Skip to content
JBR Samachar
Menu
  • ଖେଳ
  • ଅପରାଧ
  • ଏକ୍ସକ୍ଲୁସିଭ୍
  • ଦେଶ ବିଦେଶ
  • ମନୋରଞ୍ଜନ
  • ରାଜନୀତି
  • ରାଜ୍ୟ
  • ସ୍ପେଶାଲ୍ ରିପୋର୍ଟ
Menu

ଆଫଗାନିସ୍ତାନ ଉପରେ ପାକିସ୍ତାନର ଏୟାରଷ୍ଟ୍ରାଇକ୍, ୧୦ ମୃତ

Posted on November 25, 2025

ପାକିସ୍ତାନୀ ସେନା ଆଫଗାନିସ୍ତାନର ଖୋସ୍ତ ଓ ପକ୍ତିକା ପ୍ରାନ୍ତରେ ଭୟଙ୍କର ଏୟାରଷ୍ଟ୍ରାଇକ୍ କରିଛି, ଯେଉଁଥିରେ ୯ ଜଣ ଶିଶୁଙ୍କ ସମେତ ଜଣେ ମହିଳାଙ୍କର ମୃତ୍ୟୁ ଘଟିଛି। ତାଲିବାନ ସରକାର ଏହି ମୃତାହତ ଖବରକୁ ନିଶ୍ଚିତ କରିଛି।

ତାଲିବାନ ସରକାରର ମୁଖପାତ୍ର ଜବୀହୁଲ୍ଲାହ ମୁଜିହାଦ ଏହି ଆକ୍ରମଣକୁ ତୀବ୍ର ନିନ୍ଦା କରିଛନ୍ତି। ସେ ଚେତାବନୀ ଦେଇ କହିଛନ୍ତି ଯେ ଏହାର ଜବାବ ଦିଆଯିବ। ଏହି ସିରିଏଲ୍ ଆକ୍ରମଣରେ ଅନେକ ନାଗରିକଙ୍କ ଘର ଭାଙ୍ଗିଯାଇଥିବା ତାଲିବାନ ପକ୍ଷରୁ କୁହାଯାଇଛି।

ଯଦିଓ ଘଟଣାକୁ ନେଇ ପାକିସ୍ତାନ ଓ ଆଫଗାନିସ୍ତାନର ବୈଦେଶିକ ମନ୍ତ୍ରାଳୟ ପକ୍ଷରୁ କୌଣସି ବିଧିବଦ୍ଧ ବୟାନ ଜାରି ହୋଇନାହିଁ, ଏହି ଆକ୍ରମଣ ପାକିସ୍ତାନର ପେଶାୱରରେ ହୋଇଥିବା ବିସ୍ଫୋରଣ ପରେ ହୋଇଛି। ଗତକାଲି ପେଶାୱରରେ ଅର୍ଦ୍ଧସାମରିକ ବିଲ୍ଡିଂର ମୁଖ୍ୟ ଫାଟକରେ ଦୁଇଟି ବିସ୍ଫୋରଣ ଫଳରେ ୬ ଜଣ କମାଣ୍ଡୋ ପ୍ରାଣ ହରାଇଥିଲେ। ପାକିସ୍ତାନ ସରକାର ଏଥିପାଇଁ ଆଫଗାନିସ୍ତାନକୁ ଦାୟୀ କରିଥିଲେ।
ଦୀର୍ଘ ଦିନ ଧରି ଦୁଇ ଦେଶ ମଧ୍ୟରେ ସମ୍ପର୍କ ଖରାପ ରହିଛି ଏବଂ ପୂର୍ବରୁ ଅକ୍ଟୋବର ମାସରେ ମଧ୍ୟ ଉଭୟ ଦେଶର ସେନା ମୁହାଁମୁହିଁ ହୋଇଥିଲେ।

Leave a Reply Cancel reply

Your email address will not be published. Required fields are marked *

Recent Posts

  • ବଡ଼ଯୋରଡ଼ା ଜମିହରା ପ୍ରଜାଙ୍କୁ ନିଯୁକ୍ତି ଓ ଥଇଥାନ ଦାବି
  • ସୁଦଶା ବ୍ରତ ପାଇଁ ପାଣି ଆଣିବାକୁ ଯାଇ କଟୁରୀ ଚୋଟ ଖାଇଲେ ମହିଳା
  • ଭାରସାମ୍ୟ ହରାଇ ପୋଲ ୱାଲ୍ ଉପରେ ଚଢ଼ିଗଲା ବସ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ସଟସର୍କିଟରୁ ଚଳନ୍ତା ଟ୍ରକରେ ଲାଗିଲା ନିଆଁ
  • ରିଲିଜ୍ ହେଲା ଫିଲ୍ମ ‘ଓ ରୋମିଓ’, ଦର୍ଶକ ଦେଖିବେ ଶାହିଦ-ତୃପ୍ତିଙ୍କ ଦମଦାର ଅଭିନୟ

Recent Comments

No comments to show.

Calender

September 2026
M T W T F S S
 123456
78910111213
14151617181920
21222324252627
282930  
« Feb    

Categories

  • Uncategorized (106)
  • ଅପରାଧ (213)
  • ଏକ୍ସକ୍ଲୁସିଭ୍ (28)
  • ଖେଳ (59)
  • ଦେଶ ବିଦେଶ (508)
  • ଭିଡିଓ (8)
  • ମନୋରଞ୍ଜନ (44)
  • ରାଜନୀତି (124)
  • ରାଜ୍ୟ (1,674)
  • ସ୍ପେଶାଲ୍ ରିପୋର୍ଟ (285)
©2026 JBR Samachar | Design: Newspaperly WordPress Theme