
କନାଡ଼ାର ଅଟୱା ସହରରେ ଖଲିସ୍ତାନୀ ଆତଙ୍କବାଦୀମାନେ ଜନମତ ସଂଗ୍ରହ କରିବା ଅବସରରେ ଭାରତୀୟ ପତାକା ତ୍ରିରଙ୍ଗାର ଅପମାନ କରିଛନ୍ତି । ଖାଲି ସେତିକି ନୁହେଁ ଏମାନେ ଭାରତର ପ୍ରଧାନମନ୍ତ୍ରୀ ଓ ଅଧିକାରୀଙ୍କୁ ମାରିଦିଅ ବୋଲି ସ୍ଲୋଗାନ ଦେଇଛନ୍ତି । ଆତଙ୍କବାଦୀମାନେ ଏକ ଅନୌପଚାରିକ ତଥା ବେଆଇନ୍ ବେଟିଂରେ ଅଂଶଗ୍ରହଣ କରିଥିଲେ ଓ ଏହା ‘ଖଲିସ୍ତାନ ରେଫରେଣ୍ଡମ’ ବୋଲି କୁହାଯାଇଥିଲା । ଏହି ବେଟିଂ ଜରିଆରେ ସେମାନେ ଏକ ପ୍ରଶ୍ନ ପଚାରିଥିଲେ ।
ଭାରତଠାରୁ ପଞ୍ଜାବକୁ ଅଲଗା କରି ଏକ ନୂଆ ଦେଶ ଖଲିସ୍ତାନ ଗଠନ କରିବା ଆବଶ୍ୟକ କି ବୋଲି ପ୍ରଶ୍ନ କରିଥିଲେ । ଜାତୀୟ ଗଣମାଧ୍ୟମ ରିପୋର୍ଟ ଅନୁସାରେ, ଏହି ବେଟିଂରେ ହଜାରରୁ ଅଧିକ ଲୋକ ଅଂଶଗ୍ରହଣ କରିଥିଲେ । ଲୋକମାନେ ସକାଳୁ ସନ୍ଧ୍ୟା ପର୍ଯ୍ୟନ୍ତ ହଳଦିଆ ରଙ୍ଗର ପତାକା ନେଇ ପାଖାପାଖି ଦୁଇ କିମିର ଲାଇନ୍ରେ ଛିଡା ହୋଇଥିଲେ । ଜଣାଶୁଣା ଆତଙ୍କବାଦୀ ସଂଗଠନ ‘ଶିଖ୍ ଫର ଜଷ୍ଟିସ୍’ ଏହାର ଆୟୋଜନ କରିଥିଲା ।
ଏଥିରେ ଅଣ୍ଟାରିଓ, ଆଲବର୍ଟା, ବ୍ରିଟିଶ କଲମ୍ବିଆ ଓ କ୍ୟୁବେକ ରାଜ୍ୟରୁ ୫୩ ହଜାରରୁ ଅଧିକ ଖଲିସ୍ତାନୀ ସମର୍ଥକ ଭୋଟ ଦେବାକୁ ଆସିଛନ୍ତି ବୋଲି ଆୟୋଜକ କହିଛନ୍ତି । ଦକ୍ଷିଣ ଆଫ୍ରିକାରେ ଚାଲିଥିବା ଜି୨୦ ସମ୍ମିଳନୀରେ ମୋଦୀ ଓ କାନାଡ଼ା ପ୍ରଧାନମନ୍ତ୍ରୀ ମାର୍କ କାର୍ଣ୍ଣି ପରସ୍ପରକୁ ଭେଟିଥିଲେ । ଏହା ନେଇ ମଧ୍ୟ ଶିଖ୍ ଫର୍ ଜଷ୍ଟିସ୍ ପ୍ରଶ୍ନ ଉଠାଇଛନ୍ତି । ଖଲିସ୍ତାନୀ ଆତଙ୍କବାଦୀଙ୍କ ଜନମତକୁ ଭାରତ ବାରମ୍ବାର କହି ସାରିଛି ଯେ ଏପରି ଜନମତ ଭାତର ସାର୍ବଭୌମତ୍ୱ ଏବଂ ଅଖଣ୍ଡତା ଉପରେ ସିଧାସଳଖ ଆକ୍ରମଣ ଏବଂ କାନାଡ଼ା ନିଜ ଦେଶରେ ସକ୍ରିୟ ଥିବା ଉଗ୍ରବାଦୀ ତତ୍ତ୍ୱ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ନେବା ଉଚିତ୍ ।

