
ମେଡିକାଲ ଓ ଇଞ୍ଜିନିୟରିଂ କୋଚିଂ ସେଣ୍ଟରର କେନ୍ଦ୍ର ଭାବେ ପରିଚିତ ରାଜସ୍ଥାନର କୋଟାରେ ଜଣେ ଛାତ୍ର ଆତ୍ମହତ୍ୟା କରିଛନ୍ତି । ୯ ମହଲା କୋଠାରୁ ସେ ଡେଇଁ ଆତ୍ମହତ୍ୟା କରିଥିବା କୁହାଯାଉଛି । ୧୭ ବର୍ଷୀୟ ଏହି ଛାତ୍ରଙ୍କ ଘର ମଧ୍ୟପ୍ରଦେଶର ଭୋପାଳରେ ।
ଜବାହରନଗର ଅଞ୍ଚଳରେ ଥିବା ରୟାଲ ଇମ୍ପେରିଆ ଅଟ୍ଟାଳିକାରେ ନିଜ ମା’ଙ୍କ ସହ ରହୁଥିଲେ । ଗତ ଦୁଇବର୍ଷ ହେଲା ସେ ଏଠାରେ ରହି ଜେଇଇ ପାଇଁ ପ୍ରସ୍ତୁତି କରୁଥିଲେ । ଶୁକ୍ରବାର ୯ ମହଲାରୁ ସେ ପଡିଯାଇଥିଲେ । ଗୁରୁତର ଅବସ୍ଥାରେ ତାଙ୍କୁ ଉଦ୍ଧାର କରି ହସ୍ପିଟାଲକୁ ନିଆଯାଇଥିଲା । ଶନିବାର ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ତେବେ ସେ ପୁଲିସ କହିଛି କି ସେ ଦୁର୍ଭାଗ୍ୟବଶତଃ ଖସି ପଡିଛନ୍ତି ନା ଆତ୍ମହତ୍ୟା କରିଛନ୍ତି ତାହା ସ୍ପଷ୍ଟ ହୋଇନାହିଁ । ଘଟଣା ଘଟିବା ବେଳେ ଛାତ୍ରଙ୍କ ମା ଘରେ ନଥିଲେ । ଫରେନସିକ ବିଶେଷଜ୍ଞ ଟିମ୍ ପହଞ୍ଚି ତଦନ୍ତ କରୁଛନ୍ତି । ତଦନ୍ତରୁ ମୃତ୍ୟୁର ପ୍ରକୃତ କାରଣ ଜଣାପଡିବ ।

