Skip to content
JBR Samachar
Menu
  • ଖେଳ
  • ଅପରାଧ
  • ଏକ୍ସକ୍ଲୁସିଭ୍
  • ଦେଶ ବିଦେଶ
  • ମନୋରଞ୍ଜନ
  • ରାଜନୀତି
  • ରାଜ୍ୟ
  • ସ୍ପେଶାଲ୍ ରିପୋର୍ଟ
Menu

ଚୀନ-ଜାପାନ ମଧ୍ୟରେ ତିକ୍ତତା, ବଢିଲା ଭାରତ ସିଫୁଡ୍ ଚାହିଦା

Posted on November 24, 2025

ତାଇୱାନକୁ ନେଇ ଚୀନ ଏବଂ ଜାପାନ ମଧ୍ୟରେ ତିକ୍ତତା ବଢ଼ିଛି। ଜାପାନରୁ ଆସୁଥିବା ସମସ୍ତ ସାମୁଦ୍ରିକ ଖାଦ୍ୟ ଉପରେ ଚୀନ କଟକଣା ଲଗାଇଛି। ଏଥିଯୋଗୁ ଭାରତୀୟ ସାମୁଦ୍ରିକ ଖାଦ୍ୟ ସାମଗ୍ରୀର ଚାହିଦା ବଢ଼ିଛି । ଭାରତୀୟ ରପ୍ତାନିକାରିଙ୍କ ଶେୟାରରେ ବୃଦ୍ଧି ପରିଲକ୍ଷିତ ହୋଇଛି । ଏଭଳି ନିଷ୍ପତ୍ତି ଯୋଗୁ ଚୀନ ବଜାରରେ ସାମୁଦ୍ରିକ ଖାଦ୍ୟ ସାମଗ୍ରୀ ଅଭାବ ଦେଖାଯିବ ବୋଲି ଆଶଙ୍କା କରାଯାଉଛି । ଏହି ଚାହିଦା ପୂରଣ କରିବା ଲାଗି ଭାରତ ଭଳି ସାମୁଦ୍ରିକ ଖାଦ୍ୟ ରପ୍ତାନିକାରୀ ଦେଶ ଗୁଡ଼ିକ ବର୍ତ୍ତମାନ ତତ୍ପରତା ଦେଖାଇଛନ୍ତି । ଫଳରେ ଭାରତୀୟ ସିଫୁଡ୍ କମ୍ପାନିରେ ଶେୟାର ମୂଲ୍ୟରେ ବୃଦ୍ଧି ପରିଲକ୍ଷିତ ହୋଇଛି । ତେଲଙ୍ଗାନାର ଅବନ୍ତି ଫିଡ୍ସର ଶେୟାର ପ୍ରାୟ ୧୦% ବୃଦ୍ଧି ପରିଲକ୍ଷିତ ହୋଇଛି । ଗତ ୨ ମାସ ମଧ୍ୟରେ ଏହା ସବୁଠାରୁ ବଡ ବୃଦ୍ଧି । ଅନ୍ୟ ଏକ କମ୍ପାନି କୋଷ୍ଟାଲ କର୍ପୋରେସନର ଶେୟାର ୫% ବୃଦ୍ଧି ହୋଇଛି । କମ୍ପାନି ଏପ୍ରିଲ ମାସରେ କହିଥିଲା ଯେ, ଏହା ଚୀନକୁ ରପ୍ତାନି ବଢ଼ାଇବ ।

ଜାପାନ ପ୍ରଧାନମନ୍ତ୍ରୀ ସାନେ ତାକାଇଚିଙ୍କ ଏକ ବୟାନକୁ ନେଇ ଚୀନ ଏବଂ ଜାପାନ ମଧ୍ୟରେ ବିବାଦ ସୃଷ୍ଟି ହୋଇଛି । ତାକାଇଚି କହିଥିଲେ, ଚୀନ ତାଇୱାନ ଉପରେ ଆକ୍ରମଣ କଲେ ଜାପାନ ସହାୟତା ଲାଗି ସେନା ପଠାଇବ । ଚୀନ ଏହା ଉପରେ ପ୍ରତିକ୍ରିୟା ରଖି କହିଥିଲା ଯେ, ଏହା ଦାୟିତ୍ୱହୀନତା ଏବଂ ଉଷୁକେଇବା ଭଳି କାମ । ଏହାର ଗୋଟିଏ ଦିନ ପରେ ବିବାଦ ଆହୁରି ବଢ଼ି ଯାଇଥିଲା । ଏହି ମାମଲାରେ ଦଖଲ ଦେଉଥିବା ବ୍ୟକ୍ତି ବିଶେଷଙ୍କ ମୁଣ୍ଡ କାଟ କରିବାକୁ ଜାପାନରେ ଅବସ୍ଥାପିତ ଚୀନ ବାଣିଜ୍ୟଦୂତ ସୁଏ ଜିଆନ ଏକ୍ସରେ ଲେଖିଥିଲେ । ଏହା ପରେ ଉଭୟ ଦେଶ ନିଜ ଦେଶର ରାଷ୍ଟ୍ରଦୂତଙ୍କୁ ସମନ ଜାରି କରିଥିଲେ । ଜାପାନ ଗଲେ ସମସ୍ୟା ସାମ୍ନା କରିବାକୁ ପଡିପାରେ ବୋଲି ଚୀନ ଏହାର ନାଗରିକଙ୍କୁ ସତର୍କ କରାଇଥିଲା । ଏଭଳି ସ୍ଥିତିରେ ଏଭଳି ବିବାଦ ଭାରତ ବଜାର ଲାଗି ସୁଯୋଗ ଆଣିପାରେ ବୋଲି କୁହାଯାଉଛି । ଆମେରିକା ଭାରତର ସାମୁଦ୍ରିକ ଖାଦ୍ୟ ରପ୍ତାନି ଉପରେ ୫୦% ଟାରିଫ ଲାଗୁ କରିଛି । ଫଳରେ ଆମେରିକା ବଜାରକୁ ରପ୍ତାନି ଅକ୍ଟୋବର ମାସରେ ୯% ହ୍ରାସ ହୋଇଛି ।

ଏକ ରିପୋର୍ଟ ମୁତାବକ, ଚୀନ, ଭିଏତନାମ ଏବଂ ଥାଇଲାଣ୍ଡ ଭଳି ଦେଶକୁ ଭାରତର ସିଫୁଡ ରପ୍ତାନି ବଢ଼ୁଛି । ଗତ ଆର୍ଥିକ ବର୍ଷରେ ଭାରତ ୬୧ ହଜାର କୋଟି ଟଙ୍କାର ସିଫୁଡ ରପ୍ତାନି କରିଥିଲା । ଏଥିମଧ୍ୟରେ ଅଧିକାଂଶ ଭାଗ ଚିଙ୍ଗୁଡି ଏବଂ ଫ୍ରୋଜେନ ଫିସ୍ ରହିଥିଲା । ଭାରତୀୟ ସିଫୁଡ ଲାଗି ଆମେରିକା ଏବେ ମଧ୍ୟ ପ୍ରମୁଖ ବଜାର ରହିଛି । ୱାଲମାର୍ଟ ଏବଂ ଫ୍ରୋଗର ଭଳି କମ୍ପାନି ଭାରତୀୟ ସାମଗ୍ରୀ ବଡ ମାତ୍ରାରେ କିଣିଥାନ୍ତି । ଜାପାନ ଲାଗି ଚୀନ ବଜାର ବନ୍ଦ ଏକ ବଡ ଝଟକା । ଜାପାନ ଏହାର ମୋଟ ସିଫୁଡ ମଧ୍ୟରେ ୧୫ରୁ ୨୦% ଚୀନକୁ ପଠାଇଥାଏ । ୨ ବର୍ଷ ବ୍ୟବଧାନ ପରେ ଜାପାନ ନିକଟରେ ଚୀନକୁ ରପ୍ତାନି ପୁଣି ଥରେ ଆରମ୍ଭ କରିଥିଲା । ୨୦୨୩ରେ ଚୀନ ଜାପାନର ସିଫୁଡକୁ ବ୍ୟାନ କରିଥିଲା ।

Leave a Reply Cancel reply

Your email address will not be published. Required fields are marked *

Recent Posts

  • ବଡ଼ଯୋରଡ଼ା ଜମିହରା ପ୍ରଜାଙ୍କୁ ନିଯୁକ୍ତି ଓ ଥଇଥାନ ଦାବି
  • ସୁଦଶା ବ୍ରତ ପାଇଁ ପାଣି ଆଣିବାକୁ ଯାଇ କଟୁରୀ ଚୋଟ ଖାଇଲେ ମହିଳା
  • ଭାରସାମ୍ୟ ହରାଇ ପୋଲ ୱାଲ୍ ଉପରେ ଚଢ଼ିଗଲା ବସ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ସଟସର୍କିଟରୁ ଚଳନ୍ତା ଟ୍ରକରେ ଲାଗିଲା ନିଆଁ
  • ରିଲିଜ୍ ହେଲା ଫିଲ୍ମ ‘ଓ ରୋମିଓ’, ଦର୍ଶକ ଦେଖିବେ ଶାହିଦ-ତୃପ୍ତିଙ୍କ ଦମଦାର ଅଭିନୟ

Recent Comments

No comments to show.

Calender

September 2026
M T W T F S S
 123456
78910111213
14151617181920
21222324252627
282930  
« Feb    

Categories

  • Uncategorized (106)
  • ଅପରାଧ (213)
  • ଏକ୍ସକ୍ଲୁସିଭ୍ (28)
  • ଖେଳ (59)
  • ଦେଶ ବିଦେଶ (508)
  • ଭିଡିଓ (8)
  • ମନୋରଞ୍ଜନ (44)
  • ରାଜନୀତି (124)
  • ରାଜ୍ୟ (1,674)
  • ସ୍ପେଶାଲ୍ ରିପୋର୍ଟ (285)
©2026 JBR Samachar | Design: Newspaperly WordPress Theme