Skip to content
JBR Samachar
Menu
  • ଖେଳ
  • ଅପରାଧ
  • ଏକ୍ସକ୍ଲୁସିଭ୍
  • ଦେଶ ବିଦେଶ
  • ମନୋରଞ୍ଜନ
  • ରାଜନୀତି
  • ରାଜ୍ୟ
  • ସ୍ପେଶାଲ୍ ରିପୋର୍ଟ
Menu

ଆହୁରି ବଳ ଗୋଟାଉଛି ଲଘୁଚାପ,୨୬ ସୁଦ୍ଧା ବାତ୍ୟା

Posted on November 24, 2025

ଦକ୍ଷିଣ ଆଣ୍ଡାମାନ ସାଗର ଉପରେ ସ୍ପଷ୍ଟ ଚିହ୍ନିତ ଲଘୁଚାପ ସୃଷ୍ଟି ହୋଇଛି । ସୋମବାର ଏହା ଅବପାତ ଓ ୨୬ ତାରିଖ ସୁଦ୍ଧା ବାତ୍ୟାରେ ପରିଣତ ହୋଇପାରେ । ସମ୍ଭାବ୍ୟ ବାତ୍ୟା ଓଡ଼ିଶା ଆସିବା ଆଗରୁ ଦିଗ ବଦଳାଇ ମିଆଁମାର ପଳାଇବ । ଓଡ଼ିଶାରେ ବିଶେଷ ପ୍ରଭାବ ପକାଇବନି ଓ କମ୍ ବର୍ଷା ହେବ । ସମୁଦ୍ର ଭିତରେ ଥିବା ସମୟରେ ହିଁ ଏହା ଦୁର୍ବଳ ହୋଇଯିବ । ଏକାଧିକ ପାଣିପାଗ ମଡେଲ ନିଜ ପୂର୍ବାନୁମାନରେ ଏଭଳି ଚିତ୍ର ଦେଖାଇଛନ୍ତି ।

ଭାରତୀୟ ପାଣିପାଗ ବିଭାଗ କହିଛି, ଦକ୍ଷିଣ ପୂର୍ବ ବଙ୍ଗୋପସାଗର ଉପରେ ଅବପାତ ସୃଷ୍ଟି ପରେ ଏହା ପଶ୍ଚିମ-ଉତ୍ତର ପଶ୍ଚିମ ଦିଗରେ ଗତି କରି ପରବର୍ତ୍ତୀ ୪୮ ଘଣ୍ଟାରେ ଅବପାତରେ ପରିଣତ ହେବ । ପରେ ଏହା ଅଧିକ ଘନୀଭୂତ ହୋଇ ୨ ତାରିଖରେ ବାତ୍ୟା ରୂପ ନେଇପାରେ । ତେବେ ୨୫ ତାରିଖରେ କମୋରିନ୍ ଓ ସଂଲଗ୍ନ ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗର ଓ ଶ୍ରୀଲଙ୍କା ଉପରେ ଆଉ ଏକ ଲଘୁଚାପ ସୃଷ୍ଟି ହୋଇପାରେ ବୋଲି ପୂର୍ବାନୁମାନ କରାଯାଇଛି ।

ଜିଏଫଏସ୍ ମଡେଲ ଆକଳନ ଅନୁସାରେ, ୨୪ ବା ୨୫ ତାରିଖରେ ଅବପାତ ହେବ । ୨୬ ଓ ୨୭ ତାରିଖ ବେଳକୁ ବାତ୍ୟାରେ ପରିଣତ ହେବ । ୩୦ ତାରିଖ ଯାଏ ଉତ୍ତର-ଉତ୍ତର ପଶ୍ଚିମ ଦିଗରେ ଗତି କରିବ । ପରେ ଏହା ଦିଗ ବଦଳାଇ ଉତ୍ତର ପୂର୍ବ ଦିଗକୁ ଯିବ ।

ଇସିଏମଡବ୍ଲ୍ୟୁଏଫ୍ ମଡେଲ କହୁଛି, ସୋମବାର ଅବପାତ ପରେ ଏହା ଅଧିକ ଘନୀଭୂତ ହେବ । କିନ୍ତୁ ୨ ତାରିଖ ସୁଦ୍ଧା ଦକ୍ଷିଣ ଆଣ୍ଡାମାନ ସାଗରରେ ଏହା ଦୁର୍ବଳ ହୋଇଯିବ । ତେବେ ବିଭିନ୍ନ ମଡେଲ ସମ୍ଭାବ୍ୟ ବାତ୍ୟାର ତୀବ୍ରତା ଓ ଗତିପଥକୁ ନେଇ ଭିନ୍ନ ଭିନ୍ନ ଆକଳନ କରୁଛନ୍ତି ।

Leave a Reply Cancel reply

Your email address will not be published. Required fields are marked *

Recent Posts

  • ସରକାରୀ କର୍ମଚାରୀଙ୍କ ପାଇଁ ବଡ଼ ଚେତାବନୀ: ସମ୍ପତ୍ତି ଘୋଷଣା ନକଲେ ପଦୋନ୍ନତି ବାତିଲ୍
  • ତାଳଚେର ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ ପକ୍ଷରୁ ଶୂନ୍ୟ ମୃତାହତ ପକ୍ଷ ପାଳନ
  • ସୁନା ଦର ସ୍ଥିର, ଜାଣନ୍ତୁ ଆଜିର ଦାମ୍
  • କାର୍ଯ୍ୟରେ ଅବହେଳା: ୩୬ ଅଧିକାରୀଙ୍କ ଦରମା ବନ୍ଦ କଲେ କଟକ ଜିଲ୍ଲାପାଳ
  • ଭଦ୍ରକ ବିଜେଡିରେ ବଡ଼ ଝଟକା: ଗୋଟିଏ ଦିନରେ ୩ ବ୍ଲକ୍ ଅଧ୍ୟକ୍ଷଙ୍କ ଇସ୍ତଫା, ଭାଙ୍ଗୁଛି ଗଡ଼

Recent Comments

No comments to show.

Calender

December 2025
M T W T F S S
1234567
891011121314
15161718192021
22232425262728
293031  
« Nov    

Categories

  • Uncategorized (76)
  • ଅପରାଧ (153)
  • ଏକ୍ସକ୍ଲୁସିଭ୍ (21)
  • ଖେଳ (33)
  • ଦେଶ ବିଦେଶ (281)
  • ଭିଡିଓ (6)
  • ମନୋରଞ୍ଜନ (24)
  • ରାଜନୀତି (58)
  • ରାଜ୍ୟ (900)
  • ସ୍ପେଶାଲ୍ ରିପୋର୍ଟ (150)
©2025 JBR Samachar | Design: Newspaperly WordPress Theme