Skip to content
JBR Samachar
Menu
  • ଖେଳ
  • ଅପରାଧ
  • ଏକ୍ସକ୍ଲୁସିଭ୍
  • ଦେଶ ବିଦେଶ
  • ମନୋରଞ୍ଜନ
  • ରାଜନୀତି
  • ରାଜ୍ୟ
  • ସ୍ପେଶାଲ୍ ରିପୋର୍ଟ
Menu
KONARK DURGA PUJA

କୋଣାର୍କର ଅଧିଷ୍ଠାତ୍ରୀ ଦେବୀ ମା ଭଗବତୀଙ୍କ ସିଂହବାହିନୀ ବେଶ

Posted on September 30, 2025

କୋଣାର୍କ : ପବିତ୍ର ନବରାତ୍ରୀ ପୂଜାର ପୀଠ ସପ୍ତମୀ ଅବସରରେ ବିଶ୍ବ ପ୍ରସିଦ୍ଧ ପର୍ଯ୍ୟଟନ ସ୍ଥଳୀ କୋଣାର୍କର ଅଧିଷ୍ଠାତ୍ରୀ ଦେବୀ ମା’ ଭଗବତୀଙ୍କ ସିଂହବାହିନୀ ବେଶ ଅନୁଷ୍ଠିତ ହୋଇଯାଇଛି। କୋଣାର୍କର ଆରାଧ୍ୟା ଦେବୀ ହେଉଛନ୍ତି ଢ଼ଶ’ ଭଗବତୀ। ଅଷ୍ଟଚଣ୍ଡୀଙ୍କ ମଧ୍ୟରେ ଅନ୍ୟତମ ହେଉଛନ୍ତି ମା’। କୋଣାର୍କ – ଗୋପ ପୂର୍ତ୍ତ ବିଭାଗ ରାସ୍ତାର ଭଗବତୀ ମହାବିଦ୍ୟାଳୟ ଫାଟକ ସମ୍ମୁଖ ରାସ୍ତାର ୮୦୦ ମିଟର ଗଲେ ପଡେ ମା ଭଗବତୀଙ୍କ ପୀଠ ସ୍ଥଳୀ। ମା’ ଙ୍କ ମହିମା ଅପାର ଆଜି ପବିତ୍ର ନବରାତ୍ରର ମା ଭଗବତୀଙ୍କ ପୀଠରେ ସପ୍ତମୀ ପୂଜା ଅବସରରେ ମା’ଙ୍କ ଦୁର୍ଲ୍ଲଭ ବେଶ ମହିଷାମର୍ଦ୍ଦିନୀ ବେଶ ଅନୁଷ୍ଠିତ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି। ମା’ ଙ୍କ ଏହି ଦୁର୍ଲ୍ଲଭ ବେଶ ଦେଖିବାପାଇଁ ଭଗବତୀ ପୀଠରେ ଶ୍ରଦ୍ଧାଳୁ ଭକ୍ତମାନଙ୍କ ନାହିଁ ନ ଥିବା ଭିଡ ଦେଖିବାକୁ ମିଳିଛି। ଶ୍ରଦ୍ଧାଳୁ ଭକ୍ତମାନେ ଧୂପ, ଦୀପ ଓ ନୈବେଦ୍ୟ ଅର୍ପଣ କରି ମା ଭଗବତୀଙ୍କ ପୂଜାର୍ଚ୍ଚନା କରିଥିଲେ। ଶ୍ରଦ୍ଧାଳୁ ଭକ୍ତମାନେ ନିଜ ନିଜର ପରିବାର ବର୍ଗର ଗ୍ରହ ଶାନ୍ତି, ରିଷ୍ଟ ଖଣ୍ଡନ ଓ ପରିବାରର କଲ୍ୟାଣ ନିମନ୍ତେ ମା ଭଗବତୀଙ୍କ ଆର୍ଶୀବାଦ ଭିକ୍ଷା କରିଥିଲେ। ମା ଭଗବତୀଙ୍କ ପୂଜକ ଦୀନବନ୍ଧୁ ପାଢୀ ମା ଙ୍କ ଏହି ଦୁର୍ଲ୍ଲଭ ବେଶ ଧାର୍ମିକ ରୀତିନୀତି ଓ ପରମ୍ପରାର ଅନୁଯାୟୀ ସଂପାଦନ କରିଥିଲେ। ଏହି ବେଶ ଦେଖିବାପାଇଁ ପାଇଁ କୋଣାର୍କର ଆରାଧ୍ୟା ଦେବୀ ମା’ ଭଗବତୀଙ୍କ ପୀଠରେ ଓଡିଶାର କୋଣ ଅନୁକୋଣରୁ ଶ୍ରଦ୍ଧାଳୁ ଭକ୍ତମାନଙ୍କ ପ୍ରବଳ ସମାଗମ ଦେଖିବାକୁ ମିଳିଛି।

Leave a Reply Cancel reply

Your email address will not be published. Required fields are marked *

Recent Posts

  • ବଡ଼ଯୋରଡ଼ା ଜମିହରା ପ୍ରଜାଙ୍କୁ ନିଯୁକ୍ତି ଓ ଥଇଥାନ ଦାବି
  • ସୁଦଶା ବ୍ରତ ପାଇଁ ପାଣି ଆଣିବାକୁ ଯାଇ କଟୁରୀ ଚୋଟ ଖାଇଲେ ମହିଳା
  • ଭାରସାମ୍ୟ ହରାଇ ପୋଲ ୱାଲ୍ ଉପରେ ଚଢ଼ିଗଲା ବସ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ସଟସର୍କିଟରୁ ଚଳନ୍ତା ଟ୍ରକରେ ଲାଗିଲା ନିଆଁ
  • ରିଲିଜ୍ ହେଲା ଫିଲ୍ମ ‘ଓ ରୋମିଓ’, ଦର୍ଶକ ଦେଖିବେ ଶାହିଦ-ତୃପ୍ତିଙ୍କ ଦମଦାର ଅଭିନୟ

Recent Comments

No comments to show.

Calender

September 2026
M T W T F S S
 123456
78910111213
14151617181920
21222324252627
282930  
« Feb    

Categories

  • Uncategorized (106)
  • ଅପରାଧ (213)
  • ଏକ୍ସକ୍ଲୁସିଭ୍ (28)
  • ଖେଳ (59)
  • ଦେଶ ବିଦେଶ (508)
  • ଭିଡିଓ (8)
  • ମନୋରଞ୍ଜନ (44)
  • ରାଜନୀତି (124)
  • ରାଜ୍ୟ (1,674)
  • ସ୍ପେଶାଲ୍ ରିପୋର୍ଟ (285)
©2026 JBR Samachar | Design: Newspaperly WordPress Theme