
ତାଳଚେର କଙ୍କିଳି ଗାଁ ନିକଟ ବିଲ ମାଳକୁ ଛେଳି ଚରାଇବାକୁ ଯାଇଥିବା ବେଳେ ବୃଦ୍ଧାଙ୍କୁ ଦଳି ଦେଲା ଦନ୍ତା। ମୃତକ ଜଣକ ହେଲେ କଟନାଳି ଗ୍ରାମର ବାସନ୍ତୀ ଖଟୁଆ ।
ସୂଚନା ଅନୁସାରେ ବାସନ୍ତି ଆଜି ନିଜର ଛେଳି ଚରାଇବାକୁ କଙ୍କିଳି ଗ୍ରାମ ଜଙ୍ଗଲକୁ ଆସିଥିଲେ। ଛେଳି ଚରାଉଥିବା ବେଳେ ଏକ ଦନ୍ତା ହାତୀ କବଳରେ ପଡ଼ିଯାଇଥିଲେ। ଦନ୍ତା ହାତୀଟି ତାଙ୍କୁ କଚାଡ଼ି ଦେଇଥିଲା ଫଳରେ ଘଟଣା ସ୍ଥଳରେ ହିଁ ତାଙ୍କର ମୃତ୍ୟୁ ଘଟିଥିଲା। ଘଟଣା ସ୍ଥଳରେ ତାଳଚେର ବନ ବିଭାଗ ପହଞ୍ଚି ହାତୀକୁ ଘଉଡାଇବାକୁ ଉଦ୍ୟମ ଜାରି ରଖିଥିବା ବେଳେ ମୃତକଙ୍କ ପରିବାରକୁ କ୍ଷତିପୂରଣ ଦେବାକୁ ଆଲୋଚନା ଜାରି ରଖିଛି। ତେବେ ଆଜି ଏକ ଦନ୍ତା ହାତୀ ସକାଳେ ସଇଁନାଳୀ ନିକଟ ଦେଇଯାଇଥିବା କେନାଲରେ ଖସିପଡ଼ିଥିବା ବେଳେ ସେଠାରୁ ବହୁ କଷ୍ଟରେ ବାହାରକୁ ବାହାରି ଗାଁ ନିକଟ ଜଙ୍ଗଲରେ ଘୁରି ବୁଲୁଥିଲା। ପରେ ହାତୀଟି ବିରକ୍ତ ହୋଇ ଆଜି ବୃଦ୍ଧାକୁ କଚାଡ଼ି ମାରି ଦେଇଥିବାର ଅଭିଯୋଗ ହୋଇଛି ।

