
ଆମେରିକାରେ ଭୟଙ୍କର ଭୂକମ୍ପ ଅନୁଭୂତ ହୋଇଛି । ଯାହାର ତୀବ୍ରତା ୬.୦ ବୋଲି ଜଣାପଡିଛି । ଏହି ଭୂମିକମ୍ପ ଆଲାସ୍କାର ଆଙ୍କୋରେଜ୍ ମେଟ୍ରୋପଲିଟାନ୍ ଅଞ୍ଚଳରେ ଘଟିଛି ବୋଲି ସୂଚନା ମିଳିଛି ।
ସୂଚନାନୁଯାୟୀ, ଭୂକମ୍ପର କେନ୍ଦ୍ରସ୍ଥଳ ଆଲାସ୍କାର ସୁସିଟନାର ପଶ୍ଚିମ-ଉତ୍ତରପଶ୍ଚିମରେ ୧୨ କିଲୋମିଟର ଦୂରରେ, ସହରରୁ ପ୍ରାୟ ୧୦୮ କିଲୋମିଟର ଉତ୍ତର-ପଶ୍ଚିମରେ ଥିଲା । ଭୂକମ୍ପର କେନ୍ଦ୍ରସ୍ଥଳ ୬୯ କିଲୋମିଟର ଗଭୀରରେ ଥିଲା । ଏଥିରେ କୌଣସି ବଡ଼ କ୍ଷୟକ୍ଷତିର ସୂଚନା ମିଳିନାହିଁ । ଏଥିସହ ଆମେରିକାର ସୁନାମି ସତର୍କତା ବ୍ୟବସ୍ଥା କୌଣସି ସୁନାମି ଚେତାବନୀ ଜାରି କରିନାହିଁ ।

