Skip to content
JBR Samachar
Menu
  • ଖେଳ
  • ଅପରାଧ
  • ଏକ୍ସକ୍ଲୁସିଭ୍
  • ଦେଶ ବିଦେଶ
  • ମନୋରଞ୍ଜନ
  • ରାଜନୀତି
  • ରାଜ୍ୟ
  • ସ୍ପେଶାଲ୍ ରିପୋର୍ଟ
Menu

ସ୍ତନ୍ୟପାନ କରାଉଥିବା ମହିଳାଙ୍କ କ୍ଷୀରରେ ୟୁରାନିୟମ

Posted on November 24, 2025

ବିହାରରେ ସ୍ତନ୍ୟପାନ କରାଉଥିବା ୪୦ ମହିଳାଙ୍କ କ୍ଷୀରରେ ବିଷାକ୍ତ ୟୁରାନିୟମ। ନେଚର ଜର୍ନାଲରେ ପ୍ରକାଶିତ ଏକ ଅଧ୍ୟୟନ ରିପୋର୍ଟରୁ ଏହା ଜଣାପଡ଼ିଛି । ରିପୋର୍ଟ ଅନୁସାରେ, ମା’ କ୍ଷୀରରେ ଥିବା ୟୁରାନିୟମ ସ୍ତର ଶିଶୁଙ୍କ ସ୍ୱାସ୍ଥ୍ୟ ପ୍ରତି ଗମ୍ଭୀର ବିପଦ ସୃଷ୍ଟି କରିପାରେ । ଏକାଧିକ ଅନୁଷ୍ଠାନ ପକ୍ଷରୁ ଏହି ଅଧ୍ୟୟନ କରାଯାଇଥିଲା ।

ପାଟନାର ମହାବୀର କ୍ୟାନ୍‌ସର ଅନୁଷ୍ଠାନ ପକ୍ଷରୁ ଡାକ୍ତର ଏବଂ ପ୍ରଫେସରଙ୍କ ନେତୃତ୍ୱରେ କରାଯାଇଥିବା ଏହି ଅଧ୍ୟୟନରୁ ଜାଣିବାକୁ ମିଳିଛି, ମା’ କ୍ଷୀର ମାଧ୍ୟମରେ ୟୁରାନିୟମ ଶିଶୁଙ୍କ ଶରୀରକୁ ଯିବା ଦ୍ୱାରା ଉଭୟ କ୍ୟାନ୍‌ସର ଏବଂ ଅଣ କ୍ୟାନ୍‌ସର ରୋଗ ହେବାର ଯଥେଷ୍ଟ ଆଶଙ୍କା ରହିଛି । ଏଥିଯୋଗୁ ଶିଶୁଙ୍କ ହାଡ଼ ବିକଶିତ ନ ହେବା, ରକ୍ତହୀନତା, ଥକ୍କାପଣ, ରୋଗ ପ୍ରତିରୋଧକ ଶକ୍ତି ଦୁର୍ବଳ ହେବା, ଯକୃତ, ବୃକକ୍‌ ଏବଂ ଚର୍ମ ପ୍ରଭାବିତ ହେଉଛି। ଦୀର୍ଘ ସମୟ ଧରି ୟୁରାନିୟମ ଶରୀରକୁ ଯିବା ଦ୍ୱାରା କ୍ୟାନ୍‌ସର ବିପଦ ବଢ଼ିବା, ସ୍ନାୟୁଜନିତ ସମସ୍ୟା ଉପୁଜିବା, ଶିଶୁର ଶରୀର ଛୋଟ ହେବା, ତୀବ୍ରଗତିରେ ମେଟାବଲିଜିମ୍‌ ବଢ଼ିବା ଆଦି ସମସ୍ୟା ଦେଖାଦେବାର ଆଶଙ୍କା ରହିଛି ।

୨୦୨୧ ଅକ୍ଟୋବରରୁ ୨୦୨୪ ଜୁଲାଇ ମଧ୍ୟରେ ଭୋଜପୁର, ସମସ୍ତିପୁର, ବେଗୁସରାଇ, ଖଗଡିଆ, କଟିହାର ଏବଂ ନାଳନ୍ଦାରେ ୧୭ରୁ ୩୫ ବର୍ଷ ବୟସର ୪୦ ମହିଳାଙ୍କ ସ୍ତନ କ୍ଷୀରର ନମୁନା ସଂଗ୍ରହ କରାଯାଇ ତାହାର ପରୀକ୍ଷଣ କରାଯାଇଥିଲା । ଚକିତ କଲା ଭଳି କଥା ହେଉଛି ସମସ୍ତ ନମୁନାରେ ୟୁରାନିମୟ ମିଳିଥିଲା । ଯାହାର ମାତ୍ରା ଲିଟର ପିଛା ୦ରୁ ୫.୨୫ ଗ୍ରାମ ରହିଥିଲା । ଖଗାଡିଆରେ ହାରାହାରି ୟୁରାନିୟମ ସ୍ତର ସବୁଠାରୁ ଅଧିକ ଏବଂ ନାଳନ୍ଦାରେ ସବୁଠୁ କମ୍‌ ରହିଥିଲା । ତେବେ ମା’ କ୍ଷୀରକୁ ୟୁରାନିୟମ କେଉଁଠୁ ଆସୁଛି ତାହା ସ୍ପଷ୍ଟ ହୋଇନାହିଁ । ଜିଓଲଜିକାଲ ସର୍ଭେ ଅଫ୍‌ ଇଣ୍ଡିଆ ମଧ୍ୟ ଏହାର ଯାଞ୍ଚ କରୁଛି । ଦୁର୍ଭାଗ୍ୟବଶତଃ ୟୁରାନିୟମ ଏବେ ଖାଦ୍ୟ ଶୃଙ୍ଖଳାରେ ପ୍ରବେଶ କରୁଛି ଏବଂ ଏହା ଅତ୍ୟନ୍ତ ଚିନ୍ତାର ବିଷୟ ବୋଲି ଅଧ୍ୟୟନର ସହ-ଲେଖକ ଏମ୍ସର ଡାକ୍ତର କହିଛନ୍ତି ।

ବିହାରରେ ପାନୀୟ ଏବଂ ଚାଷ ଉଭୟ ଭୂତଳ ଜଳ ଉପରେ ଅତ୍ୟଧିକ ନିର୍ଭରଶୀଳତା, ଅପରିଶୋଧିତ ଶିଳ୍ପ ବର୍ଜ୍ୟ ନିଷ୍କାସିତ ହୋଇ ଜଳଭଣ୍ଡାରରେ ମିଶିବା, କୃଷିରେ ରାସାୟନିକ ସାର ଏବଂ କୀଟନାଶକର ଦୀର୍ଘକାଳୀନ ବ୍ୟବହାର ଯୋଗୁ ଖାଦ୍ୟପାନୀୟରେ ବହୁ ପୂର୍ବରୁ ହିଁ ଆର୍ସେନିକ, ସୀସା ଭଳି ଧାତୁର ମାତ୍ରା ବଢ଼ିଛି । ଏହା ପୂର୍ବରୁ ହୋଇଥିବା ଏକ ଅଧ୍ୟୟନରେ ବିହାର ମହିଳାଙ୍କ ସ୍ତନ କ୍ଷୀରରେ ସୀସା ମଧ୍ୟ ମିଳିଥିଲା । ବିଶେଷକରି ଗଙ୍ଗା ନଦୀ ତଟବର୍ତ୍ତୀ ୬ ଜିଲ୍ଲା ସମସ୍ତିପୁର, ଦରଭଙ୍ଗା, ବେଗୁସରାୟ, ଖଗାଡ଼ିଆ, ମୁଙ୍ଗେର, ନାଳନ୍ଦାରେ ମା’ କ୍ଷୀରରେ ସୀସା ନମୁନା ରହିଥିବା ଜଣାପଡ଼ିଥିଲା । 

Leave a Reply Cancel reply

Your email address will not be published. Required fields are marked *

Recent Posts

  • ସୁଦଶା ବ୍ରତ ପାଇଁ ପାଣି ଆଣିବାକୁ ଯାଇ କଟୁରୀ ଚୋଟ ଖାଇଲେ ମହିଳା
  • ଭାରସାମ୍ୟ ହରାଇ ପୋଲ ୱାଲ୍ ଉପରେ ଚଢ଼ିଗଲା ବସ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ସଟସର୍କିଟରୁ ଚଳନ୍ତା ଟ୍ରକରେ ଲାଗିଲା ନିଆଁ
  • ରିଲିଜ୍ ହେଲା ଫିଲ୍ମ ‘ଓ ରୋମିଓ’, ଦର୍ଶକ ଦେଖିବେ ଶାହିଦ-ତୃପ୍ତିଙ୍କ ଦମଦାର ଅଭିନୟ
  • କମିଛି ସୁନା ଓ ରୁପା ଦର, ସୁନାପ୍ରେମୀଙ୍କ ପାଇଁ ଖୁସି ଖବର

Recent Comments

No comments to show.

Calender

March 2026
M T W T F S S
 1
2345678
9101112131415
16171819202122
23242526272829
3031  
« Feb    

Categories

  • Uncategorized (105)
  • ଅପରାଧ (213)
  • ଏକ୍ସକ୍ଲୁସିଭ୍ (28)
  • ଖେଳ (59)
  • ଦେଶ ବିଦେଶ (508)
  • ଭିଡିଓ (8)
  • ମନୋରଞ୍ଜନ (44)
  • ରାଜନୀତି (124)
  • ରାଜ୍ୟ (1,674)
  • ସ୍ପେଶାଲ୍ ରିପୋର୍ଟ (285)
©2026 JBR Samachar | Design: Newspaperly WordPress Theme