
କାମାକ୍ଷାନଗର ଉପଖଣ୍ଡ ମହାବିରୋଡ଼ ରେଞ୍ଜ ମୋହନପଶି ଗାଁରେ ଏକ କାଠ ବୋଝେଇ ଟ୍ରାକ୍ଟର ଗାଡିକୁ ଧରି ବନ ବିଭାଗକୁ ହସ୍ତାନ୍ତର କରିଛନ୍ତି ଗ୍ରାମବାସୀ। ସ୍ଥାନୀୟ ଦଦରାଘାଟି ଫାଣ୍ଡିର ପୋଲିସ ବାବୁ ଶାଗୁଆନ କାଠକୁ ଟ୍ରାକ୍ଟର ଯୋଗେ ଚାଲାଣ କରୁଥିବା ବେଳେ ମୋହନପଶି ଗାଁର ଗ୍ରାମବାସୀ ମାଡି ବସିଥିଲେ। ଏଥିସହିତ ବନବିଭାଗକୁ ମଧ୍ୟ ଖବର ଦେଇଥିଲେ। ତେବେ ଗାଁର ଜଣେ ଲୋକଙ୍କ ଜରିଆରେ ପୋଲିସ ବାବୁ କାଠ ଚାଲାଣ କରୁଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି। ଅଭିଯୋଗ ଆଧାରରେ ବନ ବିଭାଗ ପହଞ୍ଚି ଟ୍ରାକ୍ଟର ବୋଝେଇ କାଠ ଗାଡିକୁ ଜବତ କରିବା ସହ ଜଣଙ୍କୁ ଅଟକ ରଖିଛି। ଜବତ କାଠର ମୂଲ୍ୟ ଲକ୍ଷାଧିକ ଟଙ୍କା ହେବ ବୋଲି ବନ ବିଭାଗ ପକ୍ଷରୁ ଜଣାପଡିଛି। ଏ ନେଇ ଅଭିଯୋଗ ପରେ ତଦନ୍ତ ଆରମ୍ଭ କରିଦେଇଛି ବନ ବିଭାଗ। କିନ୍ତୁ ସମ୍ପୃକ୍ତ ପୋଲିସ ବାବୁଙ୍କ କୌଣସି ପ୍ରତିକ୍ରିୟା ମିଳି ପାରିନାହିଁ।
