Skip to content
JBR Samachar
Menu
  • ଖେଳ
  • ଅପରାଧ
  • ଏକ୍ସକ୍ଲୁସିଭ୍
  • ଦେଶ ବିଦେଶ
  • ମନୋରଞ୍ଜନ
  • ରାଜନୀତି
  • ରାଜ୍ୟ
  • ସ୍ପେଶାଲ୍ ରିପୋର୍ଟ
Menu

ଆଲୋକୀକରଣ ହେବ ଶ୍ରୀମନ୍ଦିର, ଖର୍ଚ୍ଚ ହେବ ୧୭ କୋଟି ୧୨ ଲକ୍ଷ

Posted on November 27, 2025

ଶ୍ରୀମନ୍ଦିର ଆଲୋକୀକରଣ ହେବ। ଏଥିପାଇଁ ଖର୍ଚ୍ଚ ହେବ ୧୭ କୋଟି ୧୨ ଲକ୍ଷ। ଏହି ଅର୍ଥ ଅବଢ଼ା ଯୋଜନାରେ ଖର୍ଚ୍ଚ କରିବା ପାଇଁ ଶ୍ରୀମନ୍ଦିର ପ୍ରଶାସନ ସରକାରଙ୍କୁ ଅନୁରୋଧ କରିବ। ଭାରତୀୟ ପ୍ରତ୍ନତତ୍ତ୍ବ ସର୍ବେକ୍ଷଣ ପ୍ରସ୍ତୁତ କରିଥିବା ଡିପିଆର୍‌କୁ ମୋହର ମାରିଛି ପରିଚାଳନା କମିଟି। ସରକାର ବଦଳିବା ପରେ ପରେ ଶ୍ରୀମନ୍ଦିର ଚାରିପାଖେ ଲାଗିଥିବା ଫୋକସ୍‌ ଲାଇଟ୍‌ ଠିକା ସଂସ୍ଥା ଖୋଲିଦେଇଥିଲା। ଏହାପରେ ଶ୍ରୀମନ୍ଦିର ହଠାତ୍‌ ଅନ୍ଧାର ହୋଇ ପଡ଼ିଥିଲା ଓ ଲାଇଟ୍ ଲଗାଯିବା ପ୍ରସଙ୍ଗକୁ ନେଇ ବିବାଦ ଉତ୍ପନ୍ନ ହୋଇଥିଲା। ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ବେଳେ ଠିକାସଂସ୍ଥା ଏହାକୁ ଲଗାଇଥିଲା।

ଶ୍ରୀମନ୍ଦିର ପ୍ରଶାସନ ବା ସରକାର ଟଙ୍କାଟିଏ ଖର୍ଚ୍ଚ କରିନଥିବା ଦର୍ଶାଇଥିଲେ। ଘଟଣାର ତଦନ୍ତ ହେବା ସହ ଠିକାସଂସ୍ଥାର ୪ ଜଣ କର୍ମଚାରୀଙ୍କୁ ଅଟକ ରଖାଯାଇଥିଲା। କିନ୍ତୁ ଅଧିକ ଖୋଳତାଡ଼ରୁ ଏଭଳି ଚିତ୍ର ପଦାକୁ ଆସିବାରୁ କର୍ତ୍ତୃପକ୍ଷ ଆଉ ତନାଘନା କରିନଥିଲେ। ଓଲଟା ଶ୍ରୀମନ୍ଦିର ପ୍ରଶାସନ ଠିକାସଂସ୍ଥା ଜରିଆରେ ଅଳ୍ପ ଲାଇଟ୍‌ ଲଗାଇ ଆଲୋକୀକରଣ ବ୍ୟବସ୍ଥା କରିଥିଲା। ଏବେ ଶ୍ରୀମନ୍ଦିର ପରିସର ସହ ଫୋକସ୍‌ ଲାଇଟ୍‌ ସ୍ଥାୟୀ ଭାବରେ ଲଗାଇବାକୁ  ନିଷ୍ପତ୍ତି ହୋଇଛି।

ଉଲ୍ଲେଖଯୋଗ୍ୟ, ୨୦୨୧ ମସିହାରେ ଏଏସ୍‌ଆଇ ଶ୍ରୀମନ୍ଦିର ଭିତରେ ‘ଫେକ୍‌ଡ ଇଲୁମିନେସନ୍‌ ପ୍ରୋଜେକ୍ଟ’ ପ୍ରସ୍ତୁତି କରିଥିଲା। ଏଥିରେ ଅଁଳାବେଢ଼ାଠାରୁ ଆରମ୍ଭ କରି ମେଘନାଦ ପା‌ଚେରି ଝଲସୁଥିଲା। ଦାମୀ ଥ୍ରି-ଡି ଲାଇଟ୍‌ ସଂଯୋଗ କରାଯାଇଥିଲା। ଏଥିପାଇଁ ଦେଢ଼କୋଟି ବ୍ୟୟବରାଦ ହୋଇଥିଲା। କେନ୍ଦ୍ର ସରକାରଙ୍କ ଜଳ ଶକ୍ତି ମନ୍ତ୍ରାଳୟ ଅଧୀନରେ ଥିବା ମିନିରତ୍ନ କଂପାନି ‘ୱାପ୍‌କୋସ୍‌’କୁ ଏହି କାମର ଠିକା ଦିଆଯାଇଥିଲା।

Leave a Reply Cancel reply

Your email address will not be published. Required fields are marked *

Recent Posts

  • ସୁଦଶା ବ୍ରତ ପାଇଁ ପାଣି ଆଣିବାକୁ ଯାଇ କଟୁରୀ ଚୋଟ ଖାଇଲେ ମହିଳା
  • ଭାରସାମ୍ୟ ହରାଇ ପୋଲ ୱାଲ୍ ଉପରେ ଚଢ଼ିଗଲା ବସ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ସଟସର୍କିଟରୁ ଚଳନ୍ତା ଟ୍ରକରେ ଲାଗିଲା ନିଆଁ
  • ରିଲିଜ୍ ହେଲା ଫିଲ୍ମ ‘ଓ ରୋମିଓ’, ଦର୍ଶକ ଦେଖିବେ ଶାହିଦ-ତୃପ୍ତିଙ୍କ ଦମଦାର ଅଭିନୟ
  • କମିଛି ସୁନା ଓ ରୁପା ଦର, ସୁନାପ୍ରେମୀଙ୍କ ପାଇଁ ଖୁସି ଖବର

Recent Comments

No comments to show.

Calender

July 2026
M T W T F S S
 12345
6789101112
13141516171819
20212223242526
2728293031  
« Feb    

Categories

  • Uncategorized (105)
  • ଅପରାଧ (213)
  • ଏକ୍ସକ୍ଲୁସିଭ୍ (28)
  • ଖେଳ (59)
  • ଦେଶ ବିଦେଶ (508)
  • ଭିଡିଓ (8)
  • ମନୋରଞ୍ଜନ (44)
  • ରାଜନୀତି (124)
  • ରାଜ୍ୟ (1,674)
  • ସ୍ପେଶାଲ୍ ରିପୋର୍ଟ (285)
©2026 JBR Samachar | Design: Newspaperly WordPress Theme