ବାଜି ନାହିଁ ଗୁଳି କେନ୍ଦୁଝର ଡିଏଫଓ

ଅସୁସ୍ଥ ମାଖନ ହାତୀ
କେନ୍ଦୁଝର: କେନ୍ଦୁଝର ଜିଲ୍ଲା ତେଲକୋଇ ରେଞ୍ଜ ବିମଳା ଫରେଷ୍ଟ ସେକ୍ସନ ବନ୍ଧନଝରୀ ସଂରକ୍ଷିତ ଜଙ୍ଗଲ ଅନ୍ତର୍ଗତ ପୁରୁଷୋତ୍ତମପୁର ଜଙ୍ଗଲରେ ଏକ ଅସୁସ୍ଥ ମାଖନ ହାତୀ ୪/୫ ଦିନ ହେଲାଣି ଘୁରି ବୁଲୁଥିବା ଜଣାପଡିଛି। ହାତୀଟିର ଆଗ ବାମ ଗୋଡ଼ରେ ଆଘାତ ଲାଗିଥିବାରୁ ସେ ଠିକ୍ ଭାବେ ଚଳପ୍ରଚଳ କରିପାରୁନାହିଁ। ଖବର ପାଇ ବନ ବିଭାଗ ହାତୀର ଚିକିତ୍ସା ଉଦ୍ୟମଜାରୀ କରିଛି। ଏହା ଏକ ମାଖନ ହାତୀ ଅନ୍ୟ ଦନ୍ତାହାତୀ ଆକ୍ରମଣରେ ତା’ର ଗୋଡରେ ଜଖମ ହେବାରୁ ଠିକ୍ ଭାବେ ଚଳପ୍ରଚଳ କରି ପାରୁନଥିଲା। ଗତକାଲି ଚିକିତ୍ସାକାରୀ ଦଳ ଚିକିତ୍ସା କରିବା ପାଇଁ ଘଟଣାସ୍ଥଳରେ ପହଞ୍ଚିଛନ୍ତି। ହାତୀଟି ଧିରେ ଧିରେ ସୁସ୍ଥ ହୋଇଯିବା ସମ୍ଭାବନା ରହିଛି। ହାତୀ ଦେହରେ କୌଣସି ଗୁଳି ବାଜି ନାହିଁ ବୋଲି କେନ୍ଦୁଝର ଡିଏଫଓ ଧନରାଜ ଏଚଡି ପ୍ରକାଶ କରିଛନ୍ତି।
