
ଅନୁଗୁଳ ଜିଲ୍ଲା ଜେରେଙ୍ଗ ଦେହୁରୀସାହି ନିକଟରେ ଥିବା ଜାତୀୟ ରାଜପଥ-୫୫ରେ ଏକ ବସ୍ ଦୁର୍ଘଟଣାଗ୍ରସ୍ତ ହୋଇଛି। ଭାରସାମ୍ୟ ହରାଇ ବସ୍ଟି ଓଲଟି ପଡ଼ିବାରୁ ଅତି କମରେ ୧୦ ଜଣ ଯାତ୍ରୀ ଗୁରୁତର ଆହତ ହୋଇଥିବା ସୂଚନା ମିଳିଛି। ଗାଡିରେ ଥିଲେ ୫୦ ଜଣ ଯାତ୍ରୀ । ଆହତଙ୍କୁ ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି ।

