Skip to content
JBR Samachar
Menu
  • ଖେଳ
  • ଅପରାଧ
  • ଏକ୍ସକ୍ଲୁସିଭ୍
  • ଦେଶ ବିଦେଶ
  • ମନୋରଞ୍ଜନ
  • ରାଜନୀତି
  • ରାଜ୍ୟ
  • ସ୍ପେଶାଲ୍ ରିପୋର୍ଟ
Menu

ଆଜିଠୁ ବିଧାନସଭାର ଶୀତକାଳୀନ ଅଧିବେଶନ ଆରମ୍ଭ

Posted on November 27, 2025

ନଭେମ୍ବର ୨୭ରୁ ଡିସେମ୍ବର ୩୧ ପର୍ଯ୍ୟନ୍ତ ଚାଲିବାକୁ ଥିବା ବିଧାନସଭା ଶୀତ ଅଧିବେଶନ ଆଜି ଆରମ୍ଭ ହୋଇଛି। ଅଧିବେଶନ ଆରମ୍ଭ ସହିତ ଗୃହରେ ତୀବ୍ର ସଙ୍ଘର୍ଷ ସୂଚନା ମିଳୁଛି। ଶାସକ ଓ ବିରୋଧୀ ଦଳ ମୁହାଁମୁହିଁ ହେବାକୁ ପୂର୍ଣ୍ଣ ପ୍ରସ୍ତୁତ ରହିଛନ୍ତି।

ତିନି ପ୍ରମୁଖ ଦଳ ବିଜେଡି, କଂଗ୍ରେସ ଓ ବିଜେପି ପୂର୍ବରୁ ବିଧାୟକ ଦଳ ବୈଠକ ବସି ଅଧିବେଶନ ପାଇଁ ରଣନୀତି ଚୂଡ଼ାନ୍ତ କରିଛନ୍ତି।

ବିଜେଡିର ମୁଖ୍ୟ ଅସ୍ତ୍ର:
ଆଇନ-ଶୃଙ୍ଖଳା, ନାରୀ ନିର୍ଯ୍ୟାତନା, ସାଂପ୍ରଦାୟିକ ଉତ୍ତେଜନା, ଚାଷୀ ସମସ୍ୟା, ନିଯୁକ୍ତି ସ୍କାମ ଭଳି ବିଷୟଗୁଡିକୁ ଗୃହରେ ଗୁରୁତ୍ୱର ସହ ପ୍ରସ୍ତୁତ କରିବାକୁ ବିଜେଡି ନିଷ୍ପତ୍ତି ନେଇଛି।

କଂଗ୍ରେସର ଆକ୍ରମକ ରଣନୀତି:
ରାଜ୍ୟରେ ବଢ଼ୁଥିବା ନାରୀ ନିର୍ଯାତନାକୁ ମୁଖ୍ୟ ଅସ୍ତ୍ର କରିବ ବୋଲି କଂଗ୍ରେସ ଘୋଷଣା କରିଛି। ସେହିପରି, ନୂଆପଡ଼ା ଉପନିର୍ବାଚନରେ ଭୋଟ ଚୋରି ପ୍ରସଙ୍ଗ, ବେକାରୀ, ନିଯୁକ୍ତି ଦୁର୍ନୀତି, ଦାଦନ ଓ ଚାଷୀ ସମସ୍ୟା ଉଠାଇବାକୁ କଂଗ୍ରେସ ପ୍ରସ୍ତୁତ ଅଛି।

ଶାସକ ଦଳର ପ୍ରତିକାର ତୟାରି:
ବିରୋଧୀଙ୍କ ଆକ୍ରମଣକୁ କାଉଣ୍ଟର କରିବା ପାଇଁ ଶାସକ ଦଳ ସମ୍ପୂର୍ଣ୍ଣ ପ୍ରସ୍ତୁତ। ୧୬ ମାସର ସରକାରୀ ସଫଳତା, ନୀତିଗତ ପଦକ୍ଷେପ ଓ ଲୋକପ୍ରିୟତାକୁ ଗୃହ ମଞ୍ଚରେ ଭଲଭାବେ ଉପସ୍ଥାପନ କରିବା ସହ ବିରୋଧୀଙ୍କ ସବୁ ପ୍ରଶ୍ନର ଯଥାଯଥ ଜବାବ ଦେବାକୁ ଶାସକ ଦଳ ପ୍ରସ୍ତୁତ

Leave a Reply Cancel reply

Your email address will not be published. Required fields are marked *

Recent Posts

  • ସୁଦଶା ବ୍ରତ ପାଇଁ ପାଣି ଆଣିବାକୁ ଯାଇ କଟୁରୀ ଚୋଟ ଖାଇଲେ ମହିଳା
  • ଭାରସାମ୍ୟ ହରାଇ ପୋଲ ୱାଲ୍ ଉପରେ ଚଢ଼ିଗଲା ବସ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ସଟସର୍କିଟରୁ ଚଳନ୍ତା ଟ୍ରକରେ ଲାଗିଲା ନିଆଁ
  • ରିଲିଜ୍ ହେଲା ଫିଲ୍ମ ‘ଓ ରୋମିଓ’, ଦର୍ଶକ ଦେଖିବେ ଶାହିଦ-ତୃପ୍ତିଙ୍କ ଦମଦାର ଅଭିନୟ
  • କମିଛି ସୁନା ଓ ରୁପା ଦର, ସୁନାପ୍ରେମୀଙ୍କ ପାଇଁ ଖୁସି ଖବର

Recent Comments

No comments to show.

Calender

July 2026
M T W T F S S
 12345
6789101112
13141516171819
20212223242526
2728293031  
« Feb    

Categories

  • Uncategorized (105)
  • ଅପରାଧ (213)
  • ଏକ୍ସକ୍ଲୁସିଭ୍ (28)
  • ଖେଳ (59)
  • ଦେଶ ବିଦେଶ (508)
  • ଭିଡିଓ (8)
  • ମନୋରଞ୍ଜନ (44)
  • ରାଜନୀତି (124)
  • ରାଜ୍ୟ (1,674)
  • ସ୍ପେଶାଲ୍ ରିପୋର୍ଟ (285)
©2026 JBR Samachar | Design: Newspaperly WordPress Theme