Skip to content
JBR Samachar
Menu
  • ଖେଳ
  • ଅପରାଧ
  • ଏକ୍ସକ୍ଲୁସିଭ୍
  • ଦେଶ ବିଦେଶ
  • ମନୋରଞ୍ଜନ
  • ରାଜନୀତି
  • ରାଜ୍ୟ
  • ସ୍ପେଶାଲ୍ ରିପୋର୍ଟ
Menu

ହ୍ବାଇଟ ହାଉସ୍ ନିକଟରେରେ ଗୁଳିକାଣ୍ଡ , ୨ କମାଣ୍ଡୋ ଆହତ

Posted on November 27, 2025

ଆମେରିକା ୱାଶିଂଟନ୍ ଡିସିରେ ଗୁଳିକାଣ୍ଡ । ଯେଉଁଥିରେ ୟୁଏସ ନ୍ୟାଶନାଲ ସିକ୍ୟୁରିଟି ଗାର୍ଡର ଦୁଇ ଜଣ କମାଣ୍ଡୋ ଆହତ ହୋଇଛନ୍ତି । ସେମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ବେଳେ ଗୁଳିମାଡ କରିଥିବା ବ୍ୟକ୍ତିକୁ ଗିରଫ କରାଯାଇଛି। ଏନେଇ ଏଫବିଆଇ ନିର୍ଦ୍ଦେଶକ କାସ୍ ପଟେଲ ସୂଚନା ଦେଇଛନ୍ତି ।

ବୁଧବାର ଦିନ ଏହି ଘଟଣା ହ୍ୱାଇଟ୍ ହାଉସ୍ ଠାରୁ ମାତ୍ର କିଛି ବ୍ଲକ୍ ଦୂରରେ ଘଟିଥିଲା। ଯାହା ଫଳରେ ବ୍ୟାପକ ଆତଙ୍କ ସୃଷ୍ଟି ହୋଇଥିଲା। ଗୁଳିକାଣ୍ଡରେ ଦୁଇଜଣ ନ୍ୟାସନାଲ୍ ଗାର୍ଡ ସଦସ୍ୟ ଆହତ ହୋଇଛନ୍ତି। ସନ୍ଦିଗ୍ଧ ବ୍ୟକ୍ତିଙ୍କୁ ୨୯ ବର୍ଷୀୟ ଆଫଗାନିସ୍ତାନ ନାଗରିକ ରହମାନୁଲ୍ଲା ଲାକାନୱାଲ୍ ଭାବରେ ଚିହ୍ନଟ କରାଯାଇଛି, ଯିଏ ୨୦୨୧ ମସିହାରେ ଆମେରିକାରେ ପ୍ରବେଶ କରିଥିଲେ। ୱାଶିଂଟନ୍ ମେୟର ମୁରିଏଲ୍ ବାଉସର୍ ଏହି ଘଟଣାକୁ ନିନ୍ଦା କରି ଏହାକୁ ଏକ ଲକ୍ଷ୍ୟଭେଦୀ ଆକ୍ରମଣ ବୋଲି କହିଛନ୍ତି। ସେହିପରି ଏଫବିଆଇ ନିର୍ଦ୍ଦେଶକ କାସ୍ ପଟେଲ ଏବଂ ମେୟର ମୁରିଏଲ୍ ବାଉସର୍ କହିଛନ୍ତି ଯେ, ଗାର୍ଡ ସଦସ୍ୟମାନଙ୍କୁ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଘଟଣାଟି ସ୍ଥାନୀୟ ସମୟ ଅପରାହ୍ନ ୨ଟା ୩୦ ରେ ଘଟିଥିଲା।

ମେଟ୍ରୋପଲିଟାନ୍ ପୁଲିସ ବିଭାଗ ଅନୁଯାୟୀ, ହ୍ୱାଇଟ୍ ହାଉସ୍ ନିକଟରେ ଗୁଳିକାଣ୍ଡ ଘଟିବା ପରେ ତୁରନ୍ତ ସେହି ଅଞ୍ଚଳରେ ବ୍ୟାପକ ପୁଲିସ ମୁତୟନ କରାଯାଇଥିଲା। ସମଗ୍ର ଅଞ୍ଚଳକୁ ସିଲ୍ କରାଯାଇଥିଲା। ନ୍ୟାସନାଲ ଗାର୍ଡ ସୈନିକମାନେ ପାଟ୍ରୋଲିଂରେ ଥିବା ସମୟରେ ଆକ୍ରମଣକାରୀ ଏକ କୋଣରେ ଆସି ସେମାନଙ୍କ ଉପରେ ଆକ୍ରମଣ କରିଥିଲେ। ଗୁଳିକାଣ୍ଡ ପରେ, ଅନ୍ୟ ଗାର୍ଡ ସଦସ୍ୟମାନେ ସନ୍ଦିଗ୍ଧ ବ୍ୟକ୍ତିଙ୍କୁ ଘେରିଯାଇ ଗିରଫ କରିଥିଲେ। ତାଙ୍କୁ ବର୍ତ୍ତମାନ ପଚରାଉଚରା କରାଯାଉଛି। ଅନ୍ୟପଟେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏହି ଘଟଣାର ନିନ୍ଦା କରି କହିଛନ୍ତି ଯେ ଏହି ଆକ୍ରମଣ ପାଇଁ ବହୁତ ମୂଲ୍ୟ ଦେବାକୁ ପଡିବ।

Leave a Reply Cancel reply

Your email address will not be published. Required fields are marked *

Recent Posts

  • ବଡ଼ଯୋରଡ଼ା ଜମିହରା ପ୍ରଜାଙ୍କୁ ନିଯୁକ୍ତି ଓ ଥଇଥାନ ଦାବି
  • ସୁଦଶା ବ୍ରତ ପାଇଁ ପାଣି ଆଣିବାକୁ ଯାଇ କଟୁରୀ ଚୋଟ ଖାଇଲେ ମହିଳା
  • ଭାରସାମ୍ୟ ହରାଇ ପୋଲ ୱାଲ୍ ଉପରେ ଚଢ଼ିଗଲା ବସ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ସଟସର୍କିଟରୁ ଚଳନ୍ତା ଟ୍ରକରେ ଲାଗିଲା ନିଆଁ
  • ରିଲିଜ୍ ହେଲା ଫିଲ୍ମ ‘ଓ ରୋମିଓ’, ଦର୍ଶକ ଦେଖିବେ ଶାହିଦ-ତୃପ୍ତିଙ୍କ ଦମଦାର ଅଭିନୟ

Recent Comments

No comments to show.

Calender

September 2026
M T W T F S S
 123456
78910111213
14151617181920
21222324252627
282930  
« Feb    

Categories

  • Uncategorized (106)
  • ଅପରାଧ (213)
  • ଏକ୍ସକ୍ଲୁସିଭ୍ (28)
  • ଖେଳ (59)
  • ଦେଶ ବିଦେଶ (508)
  • ଭିଡିଓ (8)
  • ମନୋରଞ୍ଜନ (44)
  • ରାଜନୀତି (124)
  • ରାଜ୍ୟ (1,674)
  • ସ୍ପେଶାଲ୍ ରିପୋର୍ଟ (285)
©2026 JBR Samachar | Design: Newspaperly WordPress Theme