Skip to content
JBR Samachar
Menu
  • ଖେଳ
  • ଅପରାଧ
  • ଏକ୍ସକ୍ଲୁସିଭ୍
  • ଦେଶ ବିଦେଶ
  • ମନୋରଞ୍ଜନ
  • ରାଜନୀତି
  • ରାଜ୍ୟ
  • ସ୍ପେଶାଲ୍ ରିପୋର୍ଟ
Menu

ଅପରାହ୍ନ ୨ଟାରୁ ଗଡ଼ୁନି ଆମ୍ ବସ୍

Posted on September 30, 2025

ଦୁର୍ଗାପୂଜା ପାଇଁ ରାଜଧାନୀରେ ଭିଡ଼କୁ ନଜରରେ ରଖି ଅପରାହ୍ଣ ୨ଟା ପରେ ଆମ ବସ୍‌ ଚଳାଚଳ ବନ୍ଦ  କରାଯିବ । ଉଭୟ କଟକ ଏବଂ  ଭୁବନେଶ୍ୱରରେ ସମସ୍ତ ରୁଟ୍‌ରେ  ବସ୍‌ ଚଳାଚଳ ବନ୍ଦ ରହିଛି । ଦଶହରା ଭସାଣି ଯାଏ କଟକଣା ଜାରି ରହିବା ନେଇ କ୍ରୁଟ (କ୍ୟାପିଟାଲ  ରିଜନ ଅର୍ବାନ ଟ୍ରାନ୍ସପୋର୍ଟ)  ପକ୍ଷରୁ ସୂଚନା ଜାରି  କରାଯାଇଛି । ପୂଜା ମଣ୍ଡପ ପାଇଁ ସମସ୍ତ ମୁଖ୍ୟ ରାସ୍ତାରେ ଭିଡ଼  ରହିବ । ତେଣୁ ଏହାକୁ ଦୃଷ୍ଟିରେ  ରଖି କମିଶନରେଟ୍‌ ପୁଲିସ  ପକ୍ଷରୁ କ୍ରୁଟକୁ ବସ୍‌ ସେବା ବନ୍ଦ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।

​​​​​​​ପୂଜାରେ ଟ୍ରାଫିକ୍‌ ଯନ୍ତ୍ରଣାରେ ଘାଣ୍ଟି ହେଲେ  ରାଜଧାନୀବାସୀ । ସପ୍ତମୀ ସନ୍ଧ୍ୟାରେ ମା’  ଦୁର୍ଗାଙ୍କ ଦର୍ଶନ ପାଇଁ ଘରୁ ବାହାରିଥିବା ଶ୍ରଦ୍ଧାଳୁ  ଟ୍ରାଫିକ୍‌ ଯନ୍ତ୍ରଣାରେ ଛଟପଟ ହେଲେ । ଅବଶ୍ୟ  ଭାରୀଯାନରେ କଟକଣା ଯୋଗୁ ୧୬ ନମ୍ବର  ଏନ୍‌ଏଚ୍‌ରେ ଭିଡ଼ କମିଥିଲା । କିନ୍ତୁ କଟକ ରୋଡ,  ଜନପଥରେ ଟ୍ରାଫିକ୍‌ ପରିଚାଳନାରେ ପୁଲିସ  ବେହାଲ ହୋଇଥିଲା । କିଛି ରଣନୀତି କାମ  ଦେଲାନି । ଘଣ୍ଟା ଘଣ୍ଟା ଧରି ଟ୍ରାଫିକ ଭିଡ଼ରେ  ଫସିଲେ ଶ୍ରଦ୍ଧାଳୁ । ରସୁଲଗଡ଼ରୁ ବମିଖାଲ  ଅଧକିମି ପାର୍‌ କରିବାକୁ ଅଧ ଘଣ୍ଟା ଲାଗିଗଲା । ଜନ୍‌ପଥରେ ବି କାର, ବାଇକର ଲମ୍ବା ଲାଇନ୍‌ ଦେଖିବାକୁ ମିଳିଥିଲା

Leave a Reply Cancel reply

Your email address will not be published. Required fields are marked *

Recent Posts

  • ଲକ୍ଷ୍ମୀ ବସ୍ ଚଳାଚଳକୁ ଘରୋଇ ବସ୍ ମାଲିକ ସଂଘର  ବିରୋଧ
  •  
  • ଦୁଇ ଗୋଷ୍ଠୀ ମୁହାଁମୁହିଁ , ୬ ଗିରଫ
  • ୩୧ରେ ଛତିଶଗଡ଼ ଯିବ ମହାନଦୀ କମିଟି
  • ମିଳିଲା ୨.୨୧ ଲକ୍ଷ କିଲୋ ସୁନା,୪ ଭିନ୍ନ ଭିନ୍ନ ସ୍ଥାନରେ ସୁନା ଖଣି ଠାବ

Recent Comments

No comments to show.

Calender

January 2026
M T W T F S S
 1234
567891011
12131415161718
19202122232425
262728293031  
« Dec    

Categories

  • Uncategorized (104)
  • ଅପରାଧ (197)
  • ଏକ୍ସକ୍ଲୁସିଭ୍ (28)
  • ଖେଳ (51)
  • ଦେଶ ବିଦେଶ (466)
  • ଭିଡିଓ (8)
  • ମନୋରଞ୍ଜନ (39)
  • ରାଜନୀତି (112)
  • ରାଜ୍ୟ (1,503)
  • ସ୍ପେଶାଲ୍ ରିପୋର୍ଟ (263)
©2026 JBR Samachar | Design: Newspaperly WordPress Theme