍ୟନ୍ତ ପାଗରେ ବିଶେଷ ପରିବର୍ତ୍ତନ ସମ୍ଭାବନା ନାହିଁ ।

Leave a Reply Cancel reply

Your email address will not be published. Required fields are marked *

Recent Posts

  • ସୁଦଶା ବ୍ରତ ପାଇଁ ପାଣି ଆଣିବାକୁ ଯାଇ କଟୁରୀ ଚୋଟ ଖାଇଲେ ମହିଳା
  • ଭାରସାମ୍ୟ ହରାଇ ପୋଲ ୱାଲ୍ ଉପରେ ଚଢ଼ିଗଲା ବସ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ସଟସର୍କିଟରୁ ଚଳନ୍ତା ଟ୍ରକରେ ଲାଗିଲା ନିଆଁ
  • ରିଲିଜ୍ ହେଲା ଫିଲ୍ମ ‘ଓ ରୋମିଓ’, ଦର୍ଶକ ଦେଖିବେ ଶାହିଦ-ତୃପ୍ତିଙ୍କ ଦମଦାର ଅଭିନୟ
  • କମିଛି ସୁନା ଓ ରୁପା ଦର, ସୁନାପ୍ରେମୀଙ୍କ ପାଇଁ ଖୁସି ଖବର

Recent Comments

No comments to show.

Calender

June 2026
M T W T F S S
1234567
891011121314
15161718192021
22232425262728
2930  
« Feb    

Categories

  • Uncategorized (105)
  • ଅପରାଧ (213)
  • ଏକ୍ସକ୍ଲୁସିଭ୍ (28)
  • ଖେଳ (59)
  • ଦେଶ ବିଦେଶ (508)
  • ଭିଡିଓ (8)
  • ମନୋରଞ୍ଜନ (44)
  • ରାଜନୀତି (124)
  • ରାଜ୍ୟ (1,674)
  • ସ୍ପେଶାଲ୍ ରିପୋର୍ଟ (285)
©2026 JBR Samachar | Design: Newspaperly WordPress Theme