Skip to content
JBR Samachar
Menu
  • ଖେଳ
  • ଅପରାଧ
  • ଏକ୍ସକ୍ଲୁସିଭ୍
  • ଦେଶ ବିଦେଶ
  • ମନୋରଞ୍ଜନ
  • ରାଜନୀତି
  • ରାଜ୍ୟ
  • ସ୍ପେଶାଲ୍ ରିପୋର୍ଟ
Menu

ଢାକାରେ ଅଗ୍ନିକାଣ୍ଡ, ୧୫୦୦ରୁ ଅଧିକ ଘର ଭସ୍ମ, ହଜାର ଲୋକ ବାସହରା

Posted on November 27, 2025

ରାଜଧାନୀ ଢାକାର ଏକ ବଡ଼ ବସ୍ତିରେ ଭୟଙ୍କର ଅଗ୍ନିକାଣ୍ଡ ଘଟି ୧୫୦୦ରୁ ଅଧିକ ଘର ଜଳିଭସ୍ମ ହୋଇଯାଇଛି। ଏହି ଦୁର୍ଘଟଣାରେ ହଜାର ହଜାର ଲୋକ ବାସହରା ହୋଇପଡ଼ିଛନ୍ତି। ଭାଗ୍ୟକ୍ରମେ କୌଣସି ଜନହାନୀ ହୋଇନାହିଁ।

ଫାୟାର ସର୍ଭିସ ଡାଇରେକ୍ଟର ଲେଫଟେନାଣ୍ଟ କର୍ନଲ ମହମ୍ମଦ ତାଜୁଲ ଇସ୍ଲାମଙ୍କ କଥାନୁସାରେ, ବସ୍ତିରେ ପ୍ରାୟ ୬୦୦୦ ଲୋକ ରହୁଥିଲେ ଏବଂ ଅଗ୍ନିକାଣ୍ଡରେ ପ୍ରାୟ ସମଗ୍ର ଅଞ୍ଚଳ (୧୬୦ ଏକରରୁ ଅଧିକ) ପ୍ରଭାବିତ ହୋଇଛି। ଅଧିକାଂଶ ଅବସ୍ଥାପନକାରୀ ଶରଣାର୍ଥୀ ଥିବା ଥିବାରୁ ନଷ୍ଟକ୍ଷତି ଅଧିକ ଦେଖାଯାଇଛି।

ଦମକଳ ଗାଡି ବସ୍ତି ଭିତରେ ପ୍ରବେଶ କରିବାରେ ବହୁତ ଅସୁବିଧା ହେବାରୁ ନିଆଁକୁ ଆୟତ୍ତ କରିବାକୁ ପୂରା ୧୬ ଘଣ୍ଟା ସମୟ ଲାଗିଥିଲା। ବସ୍ତିବାସୀମାନେ ଏବେ ଜଳିଥିବା ପାଉଁଶ ଭିତରୁ ମୂଲ୍ୟବାନ ସାମଗ୍ରୀ ଉଦ୍ଧାର କରିବାରେ ଲାଗିଛନ୍ତି। ଅନେକଙ୍କ ପାଇଁ ଏହା ଜୀବିକାରେ ଭାରୀ ଆଘାତ ଆଣିଛି।

Leave a Reply Cancel reply

Your email address will not be published. Required fields are marked *

Recent Posts

  • ବଡ଼ଯୋରଡ଼ା ଜମିହରା ପ୍ରଜାଙ୍କୁ ନିଯୁକ୍ତି ଓ ଥଇଥାନ ଦାବି
  • ସୁଦଶା ବ୍ରତ ପାଇଁ ପାଣି ଆଣିବାକୁ ଯାଇ କଟୁରୀ ଚୋଟ ଖାଇଲେ ମହିଳା
  • ଭାରସାମ୍ୟ ହରାଇ ପୋଲ ୱାଲ୍ ଉପରେ ଚଢ଼ିଗଲା ବସ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ସଟସର୍କିଟରୁ ଚଳନ୍ତା ଟ୍ରକରେ ଲାଗିଲା ନିଆଁ
  • ରିଲିଜ୍ ହେଲା ଫିଲ୍ମ ‘ଓ ରୋମିଓ’, ଦର୍ଶକ ଦେଖିବେ ଶାହିଦ-ତୃପ୍ତିଙ୍କ ଦମଦାର ଅଭିନୟ

Recent Comments

No comments to show.

Calender

September 2026
M T W T F S S
 123456
78910111213
14151617181920
21222324252627
282930  
« Feb    

Categories

  • Uncategorized (106)
  • ଅପରାଧ (213)
  • ଏକ୍ସକ୍ଲୁସିଭ୍ (28)
  • ଖେଳ (59)
  • ଦେଶ ବିଦେଶ (508)
  • ଭିଡିଓ (8)
  • ମନୋରଞ୍ଜନ (44)
  • ରାଜନୀତି (124)
  • ରାଜ୍ୟ (1,674)
  • ସ୍ପେଶାଲ୍ ରିପୋର୍ଟ (285)
©2026 JBR Samachar | Design: Newspaperly WordPress Theme