Skip to content
JBR Samachar
Menu
  • ଖେଳ
  • ଅପରାଧ
  • ଏକ୍ସକ୍ଲୁସିଭ୍
  • ଦେଶ ବିଦେଶ
  • ମନୋରଞ୍ଜନ
  • ରାଜନୀତି
  • ରାଜ୍ୟ
  • ସ୍ପେଶାଲ୍ ରିପୋର୍ଟ
Menu

ସ୍ପାମ୍‌ କଲ୍ ବିରୋଧରେ ଟ୍ରାଇର ଆକ୍ସନ୍, ୨୧ ଲକ୍ଷ ଜାଲ୍‌ ଫୋନ ନମ୍ବର ବ୍ଲକ୍‌

Posted on November 25, 2025

ଭାରତୀୟ ଟେଲିକମ ନିୟାମକ କର୍ତ୍ତୃପକ୍ଷ ସ୍ପାମ୍ ଏବଂ ଠକେଇ ପାଇଁ ଉଦ୍ଦିଷ୍ଟ ଟେଲିକମ କଲ୍ ଗୁଡ଼ିକ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛି । ଏ ଦିଗରେ ଗତ ବର୍ଷକରେ ୨୧ ଲକ୍ଷ ଜାଲ୍ ନମ୍ବର ବ୍ଲକ କରାଯାଇଛି । ୧ ଲକ୍ଷ ସଂସ୍ଥାକୁ କଳା ତାଲିକାଭୁକ୍ତ କରାଯାଇଥିବା ଟେଲିକମ୍ ମନ୍ତ୍ରଣାଳୟ ପକ୍ଷରୁ ସୋମବାର ସୂଚନା ମିଳିଛି । ଲୋକଙ୍କ ଅଭିଯୋଗ ଆଧାରରେ ଏଭଳି କାର୍ଯ୍ୟାନୁଷ୍ଠାନ ହୋଇଛି । ଟେଲିକମ ସେବାର ଅପବ୍ୟବହାର ରୋକିବା ଦିଗରେ ଲୋକମାନେ ଅଧିକ ସଂଖ୍ୟାରେ ଟ୍ରାଇ ଡିଏନ୍‌ଡି  ଆପ୍‌ରେ ରିପୋର୍ଟ କରିବାକୁ ପରାମର୍ଶ ଦେଇଛି ନିୟାମକ ।

ଟ୍ରାଇ କହିଛି, ଅନେକ ୟୁଜର ଭାବୁଛନ୍ତି ଟେଲିଫୋନରେ କୌଣସି ନମ୍ବରକୁ ବ୍ଲକ କରିଦେବା ହିଁ ସର୍ବଶ୍ରେଷ୍ଠ କାମ । ଏଭଳି ବ୍ଲକ ଦ୍ୱାରା ନିର୍ଦ୍ଧିଷ୍ଟ ଡିଭାଇସରେ ନମ୍ବର ଦେଖାଯାଇ ନ ଥାଏ । ମାତ୍ର ସାଇବର ଅପରାଧୀମାନେ ଅନ୍ୟ ଲୋକଙ୍କୁ ସହଜରେ ଟାର୍ଗେଟ କରିପାରିବେ । ସ୍ପାମ୍ କଲ୍ ଏବଂ ଏସ୍ଏମ୍ଏସ ରିପୋର୍ଟ କରାଗଲେ ଟେଲିକମ ସେବା ଯୋଗାଣକାରୀ ଫ୍ରଡରେ ଲିପ୍ତ ଥିବା କୌଣସି ନମ୍ବରକୁ ସ୍ଥାୟୀ ଭାବେ ବାତିଲ କରିବା ସହଜ ହୋଇଥାଏ । ଗତ ବର୍ଷ ବୃହତ ସଂଖ୍ୟାରେ ଲୋକମାନେ ଡିଏନ୍ଡି ଆପ୍ରେ ରିପୋର୍ଟ କରିବା ଯୋଗୁ ବ୍ୟାପକ ଭାବେ କାର୍ଯ୍ୟାନୁଷ୍ଠାନ ନେଇଥିଲା ଟ୍ରାଇ । ଟେଲିକମ୍ ଇକୋସିଷ୍ଟମକୁ ସୁରକ୍ଷିତ ଏବଂ ଭରସାଯୋଗ୍ୟ କରିବାକୁ ହେଲେ ଅଂଶୀଦାରଙ୍କ ସହଯୋଗ ଲୋଡ଼ା ରହିଛି । ଏଭଳି ସ୍ଥିତିରେ ଟ୍ରାଇ ଡିଏନ୍‌ଡି ଆପ୍କୁ ବହୁଳ ଭାବେ ଡାଉନ୍ଲୋଡ କରିବା ଏବଂ କୌଣସି ନମ୍ବରକୁ କେବଳ ବ୍ଲକ ନ କରି ଏହାକୁ ରିପୋର୍ଟ କରିବାକୁ ପରାମର୍ଶ ଦିଆଯାଇଛି ।

ମୋବାଇଲ କଲ୍, ମେସେଜ ଏବଂ ସୋସିଆଲ ମିଡିଆରେ ବ୍ୟକ୍ତିଗତ କିମ୍ବା ବ୍ୟାଙ୍କିଙ୍ଗ ସମ୍ପର୍କିତ ତଥ୍ୟ ସେୟାର ନ କରିବାକୁ ପରାମର୍ଶ ଦେଇଛି ଟ୍ରାଇ । ସେହିଭଳି ସନ୍ଦେହଜନକ କଲ୍ ପାଇଲେ ଏହାକୁ ତ୍ୱରିତ ଭାବେ କାଟିଦେବା ଲାଗି ମଧ୍ୟ ପରାମର୍ଶରେ କୁହାଯାଇଛି । ସାଇବର ଅପରାଧ କ୍ଷେତ୍ରରେ ଜାତୀୟ ହେଲ୍ପଲାଇନ ୧୯୩୦ରେ ରିପୋର୍ଟ କରାଯାଇପାରିବ ।

ସେହିଭଳି ସାଇବର କ୍ରାଇମ୍ ଡଟ୍ ଜିଓଭି ଡଟ୍ ଇନ୍ରେ ମଧ୍ୟ ରିପୋର୍ଟ କରାଯାଇପାରିବ । ଏହାବାଦ ସଂଚାର ସାଥୀର ଚାକ୍ସୁ ଫିଚରରେ ଟେଲିକମ ଠକେଇକୁ ମଧ୍ୟ ରିପୋର୍ଟ କରାଯାଇପାରିବ । ବରିଷ୍ଠ ନାଗରିକ, ମହିଳା ଏବଂ ଅନ୍ୟ ୟୁଜରଙ୍କୁ ସାଇବର ଠକେଇରୁ ଦୂରେଇ ରଖିବା ଦିଗରେ ନିରନ୍ତର ସଚେତନତା ସୃଷ୍ଟି କରୁଛି ଟ୍ରାଇ । ନିରନ୍ତର ରିପୋର୍ଟ, ଟେକ୍ନୋଲୋଜି ଭିତ୍ତିକ ମନିଟରିଂ, ଅନୁପାଳନ ସ୍ପାମ୍ ଏବଂ ଫ୍ରଡ୍ ରୋକିବାରେ ସହାୟକ ହେବ ବୋଲି ଟ୍ରାଇ ଆଶାବାଦୀ ରହିଛି ।

Leave a Reply Cancel reply

Your email address will not be published. Required fields are marked *

Recent Posts

  • ସୁଦଶା ବ୍ରତ ପାଇଁ ପାଣି ଆଣିବାକୁ ଯାଇ କଟୁରୀ ଚୋଟ ଖାଇଲେ ମହିଳା
  • ଭାରସାମ୍ୟ ହରାଇ ପୋଲ ୱାଲ୍ ଉପରେ ଚଢ଼ିଗଲା ବସ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ସଟସର୍କିଟରୁ ଚଳନ୍ତା ଟ୍ରକରେ ଲାଗିଲା ନିଆଁ
  • ରିଲିଜ୍ ହେଲା ଫିଲ୍ମ ‘ଓ ରୋମିଓ’, ଦର୍ଶକ ଦେଖିବେ ଶାହିଦ-ତୃପ୍ତିଙ୍କ ଦମଦାର ଅଭିନୟ
  • କମିଛି ସୁନା ଓ ରୁପା ଦର, ସୁନାପ୍ରେମୀଙ୍କ ପାଇଁ ଖୁସି ଖବର

Recent Comments

No comments to show.

Calender

July 2026
M T W T F S S
 12345
6789101112
13141516171819
20212223242526
2728293031  
« Feb    

Categories

  • Uncategorized (105)
  • ଅପରାଧ (213)
  • ଏକ୍ସକ୍ଲୁସିଭ୍ (28)
  • ଖେଳ (59)
  • ଦେଶ ବିଦେଶ (508)
  • ଭିଡିଓ (8)
  • ମନୋରଞ୍ଜନ (44)
  • ରାଜନୀତି (124)
  • ରାଜ୍ୟ (1,674)
  • ସ୍ପେଶାଲ୍ ରିପୋର୍ଟ (285)
©2026 JBR Samachar | Design: Newspaperly WordPress Theme