
ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଆୟୋଜିତ କ୍ୟାବିନେଟ ବୈଠକରେ ୪ଟି ପ୍ରସ୍ତାବ ମଞ୍ଜୁରି ପାଇଛି। ଶ୍ରମ ବିଭାଗରେ ଦୈନିକ କାର୍ଯ୍ୟ ସମୟ ୯ ଘଣ୍ଟାରୁ ୧୦ ଘଣ୍ଟାକୁ ବୃଦ୍ଧି, ସପ୍ତାହକୁ ୪୮ ଘଣ୍ଟାଠାରୁ ଅଧିକ କାମ କଲେ ଓଭରଟାଇମ ଦିଆଯିବ। ମହିଳା କର୍ମଚାରୀ ଚାହିଲେ ସମ୍ମତି ପତ୍ର ଦ୍ୱାରା ରାତିରେ କାମ କରିପାରିବେ ଏବଂ ସୁରକ୍ଷା ବ୍ୟବସ୍ଥା ରାଜ୍ୟ ସରକାର ଦ୍ୱାରା ନିଶ୍ଚିତ ହେବ।
ଗଣଶିକ୍ଷା ବିଭାଗ ନିକଟରେ ଗୋଦାବରୀଶ ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ଯୋଜନା ମଞ୍ଜୁରି ମିଳିଛି। ପାରିପାଶର୍ବିକ ବିକାଶ ପାଇଁ ଘଟଗାଁ ତାରିଣୀ ପୀଠ ପାଇଁ ୨୨୬ କୋଟି ମଞ୍ଜୁରି, ୫୯ ଏକର ଜମି ପାଇଁ DPR ପ୍ରସ୍ତୁତ ହେବ।
ସରକାରଙ୍କ ଏହି ନିଷ୍ପତ୍ତି ରାଜ୍ୟର ଶ୍ରମିକ ସୁବିଧା, ଶିକ୍ଷା ପରିବେଶ ଓ ସାମୁଦାୟିକ ବିକାଶକୁ ସୁଦୃଢ କରିବ।
