
ଉତ୍ତରାଖଣ୍ଡ ନୈନିତାଲରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି । ଏହି ଦୁର୍ଘଟଣାରେ ୩ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ଜଣେ ଗୁରୁତର ଭାବେ ଆହତ ହୋଇଛନ୍ତି । ଗାଡ଼ିଟି ୬୦ମିଟର ଖାଇକୁ ଖସିପଡିଥିବାରୁ ଏପରି ଦୁର୍ଘଟଣା ଘଟିଛି । ଆହତଙ୍କ ଚିକିତ୍ସା ପାଇଁ ତାଙ୍କୁ ଏକ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଦୁର୍ଘଟଣାର ସୂଚନା ପାଇବା ମାତ୍ରେ SDRF ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଛି ।
ସୂଚନାନୁଯାୟୀ, ଗାଡ଼ିରେ ୪ ଜଣ ଥିଲେ । ସମସ୍ତେ ଏକ ବାହାଘର ପାର୍ଟିକୁ ଯାଉଥିଲେ । ଠିକ୍ ସେହି ସମୟରେ ନିୟନ୍ତ୍ରଣ ହରାଇ ଗାଡ଼ିଟି ଖାଇ ଭିତରକୁ ଖସିପଡିଥିଲା । ଗତକାଲି ବିଳମ୍ବିତ ସନ୍ଧ୍ୟାରେ ଆଲମୋରା-ହଲଦୀୱାନୀ ରାଜପଥର ଖୈରାନ ନିକଟରେ ଥିବା ରତିଘାଟରେ ଏହି ଦୁର୍ଘଟଣା ଘଟିଥିଲା । SDRF ଟିମ୍ ଘଟଣାସ୍ଥଳରେ ତୁରନ୍ତ ପହଞ୍ଚି ଏକ ଦଉଡ଼ି ସାହାଯ୍ୟରେ ମୃତକମାନଙ୍କୁ ଖାଇ ଭିତରୁ ବାହାର କରିଥିଲେ । ମୃତକ ଏବଂ ଆହତଙ୍କ ପରିଚୟ ଚିହ୍ନଟ କରିଛି ପୋଲିସ ।

