
ବାଂଲାଦେଶରେ ଆଜି ସକାଳେ ପୁଣି ଭୂକମ୍ପର ଝଟକା ଅନୁଭୂତ ହୋଇଛି । ଗୋଟିଏ ସେକେଣ୍ଡ ଅନ୍ତରରେ ୨ଟି ଭୂକମ୍ପ ହୋଇଥିବା ସୂଚନା ମିଳିଛି । ଏଥିରେ ତୀବ୍ରତା ୩.୭ ଏବଂ ୪.୩ ରହିଥିଲା ।
ବାଂଲାଦେଶ ପାଣିପାଗ ବିଭାଗର ଭୂମିକମ୍ପ ପର୍ଯ୍ୟବେକ୍ଷଣ ଏବଂ ଗବେଷଣା କେନ୍ଦ୍ର ଅନୁଯାୟୀ, ଶନିବାର ସକାଳ ୧୦ଟା ୩୬ ମିନିଟ୍ ସମୟରେ ଢାକାର ଆଶୁଲିଆର ବାଇପାଇଲ ଅଞ୍ଚଳରେ ୩.୩ ତୀବ୍ରତାର ଅନ୍ୟ ଗୋଟିଏ ଭୂମିକମ୍ପ ମଧ୍ୟ ରେକର୍ଡ କରାଯାଇଛି ।
ସୂଚନା ମିଳିଛି ଯେ, ଶୁକ୍ରବାର ଦିନ ହୋଇଥିବା ୫.୭ ତୀବ୍ରତାର ଭୂକମ୍ପରେ ୯ ଜଣଙ୍କର ମୃତ୍ୟୁ ଓ ୧୦୦ରୁ ଅଧିକ ଆହତ ହୋଇଥିଲେ । ମଧ୍ୟବର୍ତ୍ତୀକାଳୀନ ସରକାରଙ୍କ ମୁଖ୍ୟ ପରାମର୍ଶଦାତା ମହମ୍ମଦ ୟୁନିସ୍ ପୀଡିତ ପରିବାରଙ୍କ ପ୍ରତି ସମବେଦନା ପ୍ରକାଶ କରିଛନ୍ତି
